ସୋୟାବିନ

ସୋୟାବିନର ଗନ୍ଧି ପୋକ

Pentatomidae

ପୋକ

5 mins to read

ସଂକ୍ଷେପରେ

  • ପତ୍ର କିମ୍ବା କାଣ୍ଡରେ ଅଳ୍ପ ସ୍ପଷ୍ଟ କ୍ଷତ ଦେଖାଯାଏ । ପରିପକ୍ଵତା ସମୟରେ ଗନ୍ଧି ପୋକ ଛୁଇଁ ଓ ମଞ୍ଜି ଖାଏ । ମଞ୍ଜି ବିକୃତ, ଅବିକଶିତ କିମ୍ବା ନିଷ୍କ୍ରିୟ ହୋଇପାରେ । ପୁରୁଣା ମଞ୍ଜିଗୁଡିକ ବର୍ଣ୍ଣହୀନ ହୋଇଯାଆନ୍ତି ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ଅମଳ ପୂର୍ବରୁ ଗନ୍ଧି ପୋକ ଦ୍ଵାରା ପ୍ରପୀଡନ ସହଜରେ ଜଣାପଡେ ନାହି । ବୟସ୍କ ଓ ଛୁଆମାନେ ଛୁଇଁ ଓ ମଞ୍ଜି ଆକ୍ରମଣ କରନ୍ତି ଏବଂ ପତ୍ର କିମ୍ବା କାଣ୍ଡରେ ସ୍ପଷ୍ଟ ଖାଇବା ଜନିତ କ୍ଷତ ଛାଡନ୍ତି ନାହି । ଅମଳ ସମୟରେ , ବିକୃତ , ଅବିକଶିତ କିମ୍ବା ନିଷ୍କ୍ରିୟ ନୂଆଁ ମଞ୍ଜି ଦେଖାଯାଏ । ପୁରୁଣା ମଞ୍ଜି ବିବର୍ଣ୍ଣ ଓ ସୁକୁଟା ଦେଖାଯାଏ । ଗନ୍ଧି ପୋକ ଗଛର ଅନ୍ୟ ଅଂଶକୁ ମଧ୍ୟ ଖାଆନ୍ତି । ପୋକ ଦ୍ଵାରା ହୋଇଥିବା କଣା ଯୋଗୁଁ ଛୋଟ ବାଦାମୀ କିମ୍ବା କଳା ଚିହ୍ନ ଗଛ ଉପରେ ସୃଷ୍ଟି କରନ୍ତି । ଫଳ ଓ ମଞ୍ଜି ପରିପକ୍ଵତା ପ୍ରଭାବିତ ହୁଏ ଏବଂ ଗଛ ଅଳ୍ପ କେତେକ ଛୋଟ ଛୁଇଁ ଧାରଣ କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଗନ୍ଧି ପୋକ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବିରୁଡି କିମ୍ବା ପରଭକ୍ଷୀ ମାଛି ସଂଖ୍ୟା ବଢାନ୍ତୁ । ସେମାନେ ଗନ୍ଧି ପୋକ ଉପରେ ଅଣ୍ଡା ଦିଅନ୍ତି । ପରଜୀବିତ ଅଣ୍ଡାଗୁଡିକ ନିର୍ଦ୍ଦିଷ୍ଟ ପ୍ରକାରର ଗାଢ ହୋଇଥାଏ । ଏହି ପୋକର ଶୂକମାନେ ଫୁଟୁଥିବା ଅଣ୍ଡାରୁ ଲାଙ୍ଗୁଡା ପୋକ(ଛୁଆ ) ଓ ବଯସ୍କମାନଙ୍କୁ ଭିତରପଟୁ ଖାଇଦିଅନ୍ତି । ପକ୍ଷୀ ଓ ବୁଢିଆଣୀ ଭଳି ପରଭକ୍ଷୀମାନେ ମଧ୍ୟ ପ୍ରପୀଡନ କମାଇପାରନ୍ତି । ଇଉକାଲିପଟାସ ୟୁରୋଗ୍ରାଣ୍ଡିସର ତେଇ ମଧ୍ୟ ଆପଣ ବ୍ୟବହାର କରନ୍ତି । ଏହା ଗନ୍ଧି ପୋକ ଓ ସେମାନଙ୍କ ଛୁଆକୁ ବିଷାକ୍ତ ଅଟେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କୀଟନାଶକ ପ୍ରୟୋଗ ପୂର୍ବରୁ , ସଙ୍କଟ ସଂଖ୍ୟା ଓ ଜାତିର ଉପସ୍ଥିତି ଯାଞ୍ଚ କରିବା ପାଇଁ ଜମି ନିରୀକ୍ଷଣ କରନ୍ତୁ । ଯଦି ଆବଶ୍ୟକ ହୁଏ , ଗନ୍ଧି ପୋକ ସଂଖ୍ୟା ନିୟନ୍ତ୍ରଣ ପାଇଁ ପାଇରେଥ୍ରୋଏଡ ଥିବା କୀଟନାଶକ ବ୍ୟବହାର କରନ୍ତୁ ।

ଏହାର କାରଣ କଣ

ଗନ୍ଧି ପୋକର କେତେକ ଜାତି ସୋୟାବିନକୁ ଆକ୍ରମଣ କରନ୍ତି । ସବୁଠାରୁ ଖରାପ ହେଉଛି ଆକ୍ରୋଷ୍ତେର୍ନାମ ହିଲାରେ । ବଯସ୍କମାନେ 1.3 ସେମି ଲମ୍ବ , ସବୁଜ ରଙ୍ଗର ଏବଂ ସେମାନକ ଆକାର ଏକ ଢାଲ ସଦୃଶ ହୋଇଥାଏ । ସେମାନଙ୍କୁ ଗନ୍ଧି ପୋକ କୁହାଯାଏ ,କାରଣ ସେମାନେ ପରଭକ୍ଷୀକୁ ଦୂରେଇବା ପାଇଁ ଏକ ଦୁର୍ଗନ୍ଧ ଛାଡନ୍ତି । ସେମାନେ ସେମାନଙ୍କ ପାଟି ଅଂଶକୁ ବ୍ୟବହାର କରି କଅଁଳ ଛୁଇଁ ଓ ବଢୁଥିବା ମଞ୍ଜିକୁ କଣା କରି ଭିତରକୁ ପାଚକ ରସ ଛାଡନ୍ତି ଏବଂ ସୃଷ୍ଟି ହୋଇଥିବା ତରଳ ପଦାର୍ଥକୁ ଶୋଷନ୍ତି । ଛୁଆମାନେ ପ୍ରାୟତଃ ଗୋଲାକାର , ଡେଣାବିହୀନ ଏବମ ମୁଣ୍ଡରେ ଲାଲ ଚିହ୍ନ ସହିତ କଳା ଅଟନ୍ତି । ଅଣ୍ଡାଗୁଡିକ ବେରେଲ ଆକାରର ଓ ଗୁଚ୍ଛ ଭାବରେ ଦିଅନ୍ତି ।


ସୁରକ୍ଷାତ୍ମକ ଉପାୟ

  • ଗନ୍ଧି ପୋକର ଅଧିକ ସଂଖ୍ୟା ବାରଣ କରିବା ପାଇଁ ସହଳ ଲଗାନ୍ତୁ । ପୋକର ସଙ୍କଟ ସଂଖ୍ୟା ପାଇଁ ନିୟମିତ ଜମି ନିରୀକ୍ଷଣ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ