ମକା

ମକାରେ ପାଣ୍ଡୁର ଚିତ୍ରିତ ଭୂତାଣୁ

MCMV

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଅନେକ ସଂଖ୍ୟକ, ଛୋଟ ହଳଦିଆ ଦାଗ ଓ ଧାର ଦେଖା ଯାଇଥାଏ । ପର ସ୍ତରରେ ପାଣ୍ଡୁର ପଟ୍ଟୀ କିମ୍ବା ଧଳା ଦାଗ , ସମ୍ପୁର୍ଣ ପତ୍ର ପର୍ଯ୍ୟନ୍ତ ବ୍ୟାପି ଯାଇପାରେ ।ଚଁଅରର ବିକୃତି, ଛୋଟ ଡାଳ ତଥା ଫସଲର ରୁଗୁଡିଆ ବୃଦ୍ଧି ହେବା ଦେଖା ଯାଇଥାଏ ।.

ମଧ୍ୟ ଦେଖା ଯାଇପାରେ


ମକା

ଲକ୍ଷଣ

ବିଭିନ୍ନ କିସମ ବା ସଙ୍କର କିସମ ଓ ସଂକ୍ରମଣ ସମୟରେ ଗଛର ଅବସ୍ଥା ଅନୁସାରେ ଲକ୍ଷଣର ମାତ୍ରା ଭିନ୍ନ ଭିନ ହୁଏ । ଏହି ରୋଗଟି ପତ୍ର ଉପରେ ଅନେକ ସଂଖ୍ୟକ, ଛୋଟ ହଳଦିଆ ଦାଗ ଓ ପତ୍ରଶୀରାର ସମାନ୍ତରରେ ଧାର ଦ୍ୱାରା ଦେଖା ଯାଇଥାଏ । ଯେମିତି ୟେ ବଢି ଚାଲନ୍ତି ଓ ପରସ୍ପରର ସହ ମିଶି ଯାଆନ୍ତି ଓ ପାଣ୍ଡୁର ଟିସୂ ଉପରେ ଲମ୍ବା ଧାର, ଦାଗ ଓ ଘା ଦେଖା ଯାଇଥାଏ, ଶେଷରେ ଫଳସ୍ୱରୁପ ପତ୍ରଟି ମରିଯାଇଥାଏ । ଫସଲରେ ଛୋଟ ପବ ସହ ରୁଗୁଡିଆ ବୃଦ୍ଧି ହେବା ଦେଖା ଯାଇଥାଏ ।ଅଳ୍ପ ଶୂଳିଆ ଓ ଛୋଟ ଡେମ୍ଫ ସହ ଅଣ୍ଡିରା ଫୁଲ ବିକୃତ ହୁଏ । ବିଶେଷତଃ ସଂବେଦନଶୀଳ ଫସଲରେ ବା ସଂକ୍ରମଣ ଶୀଘ୍ର ହୋଇଗଲେ ଚଁଅର ଭଲରେ ବଢି ପାରନ୍ତିନି ଓ ଗଛ ପ୍ରତି କମ୍ ଚଁଅର ଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଭୂତାଣୁ ଜନିତ ରୋଗର କୌଣସି ସିଧାସଳଖ ନିୟନ୍ତ୍ରଣ କରିବାର ଉପାୟ ନାହିଁ । ଏହି ଭୂତାଣୁ ଜନିତ ଘଟଣାକୁ ରୋକିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଉଛି ପ୍ରତିରୋଧି କିସମର ଫସଲ ଚାଷ କରିବା। ଏହି ଭୂତାଣୁର ରୋଗବାହକ ଭାବେ କାର୍ଯ୍ୟ କରୁଥିବା ବିରୁଡି, ପୋକ କିମ୍ବା କୀଟର ଜୈବୀକ ନିୟନ୍ତ୍ରଣ ବିଷୟରେ ଜାଣିବା ପାଇଁ ଦୟାକରି ଡାଟାବେଶ୍ ରେ ଖୋଜନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ପ୍ରୟୋଗ କରିବା ପାଇଁ ଯୋଜନା କରନ୍ତୁ । ରସାୟନିକ ସାମଗ୍ରୀ ପ୍ରୟୋଗ କରି ଭୂତାଣୁ ଜନିତ ରୋଗର ସିଧାସଳଖ ନିୟନ୍ତ୍ରଣ କରା ଯାଇ ପାରିବ ନାହିଁ । ଯାହାହେଲେବି , ରୋଗବାହକ କୀଟମାନେ ଯେଉଁ ମାନେକି ଭୂତାଣୁକୁ ପରିବାହିତ କରନ୍ତି, ସେମାନଂକୁ କୀଟନାଶକ ସହାୟତାରେ ନିୟନ୍ତ୍ରଣ କରା ଯାଇ ପାରିବ।

ଏହାର କାରଣ କଣ

ଲକ୍ଷଣ ଗୁଡିକ (ଏମ୍.ସି.ଏମ୍.ଭି) ନାମକ ଏକ ଭୂତାଣୁ ଯୋଗୁଁ ହୋଇଥାଏ ଯାହାକି କିଛି କୀଟ ପତଂଗ ଯେପରିକି ପତ୍ରଡିଆଁ ପୋକ, ବୀରୁଡି ଓ କିଛି ପ୍ରଜାତିର ପୋକ ଯେପରିକି (ଟେଟ୍ରନିକୁସ୍ ଏସ୍ପିପି) ଓ କୀଟ ଯେପରିକି(ଫ୍ରଂକ୍ଲିନିଏଲା ଏସ୍ପିପି) ଦ୍ୱାରା ପରିବାହିତ ହୋଇଥାଏ । ସଂକ୍ରମିତ ଫସଲ ସାମଗ୍ରୀ ମାଧ୍ୟମରେ ମକା ଫସଲର ନୂଆ କ୍ଷେତ୍ରରେ ଏମ୍.ସି.ଏମ୍.ଭି ସାଧାରଣତଃ ପ୍ରବିଷ୍ଟ ହୋଇଥାଏ । ଥରେ ପ୍ରବେଶ କରିବା ପରେ ଏହା ସୁସ୍ଥ ମକା ଗଛକୁ ଲଗାତାର୍ ଭାବେ ଏହି କୀଟ ପତଂଗଂକ ଖାଦ୍ୟ ମାଧ୍ୟମରେ ସଂକ୍ରମିତ କରିଚାଲେ । ଜମିରେ ଫସଲ ନଥିବା ସମୟରେ ଏହା ଲାର୍ଭା ସ୍ତରରେ ଥିବା ବେଳେମଧ୍ୟ ବଂଚି ରୁହନ୍ତି । କିନ୍ତୁ ଯାନ୍ତ୍ରିକ କ୍ଷତ ମାଧ୍ୟମରେ ସଂକ୍ରମଣ ହେବା ମଧ୍ୟ ସମ୍ଭବପ। . ଉଚ୍ଚ ତାପମାତ୍ରା, ଫସଲ ଚାପ ଓ ଦୀର୍ଘ କାଳ ଧରି ଓଦା ପାଣିପାଗ ରୋଗର ସଂକ୍ରମଣ ପାଇଁ ଅନୁକୂଳ ହୋଇଥାଏ ।


ସୁରକ୍ଷାତ୍ମକ ଉପାୟ

  • ଯଦି ସମ୍ଭବ ତାହାଲେ, ପ୍ରତିରୋଧି କିସମର ଫସଲ ଚାଷ କରନ୍ତୁ, ଯେହେତୁ ଏହି ରୋଗ ପାଇଁ ଏହା ଏକ ମୁଖ୍ୟ ପଦକ୍ଷେପ ଅଟେ । ଜମିକୁ ନିୟମିତ ଭାବେ ପର୍ଯ୍ୟବେକ୍ଷଣ କରନ୍ତୁ ଓ ସଂକ୍ରମିତ ଫସଲକୁ କାଢି ନିଅନ୍ତୁ । ଜମିରେ ଚାଷ କାର୍ଯ୍ୟ ସମୟରେ ମକା ଫସଲକୁ ଯେମିତି ଯାନ୍ତ୍ରିକ କ୍ଷତି ନହୁଏ ଦୃଷ୍ଟି ଦିଅନ୍ତୁ । ବିକଲ୍କ୍ପ ଅନାବନା ପୋଷକ , ମୁଖ୍ୟତଃ ଘାସକୁ ନିୟନ୍ତ୍ରଣ କରନ୍ତୁ । ଫସଲ ଅବଶେଷକୁ ମାଟିରେ ମିଶେଇ ଦେବା ପାଇଁ ଅମଳ ପରେ ଜମିକୁ ହଳ କରିନିଅନ୍ତୁ । ବର୍ଷେ ଧରି ଅସଂବେଦନଶୀଳ ଫସଲ ସହ ପର୍ଯ୍ୟାୟ ଯୋଜନା କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ