ଆଖୁ

ନାଲି ସଢା ରୋଗ

Glomerella tucumanensis

ଫିମ୍ପି

5 mins to read

ସଂକ୍ଷେପରେ

  • ଆଖୁ ଉପରେ ଲାଲ-ବାଦାମୀ ରଂଗର ଡ଼ାଗଦେଖା ଯାଇ ଥାଏ । ନାଲି ପଚା କ୍ଷେତ୍ର ଗୁଡିକ ଧଳା ମଂଜା ଭିତରେ ଦେଖାଯାଇଥାଏ। ଲାଲ ଅଣ୍ଡାକାର ଚିହ୍ନ ପତ୍ର ଉପରେ ଓ ନିର୍ଦ୍ଦିଷ୍ଟ ରୂପରେ ପ୍ରାୟ ମଧ୍ୟ ଶୀରାରେ ଦେଖାଯାଇଥାଏ । କାଣ୍ଡ ନାଲି, ବାଦାମୀ ଓ ଧୂସର ରଂଗ ହୋଇ ରଂଗ ହରେଇବା ସହ ପଚା ଗନ୍ଧ ଆସିଥାଏ.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ଆଖୁ

ଲକ୍ଷଣ

ସଂକ୍ରମିତ ଆଖୁ ଗୁଡିକ ଫିକା ରଂଗରେ ଦେଖା ଯାଏ ଓ ଏହାର ପୃଷ୍ଠ ଉପରେ ବଡ ବଡ ଲାଲ ରଙ୍ଗର ଦାଗ ଦେଖା ଯାଇଥାଏ ,ଯାହାକି ଆଖୁର କିସମ ଉପରେ ନିର୍ଭର କରେ । ଆଖୁକୁ ଲମ୍ବ ଭାବେ କାଟିଲେ ଧଳା ମଂଜା ସ୍ଥାନରେ ନାଲି ପଚା କୋଷ ଥିବା ଜଣାପଡେ । ପ୍ରତିରୋଧି ଫସଲ ଗୁଡିକରେ ଏହି ନାଲି ସଂକ୍ରମିତ ଜାଗା ଏହାର ପବ ମଧ୍ୟରେ ସୀମିତ ରହିଥାଏ. ରୋଗର ପ୍ରଭାବ ବଢିବା ସହିତ କାଣ୍ଡ ଭିତରେ ମଞ୍ଜରୁ ଓ କଠିନ ତନ୍ତୁରୁ ଫମ୍ପା ଅଂଶ ସୃଷ୍ଟି ହୁଏ । ପତ୍ର ଗୁଡିକ ଝାଉଁଳିଯିବା ସହ ଝଡି ଯାଆନ୍ତି । ସଂକ୍ରମିତଆଖୁ ଗୁଡିକ ପଚା ଗନ୍ଧ ଦେବା ଆରମ୍ଭ କରିଦିଅନ୍ତି ଓ ଆଖୁ ଗୁଡିକ ପ୍ରତିକୂଳ ପାଣିପାଗରେ ଅତି ସହଜରେ ଭାଂଗି ଯାଇଥାଏ. ଫସଲର ପତ୍ରର ମଧ୍ୟ ଶୀରାରେ ଓ ବେଳେବେଳେ ପୁରା ପତ୍ର ଉପରେ ଛୋଟ ନାଲିଆ ଓ ଅଣ୍ଡାକୃତୀ କିମ୍ବା ଲମ୍ବାଳିଆ ଘା'ଦେଖାଯାଏ. ପତ୍ରଚ୍ଛାଦ ଗୁଡିକ ଉପରେ ଓ ବେଳେବେଳେ ପତ୍ର ଉପରେ ନାଲିଆ ଦାଗ ଓ ଛୋଟ କଳା ଦାଗ ଦେଖାଦେଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ନାଲି ସଢା ରୋଗ ନିୟନ୍ତ୍ରଣ ପାଇଁ ବିହନ ସମଗ୍ରୀରେ ଥିବା ବୀଜାଣୁକୁ ମାରିବାକୁ ଗରମ ପଣି ଉପଚାର ( ଉଦାହରଣ ସ୍ୱରୂପ 50 ଡିଗ୍ରୀ C ରେ 2 ଘଣ୍ଟା ପାଇଁ ) ବ୍ୟବହାର କରାଯାଇପାରେ । ବିହନ ଉପଚାର ପାଇଁ ଜୈବିକ ନିୟନ୍ତ୍ରଣ ଏଜେଣ୍ଟ bଯାବହର କରାଯାଇପାରେ । ଚେଟୋମିଆମ ଓ ଟ୍ରାଇକୋଡେର୍ମା ପ୍ରଜାତିର କେତେକ କବକ ଏବଂ ସୁଡୋମୋନାଶ ବୀଜାଣୁ ଆଦି ଏହି ଏଜେଣ୍ଟ ଅଟନ୍ତି । ଏହି ଦ୍ରବନକୁ ନେଇ ପତ୍ର ସିଂଚନ କଲେ , ରୋଗର ବିସ୍ତାର ହ୍ରାସ ହେବାରେ ଫଳପ୍ରସୂ ଅଟେ ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା, ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଯୋଜନା କରନ୍ତୁ । ବୀଜାଣୁକୁ ମାରିବା ପାଇଁ , 50 -54 ଡିଗ୍ରୀ ଗରମ ପାଣିରେ ଥିରାମ ଭଳି କବକନାଶୀ ମିଶାଇ ବିହନ ସାମଗ୍ରୀକୁ 2 ଘଣ୍ଟା ବୁଡାଇ ରଖି ଉପଚାର କରନ୍ତୁ । ଜମିରେ ରାସାୟନିକ ଉପଚାର ଫଳପ୍ରସୂ ନୁହେ ଏବଂ ଏହା ଅନୁମୋଦନ କରିବା ଉଚିତ ନୁହେ ।

ଏହାର କାରଣ କଣ

ଲକ୍ଷଣ ଗୁଡିକ ଗ୍ଲୋମେରେଲା ଟୁକୁମ୍ୟାନେସିସ୍ ନାମକ ଏକ କବକ ଯୋଗୁଁ ହୋଇଥାଏ, ଯାହାକି କେବଳ ମାଟିରେ କିଛି ସମୟ(ମାସ) ପାଇଁ ହିଁ ଜୀବିତ ରୁହନ୍ତି । ଯଦିଓ ଏହା ପ୍ରକୃତରେ ଏକ ମାଟି ଜନ୍ମିତ ଜୀବାଣୁ ନୁହେଁ, ଫସଲ ଅବଶେଷରୁ ବୋହି ଯାଇଥିବା ରେଣୁ ଗୁଡିକ ନୂଆରେ ଲଗାଯାଇଥିବା ବିହନ ସାମଗ୍ରୀ କିମ୍ବା ଚାରାରେ ସଂକ୍ରମଣ ଆରମ୍ଭ କରିପାରେ. ଏହା ପରେ ରୋଗଟି ସଂକ୍ରମିତ ଗଛର ମଧ୍ୟ ଶୀରା ଓ ଆଖୁରେ ତିଆରି ହୋଇଥିବା ରେଣୁ ଦ୍ୱାରା ସଂକ୍ରମିତ ହୋଇଥାଏ ଓ ପବନ, ବର୍ଷା, ଅତ୍ୟଧିକ କୁହୁଡି ଓ ଜଳସେଚିତ ପାଣି ଦ୍ୱାରା ପରିବହିତ ହୋଇଥାଏ । ଥଣ୍ଡା, ଆର୍ଦ୍ର ପାଣିପାଗ, ଉଚ୍ଚ ମାଟି ଆର୍ଦ୍ରତା ଓ ଜମିରେ ବାରମ୍ବାର ଆଖୁ ଚାଷ କରିବା ଏହି ରୋଗ ପାଇଁ ଅନୂକୁଳ ଅଟେ । ମରୁଡି ଯୋଗୁଁ ମଧ୍ୟ ଫସଲର ସଂବେଦନଶୀଳତା ବଢି ଯାଇଥାଏ.ଆଖୁକୁ ଛାଡି, ଏହି କବକ ଛୋଟ ଫସଲ ଯେପରି କି ମକା ଓ ଜୋୱାର ଫସଲକୁ ମଧ୍ୟ ସଂକ୍ରମିତ କରିପାରେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ଆପଣଂକ ଅଞ୍ଚଳ ପାଇଁ ଉପଯୁକ୍ତ ଥାଏ ତେବେ, ପ୍ରତିରୋଧୀ କିସମର ବିହନ ସାମଗ୍ରୀ ରୋପଣ କରନ୍ତୁ.
  • ପ୍ରାମାଣିକ ସୂତ୍ରରୁ ଅଣାଯାଇଥିବା ସୁସ୍ଥ ବିହନ ଓ ଚାରା ବ୍ୟବହାର କରନ୍ତୁ.
  • ଏମିତି ଏକ ଜମିରୁ ରୋପଣ ସାମଗ୍ରୀ ଆଣନ୍ତୁ ଯାହାକି ରୋଗମୁକ୍ତ ଅଟେ । ବିଭିନ୍ନ ଋତୁର ଅତ୍ୟଧୀକ ଗରମ ବା ଥଣ୍ଡା ତାପମାତ୍ରାରୁ ବଂଚିବା ପାଇଁ ବିହନ ବୁଣିବା ସମୟକୁ ବଦଳେଇ ଦିିଅନ୍ତୁ.
  • ଜମିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ ଓ ରୋଗଗ୍ରସ୍ତ ଫସଲ ସମୂହକୁ କାଢି ନିଅନ୍ତୁ.
  • ରୋଗଗ୍ରସ୍ତ ଫସଲର ମୂଳି ଫସଲ ରଖନ୍ତୁ ନାହି । ଅମଳ ପରେ ଜମିର ଯେକୌଣସି ଅବଶିଷ୍ଟ ଅଂଶକୁ କାଢି ଜଳେଇ ନିଅନ୍ତୁ । ବିକଳ୍ପ ଭାବେ, କବକ ସାମଗ୍ରୀ ଥିବା ମାଟିକୁ ସୂର୍ଯ୍ୟ କିରଣ ସାମନାକୁ ଆଣିବା ପାଇଁ ଜମିକୁ ନିୟମିତ ଭାବେ ହଳ କରନ୍ତୁ.
  • ପ୍ରତି 2-3 ବର୍ଷରେ ଥରେ ଅସଂବେଦନଶୀଳ ଗଛ ସହ ଫସଲର ପର୍ଯ୍ୟାୟ କରିବା ପାଇଁ ଏକ ଭଲ ଯୋଜନା ବନାନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ