ସୋୟାବିନ

ସୋୟାବିନର ପାଉଁସିଆ ରୋଗ

Erysiphe diffusa

ଫିମ୍ପି

5 mins to read

ସଂକ୍ଷେପରେ

  • ପ୍ରାରମ୍ଭରେ , ପତ୍ର ଉପର ପଟେ ଧଳା ଗୁଣ୍ଡ ଫିମ୍ପି ବୃଦ୍ଧି ଦେଖାଯାଏ , ପରେ ଏହା ଉପର ଓ ତଳ ପାତକୁ ଆବରଣ କରେ । ଏହେ ଛୁଇଁ ଓ କାଣ୍ଡ ଉପରେ ବିକାଶ ଲାଭ କରିପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ପାଉଁସିଆ ରୋଗ ପ୍ରଥମେ ଛୋଟ ଗୋଲାକାର ଧଳା ଗୁଣ୍ଡ ଫିମ୍ପି ବୃଦ୍ଧି ଭଳି ପତ୍ରର ଉପର ପଟେ ଦେଖାଯାଏ । ସଂକ୍ରମିତ ସ୍ଥାନ ବଢେ ଓ ପତ୍ରର ଉଭୟ ପଟକୁ ଆବରଣ କରେ । କାଣ୍ଡ ଓ ଛୁଇଁରେ ମଧ୍ୟ ଫିମ୍ପି ବୃଦ୍ଧି ଦେଖାଯାଏ । ଅଧିକ ମାତ୍ରାରେ ସଂକ୍ରମଣ ସମୟରେ , ସୋୟାବିନ ଗଛର ସବୁ ଅଂଶ ଧଳା ଠାରୁ ଫିକା ଧୂସର ଗୁଣ୍ଡ ଫିମ୍ପି ଦ୍ଵାରା ଆବରିତ ହୋଇଥାଏ । ସୋୟାବିନର କେତେକ କିସମ ପତ୍ରର ପାଣ୍ଡୁରତା କିମ୍ବା ହଳଦିଆ ରଙ୍ଗ ଦେଖାଏ ଏବଂ ତଳ ପଟେ କଳଙ୍କି ତାଳି ଦେଖାଏ । ଅଧିକ ମାତ୍ରାରେ ସଂକ୍ରମିତ ଗଛ ଅକାଳରେ ପତ୍ରହୀନ ହୁଏ । ଅଧିକ ମାତ୍ରାରେ ସଂକ୍ରମିତ ଛୁଇଁରେ ଶୁକୁଟା , ଅବିକଶିତ , ବିକୃତ ଏବଂ ଚେପଟା ସବୁଜ ମଞ୍ଜି ଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଛୋଟ ଫସଲ କ୍ଷେତ୍ର ହୋଇଥିଲେ , କ୍ଷୀର ପାଣି ଦ୍ରବଣ ପ୍ରାକୃତିକ କବକନାଶୀ ପରି କାମ କରେ । ପ୍ରତି ଦ୍ଵିତୀୟ ଦିନରେ ଏହି ଦ୍ରବଣ ପତ୍ରରେ ପ୍ରୟୋଗ କରନ୍ତୁ । ରସୁଣ କିମ୍ବା ସୋଡିଅମ ବାଇକାର୍ବୋନେଟ ଦ୍ରବଣ ମଧ୍ୟ ସନ୍ତୋଷଜନକ ଫଳ ଦିଏ । ସେଚିତ ଗନ୍ଧକ ଗୁଣ୍ଡ @ 3 ଗ୍ରାମ ପ୍ରତି ଏକ ଲିଟର ପାଣିରେ ସିଞ୍ଚନ କଲେ ମଧ୍ୟ ଫଳପ୍ରସୂ ହୋଇଥାଏ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ସେଚିତ ଗନ୍ଧକ ଗୁଣ୍ଡ , ଟ୍ରାଇଫ୍ଲୁମିଜୋଲ , ମାଇକ୍ଳୋବୁଟାନିଲ ଆଦି ଏହି ଫସଲରେ କବକ ବୃଦ୍ଧିକୁ ନିୟନ୍ତ୍ରଣ କରେ ।

ଏହାର କାରଣ କଣ

ଏରିସିଫେ ଡିଫୂଜା କବକ ଦ୍ଵାରା ଏହି ଲକ୍ଷଣ ପ୍ରକାଶ ପାଏ ଯାହାର ରେଣୁଗୁଡିକ ମୁଖ୍ୟତଃ ପବନ ଦ୍ଵାରା ସୁସ୍ଥ ଗଛକୁ ବିସ୍ତାର କରେ । ସେମାନେ ଗଜା ହେବା ଓ ଟିସୁ ମଧ୍ୟରେ ପଶିବା ବେଳେ ଏହି ରେଣୁଗୁଡିକ ଜାୟକ ନଳୀ ସୃଷ୍ଟି କରନ୍ତି ଏବଂ ନିଜକୁ ପତ୍ର କୋଷ ସହିତ ଲାଙ୍ଗୁଳ ଭଳି ଗଠନ ଦେଇ ଲାଗି ରଖନ୍ତି। ଘଟଣାକ୍ରମେ , ଏହା ପତ୍ରର ଉପର ସ୍ତର ( ଧଳା ଆବରଣ ) ଅତିକ୍ରମ କରି ଖାଇବା ଗଠନ ଓ ବୃଦ୍ଧି କରାଏ । ପବନ ବାହିତ ରେଣୁଗୁଡିକ ନୂଆଁ ସଂକ୍ରମଣ ଆରମ୍ଭ କରନ୍ତି ଏବଂ ସୋୟାବିନ ଗଛ ପରିପକ୍ଵ ହେବା ପର୍ଯ୍ୟନ୍ତ ରୋଗ ଚକ୍ର ପୁନରାବୃତି କରେ । 30 ଡିଗ୍ରୀରୁ ଅଧିକ ତାପମାତ୍ରାରେ ରୋଗର ବିକାଶ ସୀମିତ ହୋଇଯାଏ ଓ ଥଣ୍ଡା ତାପମାତ୍ରାରେ ଅନୁକୂଳିତ ହୁଏ । ବର୍ଷାପାତ ଏହି ରୋଗ ଉପରେ ପ୍ରଭାବ ପକାଇବା ଭଳି ଲାଗେ ନାହିଁ । ଯଦିଓ ଯେ କୌଣସି ଅବସ୍ଥାରେ ଏମାନେ ପ୍ରପୀଡନ ପ୍ରବଣ ହୋଇପାରନ୍ତି , ମଧ୍ୟ ଠାରୁ ବିଳମ୍ବ ପ୍ରଜନନ ଅବସ୍ଥା ପୂର୍ବରୁ ଲକ୍ଷଣ ବିରଳ ଭାବରେ ଦେଖାଯାଏ ।


ସୁରକ୍ଷାତ୍ମକ ଉପାୟ

  • ଉତ୍ତମ ବାୟୁ ଚଳାଚଳ ସୁବିଧା ପାଇଁ ଯଥେଷ୍ଟ ବ୍ୟବଧାନରେ ଗଛ ଲଗାନ୍ତୁ । ଲଗାଇବା ପାଇଁ ଅଧିକ ପ୍ରତିରୋଧି କିମ୍ବା ସହନୀୟ କିସମ ବାଛନ୍ତୁ । ଏହି ରୋଗର ଲକ୍ଷଣ ପାଇଁ ଜମି ନିୟମିତ ନିରୀକ୍ଷଣ କରନ୍ତୁ । ପ୍ରଥମ ଚିହ୍ନ ଦେଖାଯିବା ପରେ ସଂକ୍ରମିତ ପତ୍ର କାଢିଦିଅନ୍ତୁ । ସଂକ୍ରମିତ ପତ୍ରକୁ ଛୁଇଁଲା ପରେ ସୁସ୍ଥ ଗଛକୁ ଛୁଅନ୍ତୁ ନାହି । ଅମଳ ପରେ ଏବଂ ଲଗାଇବା ପୂର୍ବରୁ ହଳ କଲେ ଫସଲ ଅବଶେଷ ଭାଙ୍ଗି ରୋଗକାରୀ ଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ୟ କରିବ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ