ମକା

ହୋଲ୍କସ୍ ପତ୍ର ଦାଗ

Pseudomonas syringae pv. syringae

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ତଳ ପତ୍ରର ଶୀରା ସମାନ୍ତରରେ ଲେମ୍ବୁ-ସବୁଜ ରଂଗର ଅସ୍ବଚ୍ଛ ରଂଗ ହୀନତା ଦେଖା ଯାଇଥାଏ । ଘା' ଗୁଡିକ ଲମ୍ବ ଭାବେ ବଢି ଚାଲନ୍ତି ଓ ପରସ୍ପର ସହ ମିଶି ଯାଆନ୍ତି । ପତ୍ରର କେନ୍ଦ୍ରରେ ଥିବା ବିଗଳିତ ଲମ୍ବା ଦାଗ ସୁଖି ଯାଆନ୍ତି ଓ ଏହାର କେନ୍ଦ୍ର ପଡି ଯାଏ , ଯାହା ଦ୍ୱାରା କି ପତ୍ରକୁ ଏକ ଛିନ୍ନ ରୂପ ଦେଇଥାଏ.
  • ବେଳେବେଳେ ସଂକ୍ରମିତ କୋଷ ଗୁଡିକରୁ ଜୀବାଣୁ ଜନିତ ପୁଜ ବାହାରିବା ଦେଖାଯାଇ ଥାଏ.

ମଧ୍ୟ ଦେଖା ଯାଇପାରେ


ମକା

ଲକ୍ଷଣ

ତଳ ପତ୍ରର ଶୀରା ସମାନ୍ତରରେ ଘା' ଗୁଡିକ ପ୍ରଥମେ ଲେମ୍ବୁ-ସବୁଜ ରଂଗରୁ ଇଷତ୍ ନୀଳ ରଂଗର ଅସ୍ବଚ୍ଛ ରଂଗ ହୀନତା ଭାବେ ଦେଖା ଯାଇଥାଏ । ଏହା ଧିରେ ଧିରେ ଉପର ପତ୍ର ସମୁହରେ ମଧ୍ୟ ଦେଖା ଦେଇଥାଏ । ଅନୂକୁଳ ପାଣିପାଗରେ, ଏହି ଘା' ଗୁଡିକ ଲମ୍ବ ଭାବେ ବଢି ଚାଲନ୍ତି ଓ ପରସ୍ପର ସହ ମିଶି ଯାଆନ୍ତି. ରୋଗର ପ୍ରାରମ୍ଭିକ ଚରଣରେ ବେଳେବେଳେ ସଂକ୍ରମିତ କୋଷ ଗୁଡିକରୁ ଜୀବାଣୁ ଜନିତ ପୁଜ ବାହାରିବା ଦେଖାଯାଇ ଥାଏ. ବୟସ ସହ ପତ୍ରର କେନ୍ଦ୍ରରେ ଥିବା ପରିଗଳିତ ଲମ୍ବା ଦାଗ ସୁଖି ଯାଆନ୍ତି ଓ ପଡି ଯାଆନ୍ତି, ଯାହା ଦ୍ୱାରା କି ପତ୍ରକୁ ଏକ ଛିନ୍ନ ରୂପ ଦେଇଥାଏ. କିଛି ସଂବେଦନଶୀଳ ମକା ପ୍ରଜାତି, ପତ୍ର ସମୂହରେ ରଂଗ ହୀନ ଲମ୍ବା ଦାଗ ଦେଖାଯାଇଥାଏ ଓ ଉପର ଡାଳରେ ଅନିୟମିତତା ଦେଖିବାକୁ ମିଳିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଆଜି ଯାଏଁ,ଏହି ରୋଗ ପାଇଁ କୌଣସି ଜୈବୀକ ଉପଚାର ଉପଲବ୍ଧ ନାହିଁ. ବିକଳ୍ପ ଭାବେ ମକାରେ ଏହି ଜୀବାଣୁ ଜନିତ ଦାଗର ନିୟନ୍ତ୍ରଣ କରିବା ପାଇଁ କେବଳ ନିବାରଣ ଉପଚାର ଓ ଉତ୍ତମ ଫସଲ ଚାଷ ପ୍ରଣାଳି ହିଁ ସହାୟକ ହୋଇଥାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ବର୍ତ୍ତମାନ ଯାଏଁ ରସାୟନିକ ଉପଚାର କେବଳ ତମ୍ବା ଓ ତମ୍ବା ଉତ୍ପାଦ ପର୍ଯ୍ୟନ୍ତ ସୀମିତ ଅଛି । ଅନେକ ସ୍ପ୍ରେ କେବଳ ଆଂଶିକ ଭାବେ ଫଳପ୍ରସୂ ଅଟନ୍ତି, ଯାହା ଦ୍ୱାରାକି ସଂକ୍ରମଣ ସମୟରେ ରୋଗକୁ ନିୟନ୍ତ୍ରିତ କରିବା କଷ୍ଟକର ଅଟେ.

ଏହାର କାରଣ କଣ

ଲକ୍ଷଣ ଗୁଡିକ ଜୀବାଣୁର କ୍ଷମତା, ମକାର ପ୍ରଜାତି ଓ ପାଣିପାଗ ଅବସ୍ଥା ଉପରେ ବହୁତ୍ ନିର୍ଭର କରେ. ଜୀବାଣୁଟି ମାଟିରେ ଫସଲ ଅବଶେଷରେ, ବିକଳ୍ପ ପୋଷକରେ, ଅନାବଶ୍ୟକ ଘାସରେ ଓ ସାହାଯ୍ୟକାରୀ ଗଛରେ ବଂଚି ରହିଥାଏ । ଏହା ଜଳସେଚିତ ପାଣି, ପବନ ବା ପ୍ରଦୂଷିତ କର୍ମୀ ବା ଉପକରଣ ଦ୍ୱାରା ଗୋଟିଏ ଫସଲରୁ ଅନ୍ୟ ଫସଲକୁ ବ୍ୟାପି ଥାଏ । ଜୀବାଣୁଟି ଫସଲ ଭିତରକୁ ପ୍ରାକୃତିକ କ୍ଷତ ଦ୍ୱାରା ପସି ଥାଏ । ଏହା 0 ରୁ 35 °C ପର୍ଯ୍ୟନ୍ତ ତାପମାତ୍ରା ସହିପାରେ, କିନ୍ତୁ 5-30°C ତାପମାତ୍ରାକୁ ପସନ୍ଦ କରେ. ଏହି ରୋଗଟି ଓଦା ଆର୍ଦ୍ର ପାଗରେ ସବୁଠାରୁ ମାରାତ୍ମକ ହୋଇଥାଏ. ଯେତେବେଳେ ରୋଗଟି ଋତୁର ଆରମ୍ଭରେ ଦେଖା ଦେଇଥାଏ, କିଛି ଚାଷୀ ଡିସ୍କିଂ( ଚାଷ ପଦ୍ଧତି ) ସାହାଯ୍ୟରେ ସମ୍ପୂର୍ଣ ଫସଲକୁ ନଷ୍ଟ କରି ଦିଅନ୍ତି.


ସୁରକ୍ଷାତ୍ମକ ଉପାୟ

  • କେବଳ ସୁସ୍ଥ ଦାତା ଫସଲରୁ କିମ୍ବା ପ୍ରାମାଣିକ ସୁତ୍ରରୁ ଅଣା ଯାଇଥିବା ବିହନ ସାମଗ୍ରୀକୁ ପ୍ରୟୋଗ କରନ୍ତୁ । ବଜାରରେ ଉପଲବ୍ଧ ଥିବା ସହନୀୟ ପ୍ରଜାତିରକିସମ ଚୟନ କରନ୍ତୁ । ରୋଗ ସଂକ୍ରମଣ ପାଇଁ ଅନୁକୂଳ ଥିବା ଓଦା ପାଣିପାଗରୁ ବଂଚିବା ପାଇଁ ଡେରିରେ ବିହନ ବୁଣନ୍ତୁ । ପତ୍ରସମୂହ ଓଦା ଥିବା ସମୟରେ ଜମିରେ କାମ କରନ୍ତୁ ନାହିଁ । ଉପରୁ ଜଳସେଚନ କରନ୍ତୁ ନାହିଁ । ଜମିକୁ ଅନାବନା ଘାସ ଓ ବିକଳ୍ପ ପୋଷକକୁ କାଢି ନିଅନ୍ତୁ । ଫସଲ ପାଖରେ ଗଛ ଅବଶେଷକୁ ଛାଡନ୍ତୁ ନାହିଁ ଓ କମ୍ପୋଷ୍ଟ କରନ୍ତୁ ନାହି । ଉପକରଣକୁ ଉଚ୍ଚ ପ୍ରତିରୋଧକ ଆଲକୋହଲ୍ ସହାୟକରେ ସଂକ୍ରମଣ ମୁକ୍ତ କରନ୍ତୁ.
  • ସଂକ୍ରମିତ ଫସଲ ଗୁଡିକୁ ସଂଗେସଂଗେ ବାହାର କରି ତାହାର ଅବଶେଷକୁ ଜଳେଇ ଦିଅନ୍ତୁ.
  • ରୋଗପ୍ରବଣ ନଥିବା ଫସଲ ସହ ପର୍ଯ୍ୟାୟ କରିବା ପରାମର୍ଶନୀୟ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ