ଭେଣ୍ଡି

ଭେଣ୍ଡିର ପତ୍ର ଦାଗ ରୋଗ

Pseudocercospora abelmoschi

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ତଳ ପଟେ କଳା କୋଣିୟ ଦାଗ ଥାଏ। ପତ୍ର ଶୁଖିଯାଏ, ଝାଉଁଳି ଯାଏ ଓ ପତ୍ରଝଡା ଦେଇଥାଏ। କାଣ୍ଡ ଓ ଫଳ ମଧ୍ୟ ପ୍ରଭାବିତ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଭେଣ୍ଡି

ଲକ୍ଷଣ

ପ୍ରାରମ୍ଭିକ ଭାବରେ, ପତ୍ରର ତଳ ପଟେ ଅସ୍ପଷ୍ଟ ଅଲିଭ ରଙ୍ଗର ଦାଗ ଭଳି ଲକ୍ଷଣ ସ୍ପଷ୍ଟ ଦେଖାଯାଏ। ମୁଖ୍ୟତଃ, ଭୁଇଁ ନିକଟରେ ଥୁବା ପୁରୁଣା ପତ୍ର ସାଧାରଣତଃ ଏହି ରୋଗ ଦ୍ଵାରା ପ୍ରଭାବିତ ହୋଇଥାଏ। ହାଲୁକା ମାଟିଆ ରୁ ଧୂସର କବକ ବୃଦ୍ଧି ପ୍ରଭାବିତ ପତ୍ରରେ ଦେଖାଯାଏ। ରୋଗ ବୃଦ୍ଧି ହେଲେ, ପତ୍ରର ଉପର ପଟେ ବିଗଳିତ ଦାଗ ମଧ୍ୟ ଦେଖାଯାଇ ପାରେ। ସଂକ୍ରମିତ ପତ୍ର ଶେଷରେ ଶୁଖି ଝାଉଁଳି ଯାଏ। କାଣ୍ଡ ଓ ଫଳରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଏ। ଅତ୍ୟଧିକ ଆକ୍ରାନ୍ତ ହେଲେ, ଗଛ ସଂପୂର୍ଣ୍ଣ ପତ୍ରଝଡା ଦେଇଥାଏ। ସି. ମଲାଏନସିସ ସହିତ ଏହି ଲକ୍ଷଣ ଦ୍ଵନ୍ଦ ସୃଷ୍ଟି କରିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହି ପୋକ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା ଆମେ ଜାଣି ନାହୁଁ। ଯଦି ଏହାର ଲକ୍ଷଣ କିମ୍ବା ଆବିର୍ଭାବ ହ୍ରାସ ପାଇଁ କୌଣସି ସଫଳ ପଦ୍ଧତି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଅପରାହ୍ନରେ ପତ୍ରର ତଳ ପଟେ କବକନାଶକ ସିଞ୍ଚନ କରନ୍ତୁ। କପର ଅକ୍ସିକ୍ଳୋରାଇଡ @ 0.3%, ମାଙ୍କୋଜେବ @ 0.25% କିମ୍ବା ଜିନେବ @ 0.2% ଭଳି ସୁରକ୍ଷାତ୍ମକ କବକନାଶକ ବୁଣିବାର ଏକ ମାସ ପରେ ପ୍ରୟୋଗ କରନ୍ତୁ ଏବଂ ରୋଗ ମାତ୍ରା ଅନୁସାରେ ଏହି ପ୍ରକ୍ରିୟା ପ୍ରତି 15 ଦିନ ବ୍ୟବଧାନ ରଖି ପୁନର୍ବାର ପ୍ରୟୋଗ କରନ୍ତୁ। ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ କାର୍ବେଣ୍ଡାଜିମ 50 ଡ଼ିଏଫ @ 0.1% 15 ଦିନ ଅନ୍ତରରେ ପ୍ରୟୋଗ କରିବା ପରେ ଭଲ ଫଳ ଦେଖାଇଛି।

ଏହାର କାରଣ କଣ

ସୁଡୋସର୍କୋସ୍ପୋରା ଆବେଲ୍ମୋସ୍ଚି ନାମକ କବକ ଦ୍ଵାରା ଏହି ପତ୍ର ଦାଗ ସୃଷ୍ଟି ହୋଇଥାଏ। ଏହା ମାଟିରେ ସଂକ୍ରମିତ ଗଛ ଅବଶେଷରେ ଶୀତସୁପ୍ତି କରିଥାଏ ଓ ବଞ୍ଚିଥାଏ ଏବଂ ଏହିପରି ଭେଣ୍ଡି ଗଛର ତଳ ପତ୍ର ଓ ଚେରକୁ ସଂକ୍ରମଣ କରିଥାଏ। ଦ୍ଵିତୀୟକ ଭାବରେ କବକ ରେଣୁ ପବନ, ବର୍ଷା, ଜଳସେଚନ ଓ ଯାନ୍ତ୍ରିକ ଉପକରଣ ଦ୍ଵାରା ବିସ୍ତାର ଲାଭ କରିଥାଏ। ଆର୍ଦ୍ର ଋତୁରେ ପତ୍ର ଦାଗ ରୋଗ ସାଧାରଣ ଅଟେ (ଫୁଲ ଅବସ୍ଥା), କାରଣ ଉଷ୍ମ ଓ ଆର୍ଦ୍ର ପାଣିପାଗ କବକ ବୃଦ୍ଧିକୁ ଅନୁକୂଳ କରାଏ।


ସୁରକ୍ଷାତ୍ମକ ଉପାୟ

  • କେବଳ ପ୍ରାମାଣିକ ବିହନ ସାମଗ୍ରୀ ବ୍ୟବହାର କରନ୍ତୁ ଏବଂ ଅଧିକ ବ୍ୟବଧାନରେ ଗଛ ଲଗାନ୍ତୁ, ଯେପରି କି ପବନରେ ପତ୍ର ଶୁଖି ଯାଇପାରେ। ଆପଣଙ୍କ ଜମି ନିୟମିତ ନିରୀକ୍ଷଣ କରନ୍ତୁ ଏବଂ ସଂକ୍ରମିତ ପତ୍ର ଠିକ ଉପାୟରେ କାଢନ୍ତୁ (ଅନ୍ୟ ବିକଳ୍ପ ହେଉଛି ଜାଳିବା) ଉତ୍ତମ ବାଳୁଙ୍ଗା ପରିଚାଳନା ସୁପାରିସ କରାଯାଏ। ଯଥେଷ୍ଟ ଜଳ ଓ ସାର ଦେଇ ଗଛକୁ ଚାପ ମୁକ୍ତ ରଖନ୍ତୁ। ସନ୍ଧ୍ୟା ପରିବର୍ତ୍ତେ ସକାଳେ ଜଳସେଚନ ଦିଅନ୍ତୁ ଏବଂ ସିଂଚନ ଜଳସେଚନ ଓ ଦୁର୍ବଳ ନିଷ୍କାସିତ ମାଟି ଏଡାନ୍ତୁ। ପୋଷକ ନଥିବା ଗଛ ସହିତ ଫସଲ ପର୍ଯ୍ୟାୟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ