ଆଖୁ

ଆଖୁର ହଳଦିଆ ପତ୍ର ଭୂତାଣୁ

Sugarcane Yellow Leaf Virus

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ର ମଧ୍ୟ ଶିରା ହଳଦିଆ ହୁଏ । ସବୁଠାରୁ ନୂଆ ପତ୍ର ଶୁଖିଯାଏ । ଆଖୁର ରୁଗୁଡିଆ ବୃଦ୍ଧି ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଆଖୁର ହଳଦିଆ ପତ୍ର ଭୂତାଣୁ ରୁଗୁଡିଆ ବୃଦ୍ଧି , ପତ୍ରର ବିବର୍ଣତା ଏବଂ ଗୁଛାକାର ଅଗ୍ରଭାଗ ଆଦି ଲକ୍ଷଣ ସୃଷ୍ଟି କରେ । ଉପର ଆଡୁ ବା ତୂରୀ ପତ୍ରଠାରୁ 3 ରୁ 6 ପତ୍ରର ତଳପଟେ ମଧ୍ୟ ଶିରା ହଳଦିଆ ହୁଏ । ଋତୁ ବଢିବା ସହିତ ମଧ୍ୟ ଶିରାରୁ ପତ୍ର ଛାଦ ଆଡକୁ ହଳଦିଆ ରଙ୍ଗ ବଢି ଆସେ ଓ ଦୂରକୁ ପୁରା ପତ୍ର ହଳଦିଆ ଦେଖାଯାଏ । ଏହା ମୁଖ୍ୟତଃ ପରିପକ୍ଵ ପତ୍ରରେ ଦେଖାଯାଏ । ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ , ତୂରୀ ପତ୍ର ଅନ୍ୟ ପତ୍ର ସହିତ ଶୁଖିଯାଏ ଓ ଗୁଛାକାର ଦେଖାଯାଏ । ବେଳେବେଳେ, ଏକ ଲାଲ ବିବର୍ଣତା ଦେଖାଯାଏ । ପରିପକ୍ଵ ଗଛରେ ଏହି ରୋଗ ଦ୍ରୁତ ଗତିରେ ବିସ୍ତାର ଲାଭ କରେ ଏବଂ ଦୂରକୁ ଚିହ୍ନି ହୁଏ । ଏହା ଜାଣିବାକୁ ପଡିବ ଯେ , ଏହି ଲକ୍ଷଣ ଅନ୍ୟ କାରକ ଯଥା ଚାପରେ ଥିବା ଗଛ , କୀଟ ଦ୍ଵାରା କ୍ଷତି କିମ୍ବା ଜଳ ଅଭାବ ଯୋଗୁଁ ମଧ୍ୟ ହୋଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଭୂତାଣୁ ପରିବହନ ନିୟନ୍ତ୍ରଣ କରିବାକୁ ଜଉ ପୋକ ସଂଖ୍ୟା ନିୟନ୍ତ୍ରଣ କରିବା ଆବଶ୍ୟକ । ପତ୍ର ତଳ ପଟେ ନିରୀକ୍ଷଣ କରନ୍ତୁ , ଯଦି ଜଉ ପୋକ ଥାଏ , ଖୁବ ଶୀଘ୍ର କୀଟନାଶକ ସାବୁନ , ନିମ୍ବ ତେଲ କିମ୍ବା ପାଇରେଥ୍ରୋଇଦ ଜୈବ ପଦାର୍ଥ ଉପଚାର କରନ୍ତୁ । ଜଉ ପୋକ ଖାଉଥିବ ପରଭକ୍ଷୀ ମଧ୍ୟ ବ୍ୟବହାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ ,ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବାହକ ପୋକ ଦ୍ଵାରା ଦ୍ଵିତୀୟକ ପରିବହନ, ମାଲାଥିଆନ @ 0.1 % କିମ୍ବା ଡିମେକ୍ରନ @ 0.2 % ପ୍ରୟୋଗ ଦ୍ଵାରା ନିୟନ୍ତ୍ରଣ କରିହେବ । ଗଛର ଶୁଖିଲା ପତ୍ର କାଢି ଏକ ମାସ ବ୍ୟବଧାନରେ ଦୁଇ ଥର ମଲାଥିଆନ @ 1.5 କେଜି/ହେକ୍ଟର ପତ୍ର ସିଂଚନ କରିବା ଉଚିତ । ମାଟିରେ କାର୍ବୋଫୁରାନ @ 2 କେଜି /ହେକ୍ଟର ପ୍ରୟୋଗ କରାଯାଇପାରେ ।

ଏହାର କାରଣ କଣ

ଆଖୁର ହଳଦିଆ ପତ୍ର ଭୂତାଣୁ ଯାହାକି ଜଉ ପୋକ( aphid , ମେଲାନାଫିସ ଶାକାରୀ ଓ ରୋଫାଲୋସିଫମ ମାଇଡିଶ ) ଦ୍ଵାରା ଦ୍ଵିତୀୟକ ଭାବେ ପରିବାହିତ ହୁଏ କିମ୍ବା ଆଖୁର ହଳଦିଆ ପତ୍ରର ପ୍ରରସ ଯାହାକି ପତ୍ର ଡିଆଁ ପୋକ ଦ୍ଵାରା ପରିବାହିତ ହୁଏ , ଏମାନଙ୍କ ଦ୍ଵାରା ଲକ୍ଷଣ ସୃଷ୍ଟି ହୁଏ । ଏହା ପ୍ରାଥମିକ ଭାବରେ ସଂକ୍ରମିତ ବିହନ ସାମଗ୍ରୀ ଦ୍ଵାରା ପରିବାହିତ ହୁଏ ଏବଂ ଯାନ୍ତ୍ରୀ କ ଭାବରେ ପରିବାହିତ ହୁଏ ନାହି । ଅନ୍ୟ ଫସଲ ଯଥା ଗହମ , ବାର୍ଲି ,ଜୋୱାର ଓ ଯଅ ଆଦି ଏହି ରୋଗ ପ୍ରତି ସଂବେଦନଶୀଳ ଅଟନ୍ତି । କିନ୍ତୁ କେବଳ ପ୍ରଭାବିତ ହୁଅନ୍ତି ଯେତେବେଳେ ଆଖୁ ନିକଟବର୍ତ୍ତୀ ଜାଗାରେ ଲଗାହୋଇଥାଏ । ଅମଳ ପର୍ଯ୍ୟନ୍ତ ଏହି ରୋଗ ପରିପକ୍ଵ ଆଖୁରେ ଶୁଖିଲାପାଗ ପରିସ୍ଥିତିରେ ଦେଖାଯାଏ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , କେବଳ ରୋଗମୁକ୍ତ ବିହନ ସାମଗ୍ରୀ ଏବଂ ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ପ୍ରଥମେ ତଳିଘେରାରେ ଲ୍ରୋପନ କରି ପରେ ମୁଖ୍ୟ ଜମିରେ ପ୍ରତିରୋପଣ କଲେ ଏହି ରୋଗକୁ ଦୂରେଇ ହେବ । ଏହାର ବାହକ ଜଉ ପୋକ ନିୟନ୍ତ୍ରଣ କରିବାକୁ ହଳଦିଆ ଅଠା ଜନ୍ତା ବ୍ୟବହାର କରନ୍ତୁ । ପରିପକ୍ଵ ପତ୍ର କାଢି ଦିଅନ୍ତୁ , କାରଣ ଜଉ ପୋକ ମାନେ ଏଠାରେ ଦଳ ବାନ୍ଧି ରହିବାକୁ ପସନ୍ଦ କରନ୍ତି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ