ମକା

ମକାର ଡାଉନି ମିଲ୍ଡିଉ

Peronosclerospora sorghi

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ପାଣ୍ଡୁର ଗାର ଦେଖାଯାଏ। ରୁଗୁଡିଆ ଓ ବୁଦାଳିଆ ହୋଇଯାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ମକା

ଲକ୍ଷଣ

ପତ୍ରର ଉଭୟ ଉପର ଓ ତଳ ପଟେ ଧଳା ବର୍ଣ୍ଣର ବୃଦ୍ଧି ଦେଖାଯାଏ। ପବ ଛୋଟ ହୁଏ, ଯାହା ଫଳରେ ରୁଗୁଡିଆ ଓ ବୁଦାଳିଆ ଦେଖାଯାଏ। ଖୋଲି ନଥିବା ଅଣ୍ଡିରା ଫୁଲର ସବୁଜ ଉପ-ପତ୍ରରେ ଏକ ଧଳା ବୃଦ୍ଧି ଦେଖାଯାଏ। ଅଣ୍ଡିରା ଫୁଲରେ ଛୋଟ ରୁ ବଡ ପତ୍ର ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରତିରୋଧୀ କିସମ ଓ ହାଇବ୍ରିଡ ଲଗାନ୍ତୁ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା ଉପଲବ୍ଧ ଜୈବିକ ଉପଚାର ଏବଂ ନିରାକରଣାତ୍ମକ ପଦକ୍ଷେପ ସହିତ ଏକ ସମନ୍ଵିତ ପଦ୍ଧତି ଗ୍ରହଣ କରନ୍ତୁ। ମେଟାଲକସିଲ ଏବଂ ମାଙ୍କୋଜେବ ଭଳି ସକ୍ରିୟ ଉପାଦାନ ଥିବା ଅନ୍ତର୍ଭେଦି ନତାରଭେଦୀ ସଂପୂର୍ଣ୍ଣ ଶରୀରଚର କବକନାଶୀ ଦ୍ଵାରା ବିହନ ଉପଚାର କରନ୍ତୁ

ଏହାର କାରଣ କଣ

କବକ ଯୋଗୁଁ ଏହି କ୍ଷତି ହୋଇଥାଏ, ଯାହାକି ପତ୍ରର ଉଭୟ ପଟେ ଧଳା ଡାଉନି ବୃଦ୍ଧି କରିଥାଏ। ମାଟିରେ ଥିବା ଡିମ୍ବଜରେଣୁ ଏବଂ ସଂକ୍ରମିତ ମକା ବିହନରେ ଥିବା ସୁପ୍ତ ମାଇସେଲିଅମ ଏହି ସଂକ୍ରମଣର ପ୍ରାଥମିକ ଉତ୍ସ ଅଟେ। କବକ ପୋଷକ ଟିସୂରେ ଥରେ ବସତି ସ୍ଥାପନ କରିଲେ, ଷ୍ଟୋମାଟାରୁ ସ୍ପୋରାଞ୍ଜୀୟଫୋର ବାହାରି ଥାଏ ଏବଂ କନିଡିଆ ଉତ୍ପନ୍ନ କରିଥାଏ, ଯାହାକି ବର୍ଷା ଏବଂ ପବନ ଦ୍ଵାରା ବିସ୍ତାର ହୋଇ ଦ୍ଵିତୀୟକ ସଂକ୍ରମଣ ସୃଷ୍ଟି କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ପରିଷ୍କାର ଚାଷ ପଦ୍ଧତି ଗ୍ରହଣ କରନ୍ତୁ। ମାଟିରେ ଗଭୀର ଚାଷ କରନ୍ତୁ। ଡାଲି ଜାତୀୟ ଫସଲ ସହିତ ଫସଲ ପର୍ଯ୍ୟାୟ କରନ୍ତୁ। ସଂକ୍ରମିତ ଗଛ କାଢି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ