ସୋୟାବିନ

ରାଇଜୋକ୍ଟିନିଆ ବାୟବୀୟ ପୋଡା

Rhizoctonia solani

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ଗୋଲାକାର ଠାରୁ ଅନିୟମିତ ଧୂସର ଠାରୁ ସବୁଜ ପାଣିଭିଜା ଚିହ୍ନ ଦେଖାଯାଏ । ଲାଲ ବାଦାମୀ ଧାର ସହିତ ବାଦାମୀ ବିଗଳିତ କ୍ଷତ ଚିହ୍ନରେ ଏହା ପରିଣତ ହୁଏ । ଏହି ଚିହ୍ନ ଡେମ୍ଫ , କାଣ୍ଡ ଓ ଛୁଇଁକୁ ବିସ୍ତାର କରେ । ତୁଳା ଭଳି କବକ ବୃଦ୍ଧି ଦ୍ଵାରା ପତ୍ରଗୁଡିକ ଏକାଠି ବୁଣା ହୁଏ। କବକ ଦ୍ଵାରା ଗଛରେ ବସତି ସ୍ଥାପନ କରିବା ଯୋଗୁଁ ପତ୍ରହୀନତା ଦେଖାଦିଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ସୋୟାବିନ
ତମାଖୁ

ସୋୟାବିନ

ଲକ୍ଷଣ

ବିଳମ୍ବ ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ଏହି ସଂକ୍ରମଣ ସାଧାରଣ ଅଟେ । ପ୍ରାରମ୍ଭରେ , ଲାଲ ବାଦାମୀ ଧାର ସହିତପତ୍ରରେ ଗୋଲାକାର ଠାରୁ ଅନିୟମିତ ଧୂସର ଠାରୁ ସବୁଜ ପାଣିଭିଜା ଚିହ୍ନ ପୁରୁଣା ପତ୍ର , ବେଳେବେଳେ ଅଲଗା ପର୍ଣ୍ଣକରେ ଦେଖାଯାଏ । ରୋଗର ବିଳମ୍ବ ଅବସ୍ଥାରେ କ୍ଷତ ଚିହ୍ନଗୁଡିକ ବାଦାମୀ କିମ୍ବା ତମ୍ବା ରଙ୍ଗରେ ପରିଣତ ହୁଅନ୍ତି ଏବଂ ଏହି ଚିହ୍ନ ଡେମ୍ଫ , କାଣ୍ଡ ଓ ନୂଆଁ ଛୁଇଁ ରେ ଦେଖାଯିବା ଆରମ୍ଭ କରନ୍ତି । କବକ ବୃଦ୍ଧି ଦ୍ଵାରା ପତ୍ରଗୁଡିକର ସଂଯୋଜନ ସାଧାରଣ ଅଟେ । ମାତ୍ରାଧିକ ସଂକ୍ରମଣ ପତ୍ର ଓ ଛୁଇଁ ପୋଡା ଏବଂ ପତ୍ରହୀନତା କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଜୈବ କାରକ , ଗଛ ନିର୍ଯ୍ୟାସ ଏବଂ ଆବଶ୍ୟକ ତେଲ ଏହି ସଂକ୍ରମଣ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଟ୍ରାଇକୋଡେର୍ମା ହାରଜିଆନମ ରାଇଜୋକ୍ଟିନିଆ ପୋଡା ରୋଗ ସହିତ ପ୍ରତିଦ୍ୱନ୍ଦିତା କରେ । ପିଆଜ , ରସୁଣ ଓ ହଳଦୀ ଗଛର ନିର୍ଯ୍ୟାସ ଏହି କାର୍ଯ୍ୟଦକ୍ଷତା କ୍ରମରେ କବକ ବୃଦ୍ଧି କମାଏ । ମେନ୍ଥା , ସିଟ୍ରୋନେଲା , ପିପରମିଣ୍ଟ , ପାମାରୋଜା ଏବଂ ଜେରାନିଆମର ତେଲ ସଂକ୍ରମଣ ନିୟନ୍ତ୍ରଣ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦି କବକନାଶୀ ଆବଶ୍ୟକ ପଡେ , ଫ୍ଲୁକ୍ସାପାଇରୋକ୍ସାଡ ସହିତ ପାଇରାକ୍ଳୋଷ୍ତ୍ରୋବିନର ମିଶ୍ରଣ ଥିବା ସିଞ୍ଚନ ପ୍ରୟୋଗ କରନ୍ତୁ । ଗୋଟିଏ ଋତୁରେ ଦୁଇ ଥରରୁ ଅଧିକ କବକନାଶୀ ପ୍ରୟୋଗ କରନ୍ତୁ ନାହିଁ । ଯଦି ଅମଳ କରିବା ପାଇଁ 21 ଦିନରୁ କମ ଅଛି , ଏହି ଉପଚାର କରନ୍ତୁ ନାହିଁ

ଏହାର କାରଣ କଣ

ରାଇଜୋକ୍ଟିନିଆ ସୋଲାନି କବକ ମାଟିରେ କିମ୍ବା ଗଛ ଅବଶେଷରେ ବଞ୍ଚେ । ଏହା ଘାସ ଭଳି ବିକଳ୍ପ ପୋଷକ ଗଛରେ ଶୀତସୁପ୍ତି କରେ । ଦୀର୍ଘ ଦିନ ଗରମ ତାପମାତ୍ରା ( 25 ରୁ 32 ଡିଗ୍ରୀ C ) ଏବଂ ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ସମୟରେ ବର୍ଷା ଓ ପବନ ଯୋଗୁଁ ଏହି କବକ ଗଛରେ ବିସ୍ତାର କରେ । ସେମାନେ ପତ୍ରଗୁଡ଼ିକୁ ଏକାଠି ବୁଣନ୍ତି ଏବଂ ବୁଣା ପତ୍ରର ଏକ ଚଟ( mat ) ସୃଷ୍ଟି କରନ୍ତି ଓ ଗଛକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷଣ ଯୋଗାନ୍ତି ।


ସୁରକ୍ଷାତ୍ମକ ଉପାୟ

  • ସହନୀୟ କିସମ ଲଗାନ୍ତୁ । ଉତ୍ତମ ବାୟୁ ଚଳାଚଳ ପାଇଁ ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ଦିଅନ୍ତୁ । ଜୀବାଣୁ ବିସ୍ତାର ନକରିବା ପାଇଁ ତଳିଘରା ଓ ଜମି ସତର୍କତାର ସହିତ ପ୍ରସ୍ତୁତ କରନ୍ତୁ । ଅତ୍ୟଧିକ ଅନାବନା ଘାସ ବୃଦ୍ଧି ବାରଣ କରନ୍ତୁ ( ଘାସ ବିକଳ୍ପ ପୋଷକ ଭାବେ କାମ କରିପାରେ ) ମାଟିକୁ ଅବଶିଷ୍ଟ ଜୀବାଣୁମୁକ୍ତ କରିବା ପାଇଁ ଗଭୀର ଚାଷ କରନ୍ତୁ । ଅତି କମରେ 2 ବର୍ଷ ପାଇଁ ପୋଷକ ନଥିବା ଫସଲ( ମକା ଓ ଜୋୱାର ) ସହିତ ପର୍ଯ୍ୟାୟ କରିବା ସୁପାରିସ କରାଯାଏ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ