ସୋୟାବିନ

ସୋୟାବିନ ମଞ୍ଜିର ବାଇଗଣି ରଙ୍ଗ

Cercospora kikuchii

ଫିମ୍ପି

5 mins to read

ସଂକ୍ଷେପରେ

  • ଉପର ପତ୍ରର ଚିତ୍ରିତ ବାଇଗଣି ଠାରୁ ବାଦାମୀ ବିବର୍ଣ୍ଣତା । କାଣ୍ଡ ଓ ଛୁଇଁ ଉପରେ ଲାଲ ବାଦାମୀ ଚିହ୍ନ ଦେଖାଦିଏ । ମଞ୍ଜି ଉପରେ ପିଙ୍କ ବା ଗୋଲାପୀ ଠାରୁ ବିଭିନ୍ନ ଆକାରର ବାଇଗଣି ବିବର୍ଣ୍ଣତା ( ଚିହ୍ନ ଠାରୁ ବଡ ତାଳି ପର୍ଯ୍ୟନ୍ତ ) ଦେଖାଦିଏ ।ଅଙ୍କୁରଣ ହାର ଓ ଚାରା ବାହାରିବା ପ୍ରଭାବିତ ହୋଇପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ବିଳମ୍ବ ବୃଦ୍ଧି ଅବସ୍ଥା , ଫୁଲ ଓ ଛୁଇଁ ଅବସ୍ଥାରେ ଲକ୍ଷଣ ଦେଖାଯାଏ ।ଏହି ରୋଗରେ ଉପର ପତ୍ରରେ ଚିତ୍ରିତ ବାଇଗଣି ଠାରୁ ବାଦାମୀ ବିବର୍ଣ୍ଣତା ଓ ସୌର ପୋଡା ଦେଖାଯାଏ । କାଣ୍ଡ ଓ ଛୁଇଁ ଉପରେ ଲାଲ ବାଦାମୀ ଚିହ୍ନ ମଧ୍ୟ ଦେଖାଯାଇପାରେ । ସଂକ୍ରମିତ ବିହନ ସୁସ୍ଥ ଦେଖାଯାଇପାରେ କିମ୍ବା ବିହନ ଆବରଣରେ ଛୋଟ ଚିହ୍ନ ଠାରୁ ବଡ ତାଳି ଭଳି ବିଭିନ୍ନ ଆକାରର ପିଙ୍କ ଠାରୁ ବାଇଗଣ ବିବର୍ଣ୍ଣତା ଦେଖାଦିଏ । ଏହା ଅମଳ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ , କିନ୍ତୁ ଅଙ୍କୁରଣ ହାର ଏବଂ ଚାରା ବାହାରିବା ପ୍ରଭାବିତ ହୋଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଖିତ ଯେ , ସର୍କୋସ୍ପୋରା କୁକୁଚି ପାଇଁ ବିକଳ୍ପ ଉପଚାର ବିଷୟରେ ଆମେ କିଛି ଜାଣିନାହୁଁ । ଯଦି ଆପଣ ଏହି ରୋଗ ପାଇଁ କିଛି ଉପଚାର ଜାଣିଛନ୍ତି , ଆମ ସହିତ ସମ୍ପର୍କ କରନ୍ତୁ । ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଆଗ୍ରହୀ ଅଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବିବର୍ଣ୍ଣ ମଞ୍ଜିର ଶତକଡା ପରିମାଣ ଅଧିକ ହେଲେ କବକନାଶୀ ଦ୍ଵାରା ବିହନ ଉପଚାର କରାଯାଏ । ଏହା ରୋଗ ବିସ୍ତାର ପ୍ରତି ନିୟନ୍ତ୍ରଣ ଯୋଗାଇପରେ । ସହଳ ଛୁଇଁ ଅବସ୍ଥାରେ ପତ୍ର ପୋଡା ଏବଂ ଛୁଇଁ ସଂକ୍ରମଣ ପ୍ରତିକାର ପାଇଁ ମାଙ୍କୋଜେବ ( 2.5 ଗ୍ରାମ /ଏକ ଲିଟର ପାଣି ) ଭଳି କବକନାଶୀ ଦ୍ଵାରା ପତ୍ର ସିଞ୍ଚନ କରନ୍ତୁ ।

ଏହାର କାରଣ କଣ

ସର୍କୋସ୍ପୋରା କୁକୁଚି ଦ୍ଵାରା ଏହି ସର୍କୋସ୍ପୋରା ପତ୍ର ଚିହ୍ନ ହୁଏ । ଫସଲ ନଥିବା ସମୟରେ ଏହି କବକ ମାଟିରେ , ଗଛ ଅବଶେଷରେ ଓ ବିହନରେ ଶୀତସୁପ୍ତି କରେ । ଉଚ୍ଚ ଆପେକ୍ଷିକ ଆର୍ଦ୍ରତା , ଗରମ ତାପମାତ୍ରା ( ପ୍ରାୟ 22 ରୁ 26 ଡିଗ୍ରୀ C ) , ପବନ ଓ ବର୍ଷା ଛିଟ ପତ୍ର ଉପରକୁ କବକର ବିସ୍ତାର ଓ ରୋଗର ବିକାଶକୁ ଅନୁକୂଳ କରେ ।ଅନେକ ସମୟରେ , ପ୍ରାରମ୍ଭିକ ସଂକ୍ରମଣ ଗୁପ୍ତ ରହେ ଓ ଫୁଲ ଓ ଛୁଇଁ ଧରିବା ଅବସ୍ଥା ପର୍ଯ୍ୟନ୍ତ ଦେଖାଯାଏ ନାହି । ଧୀରେ ଧୀରେ କବକ ଛୁଇଁ ଭିତରେ ପଶେ ଏବଂ ମଞ୍ଜିରେ ବଢେ ଓ ଏହାକୁ ଚିତ୍ରିତ ବାଇଗଣି କିମ୍ବା ବାଦାମୀ ବର୍ଣ୍ଣ କରାଏ ।


ସୁରକ୍ଷାତ୍ମକ ଉପାୟ

  • ଜୀବାଣୁମୁକ୍ତ ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ । ସହନୀୟ କିସମ ଉପଲବ୍ଧ ଅଛି । ରୋଗ ହେବା କମାଇବା ପାଇଁ ପୋଷକ ନଥିବା ଗଛ ସହ ଫସଲ ପର୍ଯ୍ୟାୟ କରନ୍ତୁ । ହଳ କରିବା, ଖରା ଏବଂ ପବନ ସଂସ୍ପର୍ଶରେ ଆସିବା ଫସଲ ଅବଶେଷରେ କବକ ବଞ୍ଚିବା ସମ୍ଭାବନା କମାଇଦିଏ ।ଅମଳ ପରେ ଗଛ ଅବଶେଷ କାଢନ୍ତୁ ଓ ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ