ସୋୟାବିନ

ବେକ୍ଟେରିଆ ବା ବୀଜାଣୁ ବ୍ରଣ

Xanthomonas axonopodis pv. glycines

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ରର ଉଭୟ ପାର୍ଶ୍ଵରେ ବହଳିଆ କେନ୍ଦ୍ର ସହିତ ଫିକା ସବୁଜ ଚିହ୍ନ ଦେଖାଯାଏ । ଚିହ୍ନର କେନ୍ଦ୍ରରେ ବ୍ରଣ ସୃଷ୍ଟି ହୁଏ । ବାଦାମୀ ଅନିୟମିତ ବିଗଳିତ ତାଳି ସୃଷ୍ଟି ହୁଏ । ତାଳିଗୁଡିକ ପଡିଯାଏ ଏବଂ ଜୀର୍ଣ୍ଣ ପତ୍ର ସୃଷ୍ଟି ହୁଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ପତ୍ରର ଗୋଟିଏ କିମ୍ବା ଉଭୟ ପାର୍ଶ୍ଵରେ ଛୋଟ ଫିକା ସବୁଜ ଚିହ୍ନ ଥାଏ । ଏହି ଚିହ୍ନର ବହଳିଆ କେନ୍ଦ୍ର ଥାଏ ଏବଂ ପରେ ଛୋଟ ଫିକା ବାଦାମୀ କିମ୍ବା କମଳା ରଙ୍ଗର ବ୍ରଣରେ ପରିଣତ ହୁଏ ( ବେଳେବେଳେ ପତ୍ର ଶିରା ପାଖେ ପାଖେ ଥାଏ । ରୋଗର ବିଳମ୍ବ ଅବସ୍ଥାରେ ସେମାନେ ପରସ୍ପର ମିଶନ୍ତି ଏବଂ ବଡ ବାଦାମୀ ଅନିୟମିତ (ବେଳେବେଳେ ହଳଦିଆ ବଳୟ ସହିତ) କ୍ଷତ ଚିହ୍ନରେ ପରିଣତ ହୁଅନ୍ତି । ଏହିମୃତ ଅଂଶ ଚିରି ପବନରେ ଉଡିଯାଏ ଓ ପତ୍ର ଜୀର୍ଣ୍ଣ ଦେଖାଯାଏ । ଛୁଇଁ ଉପରେ ବହଳିଆ ଚିହ୍ନ ସୃଷ୍ଟି ହୁଏ । ଏହି ରୋଗ ପତ୍ରହୀନତା , ମଞ୍ଜି ମାନ ଓ ପରିମାଣ ହ୍ରାସ କରିପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଖିତ ଯେ ଏହି ଜାନ୍ଥୋମୋନାଶ ଆକ୍ସୋନୋପୋଡିଶ ପାଇଁ ଆମେ କିଛି ବିକଳ୍ପ ଉପଚାର ଜାଣି ନାହୁଁ । ଆପଣ ଏ ବିଷୟରେ କିଛି ଜାଣିଥିଲେ ଆମ ସହିତ ସମ୍ପର୍କ କରନ୍ତୁ

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଆବଶ୍ୟକ ଫଳ ସୁନିଶ୍ଚିତ କରିବା ପାଇଁ ରୋଗର ସହଳ ଅବସ୍ଥାରେ ତମ୍ବା ଆଧାରିତ କବକନାଶୀ( ଉଦାହରଣ ସ୍ୱରୂପ କପର ଅକ୍ସିକ୍ଳୋରାଇଡ , 3 ଗ୍ରାମ /ଲିଟର ପାଣି ) ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ଜାନ୍ଥୋମୋନାଶ ଆକ୍ସୋନୋପୋଡିଶ , ପିଭି ଗ୍ଲାଇସିନେସ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ଏହା ଏକ ବିହନ ବାହିତ ବୀଜାଣୁ ଯାହାକି ମାଟିରେ ଥିବା ଫସଲ ଅବଶେଷ ମଧ୍ୟରେ ଶୀତ ସୁପ୍ତି କରିପାରେ । ଏହା ପବନ ,ଜଳ ବିନ୍ଦୁ କିମ୍ବା ପୋକ ଦ୍ଵାରା ବାହିତ ହୁଏ ଏବଂ ପ୍ରକୃତିକ ରନ୍ଧ୍ର ବା ଯାନ୍ତ୍ରିକ ଆଘାତ ଦେଇ ଗଛ ମଧ୍ୟରେ ପ୍ରବେଶ କରେ । ଏହି ରୋଗ ପ୍ରାୟ ଋତୁରେ ସହଳ ଦେଖାଯାଏ , କିନ୍ତୁ ବିଳମ୍ବ ସମୟରେ ମଧ୍ୟ ଦେଖାଯିବା ସମ୍ଭବ ଅଟେ । ଏହା ବାରମ୍ବାର ବର୍ଷା ଓ ଓଦା ପତ୍ର ସହିତ ଗରମ ଓ ଓଦା ପାଣିପାଗ ପରିସ୍ଥିତି ଦ୍ଵାରା ଅନୁକୂଳିତ ହୁଏ । 30 - 33 ଡିଗ୍ରୀ C ହେଉଛି ଏହି ରୋଗ ପାଇଁ ଅନୁକୂଳ ତାପମାତ୍ରା । ଏହି ବୀଜାଣୁ ପରିଚାଳନା ପାଇଁ ପୋଟାସ ଓ ଫସଫରସ ମୁଖ୍ୟ ଭୂମିକା ଗ୍ରହଣ କରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ରୋପଣ କରନ୍ତୁ । କେବଳ ରୋଗମୁକ୍ତ ବିହନ ବ୍ୟବହାର କରନ୍ତୁ । ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ । ପତ୍ର ଓଦା ଥିବା ସମୟରେ ଜମିରେ କାମ କରି ଗଛକୁ ଆଘାତ ଦିଅନ୍ତୁ ନାହିଁ ।ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଉର୍ବରୀକରଣ ଯୋଜନାରେ ପୋଟାସ ଓ ଫସଫରସ ଅନ୍ତର୍ଭୁକ୍ତ ଅଛି । ଜମିର ଉତ୍ତମ ପରିଚ୍ଛନ୍ନତା ରକ୍ଷା କରନ୍ତୁ । ଅମଳ ପରେ ଗଭୀର ଚାଷ କରନ୍ତୁ କିମ୍ବା ସବୁ ଗଛ ଅବଶେଷକୁ କାଢି ଜାଳି ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ