ସୋୟାବିନ

ସୋୟାବିନର କାଣ୍ଡ ବାଦାମୀ ପଚା ରୋଗ

Cadophora gregata

ଫିମ୍ପି

5 mins to read

ସଂକ୍ଷେପରେ

  • ପରିବାହୀ ଓ ମଞ୍ଜ ଅଂଶ ବାଦାମୀ ଠାରୁ ଲାଲ ବାଦାମୀ ପରିବର୍ତ୍ତନ । ଋତୁର ସହଳ ସମୟରେ ଚେରକୁ ସଂକ୍ରମଣ କରେ । 17 ରୁ 27 ଡିଗ୍ରୀ C ମଧ୍ୟରେ ଲକ୍ଷଣ ଅଧିକ ଖରାପ ହୁଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ସୋୟାବିନ ଅବଶେଷରେ ବଞ୍ଚୁଥିବା କବକ ଫିଆଲୋଫୋରା ଗ୍ରେଗାଟା ଯୋଗୁଁ ଏହି ରୋଗ ହୁଏ । ସହଳ ଋତୁରେ ସୋୟାବିନ ଚେରକୁ ଏହି ରୋଗ ସଂକ୍ରମଣ କରେ , କିନ୍ତୁ ଗଛ ଛୁଇଁ ଭର୍ତ୍ତି ହେବ ଆରମ୍ଭ କରିବା ପର୍ଯ୍ୟନ୍ତ ଲକ୍ଷଣହୀନ ରହେ । ସାଧାରଣତଃ ପତ୍ର ବର୍ଣ୍ଣହୀନତା ଓ ବିଗଳନ ସହିତ ପରିବାହୀ ଅଂଶ ବାଦାମୀ ହୁଏ । କେତେକ କ୍ଷେତ୍ରରେ , କେବଳ ଅନ୍ତଃ ପରିବାହୀ ବାଦାମୀକରଣ ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ବାଦାମୀ କାଣ୍ଡ ପଚା ରୋଗ କମାଇବା ପାଇଁ ମାଟିର ପିଏଚ 7 ରଖନ୍ତୁ ।

ରାସାୟନିକ ନିୟନ୍ତ୍ରଣ

କାଣ୍ଡ ବାଦାମୀ ପଚା ରୋଗ ଉପରେ ପର୍ଣ୍ଣୀୟ କବକନାଶୀର କୌଣସି ପ୍ରଭାବ ନାହି । ଆହୁରି , ବିହନ ଉପଚାରର ମଧ୍ୟ କୌଣସି ପ୍ରଭାବ ପଡେ ନାହି , ଯେହେତୁ ଅଧିକ ଅବନତି ହେବ ପରେ କେବଳ ଚାରାକୁ ରକ୍ଷା କରି ସଂକ୍ରମଣକୁ ବାଧା ଦେଇ ହେବ ନାହି ।

ଏହାର କାରଣ କଣ

ଜୀବାଣୁର ପରଜୀବୀ ଅବସ୍ଥାରେ ପୂର୍ବରୁ ବସା ବାନ୍ଧିଥିବା ସୋୟାବିନ ଅବଶେଷରେ ବାଦାମୀ କାଣ୍ଡ ପଚା ରୋଗର ଜୀବାଣୁ ବଞ୍ଚେ । ରୋଗର ମାତ୍ରା ପରିବେଷ୍ଟନୀ , ମୃତ୍ତିକା ପରିବେଶ ଓ ଫସଲ ପରିଚାଳନା ପଦ୍ଧତି ଉପରେ ନିର୍ଭର କରେ । ବାୟୁ ତାପମାତ୍ରା ( 60 ରୁ 80 ଡିଗ୍ରୀ F ) ରହିବାବେଳେ କାଣ୍ଡ ଓ ପତ୍ର ଲକ୍ଷଣ ଅଧିକ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ପୋଷକ ନଥିବା ଫସଲ ସହ 2 ରୁ 3 ବର୍ଷ ପର୍ଯ୍ୟାୟ କରିବା ଭଳି ଉତ୍ତମ ପରିଚାଳନା ପଦ୍ଧତି ଗ୍ରହଣ କରନ୍ତୁ । ଅନ୍ୟ ଉପାୟଗୁଡିକ ଯଥା ବିହନ ନିର୍ବାଚନ ଓ ଚାଷ ପଦ୍ଧତି ମଧ୍ୟ ଫଳପ୍ରସୂ ହୋଇପାରେ । କେବଳ ଯେତେବେଳେ ସଂକ୍ରମିତ ଜମିରେ ରୋଗର ଚାପ କଲ୍ପନା କରାଯିବ , ରୋଗ ପ୍ରତିରୋଧି ସୋୟାବିନ କିସମ ବ୍ୟବହାର କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ