ସୋୟାବିନ

ସୋୟାବିନର କାଣ୍ଡ ପୋଡା ରୋଗ

Diaporthe phaseolorum var. sojae

ଫିମ୍ପି

5 mins to read

ସଂକ୍ଷେପରେ

  • କାଣ୍ଡ , ଡେମ୍ଫ ଓ ଛୁଇଁ ଉପରେ ଗାଢ ଚିହ୍ନର ଧାଡି ଥାଏ । ମଞ୍ଜି ମାନ କମିଯାଏ । ମଞ୍ଜି ଉପରେ ଧଳା ଚକ ଗୁଣ୍ଡ ଭଳି ଫିମ୍ପି ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

କାଣ୍ଡ ପୋଡା ରୋଗର ସବୁଠାରୁ ଦେଖାଯିବା ଲକ୍ଷଣ ହେଉଛି ପିକ୍ନିଡିଆ ( କବକର ଫଳନ ଅଙ୍ଗ )ର ଉପସ୍ଥିତି ଋତୁର ବିଳମ୍ବରେ ସଂକ୍ରମିତ କାଣ୍ଡ , ଛୁଇଁ ଏବଂ ପଡିଯାଇଥିବା ଡେମ୍ଫରେ ଛୋଟ , ବହଳିଆ କଳା ବିନ୍ଦୁ ଗାର ଆକାରରେ ଥାଏ । ସଂକ୍ରମିତ ଗଛର ଉପର ଅଂଶ ହଳଦିଆ ହୋଇ ମରିଯାଇପାରେ । କାଣ୍ଡ ପୋଡା ରୋଗ ପ୍ରଭାବିତ ବିହନ ଫଟା , ଶୁକୁଟା , ମୃଦୁ ଏବଂ ଧୂସର ଫିମ୍ପି ଦ୍ଵାରା ଆବରଣ ହୋଇଥାଏ । ସଂକ୍ରମିତ ଗଛ ଅଂଶ ଅକାଳରେ ମରିଯାଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଖିତ ଯେ ଏହିବରୋଗ ପାଇଁ ଆମେ କିଛି ବିକଳ୍ପ ଉପଚାର ଜାଣି ନାହୁଁ । ଆପଣ ଏ ବିଷୟରେ କିଛି ଜାଣିଥିଲେ ଆମ ସହିତ ସମ୍ପର୍କ କରନ୍ତୁ

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ମଞ୍ଜି ହେବା ଅବସ୍ଥାର ପ୍ରାରମ୍ଭରେ ଯଦି କବକନାଶୀ ପତ୍ର ସିଞ୍ଚନ ଦିଆଯାଏ , ଏହା ମଞ୍ଜିର ମାନ ରକ୍ଷା କରେ । ଛୁଇଁ ଧରିବା ଅବସ୍ଥାରୁ ବିଳମ୍ବ ଛୁଇଁ ଅବସ୍ଥା ମଧ୍ୟରେ କବକନାଶୀ ପ୍ରୟୋଗ କଲେ ମଞ୍ଜି ସଂକ୍ରମଣ କମେ ।ଲଗାଇବା ପୂର୍ବରୁ ସଂକ୍ରମିତ ବିହନ ଉପଚାରିତ ହେବା ଉଚିତ ( ବେନୋମିଲ ଭଳି କବକନାଶୀ ) ।

ଏହାର କାରଣ କଣ

ଡାଇଆପୋର୍ଥେ ଫାଜେଓଲୋରମ ଜାତିର କବକ ( ଫୋମୋପ୍ସିସ ସୋଜେ ବୋଲି ମଧ୍ୟ ଜଣାଶୁଣା ) ଯୋଗୁଁ କାଣ୍ଡ ପୋଡା ରୋଗ ହୁଏ । ଶୀତ ଦିନେ ଏହି କବକ ଉଭୟ ସଂକ୍ରମିତ ମଞ୍ଜି ଓ ଫସଲ ଅବଶେଷରେ ବଞ୍ଚି ରହେ । ସଂକ୍ରମିତ ମଞ୍ଜିଗୁଡିକ ଶୁକୁଟା , ଫଟା ଓ ଧଳା କବକ ଜାଲ ଦ୍ଵାରା ଆବରିତ ହୋଇ ଥାଏ । ଅତ୍ୟଧିକ ସଂକ୍ରମିତ ମଞ୍ଜି ଗଜା ହୋଇନପାରେ ।ଛୁଇଁ ବୃଦ୍ଧି ଓ ପରିପକ୍ଵତା ସମୟରେ ଗରମ ଓ ଓଦା ପାଣିପାଗ ଅଧିକ ଦିନ ରହିଲେ , ଏହା ଛୁଇଁରୁ ମଞ୍ଜିକୁ ରୋଗ ବିସ୍ତାର ଅନୁକୂଳ କରେ । ଛୁଇଁ ଭର୍ତ୍ତି ହେବା ଅବସ୍ଥାରେ ଅତି ଓଦା ପରିସ୍ଥିତି କାଣ୍ଡ ସଂକ୍ରମଣକୁ ଅନୁକୂଳ କରେ । ଏହି ଜୀବାଣୁ ଅମଳରେ ଅଧିକ କ୍ଷତି କରେ ଓ ମଞ୍ଜିର ମାନ ହ୍ରାସ କରେ ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ପାଇଁ ରୋଗ ମୁକ୍ତ ଏବଂ ଉଚ୍ଚ ମାନର ବିହନ ବ୍ୟବହାର କରନ୍ତୁ । ପୂର୍ବରୁ କାଣ୍ଡ ପୋଡା ରୋଗରେ ସଂକ୍ରମିତ ଜମିରେ ସୋୟାବିନ ଲଗାଇବା ବାରଣ କରନ୍ତୁ । ଛୁଇଁ ଭର୍ତ୍ତି ହେବା ଅବସ୍ଥାରୁ ଅମଳ ପରିପକ୍ଵ ଅବସ୍ଥା ମଧ୍ୟରେ ପ୍ରତି ଦୁଇ ସପ୍ତାହରେ ଠାରେ କାଣ୍ଡ ପୋଡା ରୋଗର ଉପସ୍ଥିତି ଜାଣିବା ପାଇଁ ନିରୀକ୍ଷଣ କରନ୍ତୁ । ମଖମଲ ଘାସ ଏବଂ ପିଗ ଘାସ ଠାରୁ ଜମିକୁ ମୁକ୍ତ ରଖନ୍ତୁ । ବିଳମ୍ବ ଅମଳ କାଣ୍ଡ ପୋଡା ରୋଗର ଶଙ୍କା ବଢାଇଥାଏ , କାରଣ ଗଛଗୁଡିକ ଥଣ୍ଡା ଓ ଓଦା ପରିସ୍ଥିତି ସଂସ୍ପର୍ଶରେ ଆସନ୍ତି ଯାହାକି ରୋଗର ବିକାଶକୁ ଅନୁକୂଳ କରେ । ଠିକ ସମୟରେ ଅମଳ କରିବା ଏବଂ ଜମିରେ ଉପଯୁକ୍ତ ଚାଷ କାମ କରିବା ରୋଗର ପରିମାଣକୁ କମାଏ । ମକା କିମ୍ବା ଗହମ ଭଳି ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ