ଆଖୁ

ପ୍ଲାସି ବିନ୍ଧା ପୋକ

Chilo tumidicostalis

ପୋକ

5 mins to read

ସଂକ୍ଷେପରେ

  • ଅଗ ପବରେ ବିନ୍ଧା କଣା । ଫମ୍ପା ଆଖୁ । ଶୁଖିଲା ତୁରୀ ଆକାର ଅଗ ପତ୍ର । ଗାଢ ଚିହ୍ନ ଏବଂ ଗାଢ ମୁଣ୍ଡ ସହିତ ଧଳା ଶୂକ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଉପର ପବଗୁଡିକରେ କେତେକ ବିନ୍ଧା କଣା ଦେଖାଯାଏ । ଲାଲ୍ ରଙ୍ଗର ମଳରେ ଆଖୁ ପୂର୍ଣ୍ଣ ହୋଇଥାଏ । ଆଖୁ ଫମ୍ପା ହୁଏ ଓ ସୁଖୀ ଯାଏ : କେନ୍ଦ୍ରୀୟ ତୂରୀ ଓ ଅଗ ପତ୍ର ସହଜରେ ଭାଙ୍ଗିଯାଇପାରେ । ଭାରି ମାଟି , ପାଣି ଜମିଥିବା , ପ୍ଳାବିତ ଜମି ଏବଂ ମୂଳି ଫସଲରେ ରୋଗର ଆବିର୍ଭାବ ଅଧିକ ହୁଏ । ଆକ୍ରାନ୍ତ ଆଖୁର ଶୁଖିଲା ଅଗର ଉପସ୍ଥିତି ଦ୍ଵାରା ବିନ୍ଧା ପୋକର ଆବିର୍ଭାବ ସହଜରେ ଚିହ୍ନା ଯାଇପାରେ । ଅଗ 3 ରୁ 5 ଟି ପବରେ ନୂଆଁରେ ଜନ୍ମ ହୋଇଥିବା ଶୂକମାନଙ୍କର ବସତି ଦ୍ଵାରା ପ୍ରାଥମିକ ଆକ୍ରମଣ ହୁଏ । ମନଇଛା ଖାଇବା ଯୋଗୁଁ , ସତେଜ ଲାଲ୍ ରଙ୍ଗର ମଳ ବିନ୍ଧା କଣାର ବାହାରେ ଦେଖାଯାଏ ଏବଂ ଆଖୁର ଅଗ ପତ୍ର ଶେଷରେ ଶୁଖିଯାଏ । ପ୍ରଭାବିତ ପବ ସହଜରେ ଭାଙ୍ଗିଯାଏ ଏବଂ ଆକ୍ରାନ୍ତ ପବକୁ ଲାଗିଥିବା ଗଣ୍ଠିରୁ ଚେର ବାହାରେ , ଯାହାକି ଆଖୁକୁ ସଂପୂର୍ଣ୍ଣ ଘୋଡାଇ ରଖେ ; ଗଣ୍ଠିରେ ଥିବା ଆଖି ମଧ୍ୟ ଗଜା ହୁଏ । ଦ୍ଵିତୀୟକ ଆକ୍ରମଣ କ୍ଷେତ୍ରରେ , ବଢିଥିବା ଶୂକ ପ୍ରାଥମିକ ଆକ୍ରମଣ ଦେଖାଉଥିବା ଆଖୁର ତଳ ସୁସ୍ଥ ଅଂଶକୁ କିମ୍ବା ପାଖ ଆଖୁକୁ ଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

କୋଟେସିଆ ଫ୍ଲାଭିପେସ ,ଟ୍ରାଇକୋଗ୍ରାମା ଚିଲୋ ଟ୍ରାଇ ଆଦି ଚିଲୋ ତୁମିଡାଇକୋଷ୍ଟାଲିସ ପାଇଁ ଫଳପ୍ରସୂ ପ୍ରାକୃତିକ ଶତ୍ରୁ ଅଟନ୍ତି ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଆଜି ପର୍ଯ୍ୟନ୍ତ , ଏହି କୀଟ ପାଇଁ ଆମେ କୌଣସି ରାସାଯନିକ ନିୟନ୍ତ୍ରଣ ପଦ୍ଧତି ଜାଣି ନାହୁଁ । ଯଦି ଆପଣ ଏହି ରୋଗର ଆବିର୍ଭାବ କିମ୍ବା ଲକ୍ଷଣର ମାତ୍ରା କମାଇବା ପାଇଁ କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ ।

ଏହାର କାରଣ କଣ

ଚିଲୋ ତୁମିଡାଇକୋଷ୍ଟାଲିସ ର ଶୂକ ର ମନଇଛା ଖାଇବା ସକ୍ରିୟତା ଯୋଗୁଁ କ୍ଷତି ହୋଇଥାଏ । ବୟସ୍କ ପ୍ରଜାପତି ମାଟିଆ ରୁ ଫିକା ମାଟିଆ ରଙ୍ଗର ଏବଂ ରାତିରେ ସକ୍ରିୟ ଥାଆନ୍ତି । ମାଇମାନେ ରାତିରେ ପତ୍ରର ଉଭୟ ପଟେ 4 ରୁ 5 ଟି ଧାଡିରେ ଗୁଚ୍ଛ ଭାବରେ ଅଣ୍ଡା ଦିଅନ୍ତି । ଶୂକ ଦୁଧ ସର ରଙ୍ଗର ଏବଂ ବଡ ଗାଢ ଚିହ୍ନ ଓ ଏକ ଗାଢ ମାଟିଆ ମୁଣ୍ଡ ଥାଏ । ପ୍ୟୁପା ଅବସ୍ଥା କାଣ୍ଡରେ ହୁଏ ଏବଂ ବେଳେବେଳେ ପତ୍ରାଛାଦରେ ହୁଏ । ଆର୍ଦ୍ର ପାଣିପାଗରେ କୀଟ ସଂଖ୍ୟା ଅନୁକୂଳିତ ହୁଏ । ପ୍ରଜାପତିଗୁଡିକ ବାହ୍ୟ ଭାବରେ ଛୋଟ ରୁପେଲି ଧଳା ବିନ୍ଦୁ ଦ୍ଵାରା ଭାଙ୍ଗିଥିବା କଳା ଚିହ୍ନର ପ୍ରାନ୍ତିୟ କ୍ରମ ସହିତ ଡାଲଚିନି ମାଟିଆ ରଙ୍ଗର ଅଟନ୍ତି । ପଛ ଡେଣାଗୁଡିକ ଧଳାଳିଆ , କେବଳ ଅଣ୍ଡିରା ପ୍ରଜାପତିର ସମ୍ମୁଖ ଭାଗରେ କେତେକ ଫିକା ବାଦାମୀ କାତି ଥାଏ । ମାଇମାନଙ୍କ ମଳ ଦ୍ଵାର ଅଂଶରେ ମୋଟା ଲୋମ ଦେଖାଯାଇପାରେ । ପତ୍ରଛାଦ ଓ କାଣ୍ଡ ଉପରେ 500 ରୁ 800 ଅଣ୍ଡା ଦିଆଯାଏ ଯାହାକି ସାମାନ୍ୟ ହାଲୁକା ସବୁଜ ରଙ୍ଗ ସହିତ ମଳିନ ଧଳା କିନ୍ତୁ ଫୁଟିବା ସମୟରେ ଲାଲ୍ ହୁଏ । ଶୂକ ଦଳପ୍ରିୟ , ମନ୍ଥର କଳା/କମଳା ରଙ୍ଗର ମୁଣ୍ଡ ସହିତ ଧଳା ଯାହାକି ପରବର୍ତ୍ତୀ ସମୟରେ ଦୁଧ ସର ବର୍ଣ୍ଣ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ଲକ୍ଷଣ ପାଇଁ ଜମି ନିୟମିତ ନିରୀକ୍ଷଣ କରନ୍ତୁ । ବିନ୍ଧା ପୋକ ସହିତ ମଞ୍ଜକିଳା କାଢନ୍ତୁ ଏବଂ ଉଭୟ ନଷ୍ଟ କରନ୍ତୁ । ପାଣି ଜମିବା ବାରଣ କରନ୍ତୁ । ପ୍ରାକୃତିକ ଶତ୍ରୁ ସଂରକ୍ଷଣ କରନ୍ତୁ , ଯେହେତୁ ସେମାନେ କୀଟ ସଂଖ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି । କୀଟ ବଂଶବୃଦ୍ଧି କମାଇବା ପାଇଁ ଆଲୋକ ଜନ୍ତାରେ ପ୍ରଜାପତି ସଂଗ୍ରହ କରନ୍ତୁ । ପ୍ରାଥମିକ ଲକ୍ଷଣ ଦେଖାଉଥିବା ଆଖୁର ଅଗ , ଅଣ୍ଡା ସମୂହ ସଂଗ୍ରହ ଓ ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ