ସୋୟାବିନ

ଫ୍ରଜି ପତ୍ର ଚିହ୍ନ

Cercospora sojina

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଛୋଟ , ପାଣିଭିଜା ଚିହ୍ନ । ଚିହ୍ନଗୁଡିକ ଧୂସର କେନ୍ଦ୍ର ଓ ଗାଢ ବାଦାମୀ ଧାର ଥିବା ଗୋଲାକାର ବିଗଳିତ କ୍ଷତ ଚିହ୍ନରେ ପରିଣତ ହୁଅନ୍ତି । ଏହି ଚିହ୍ନ କାଣ୍ଡ ଓ ଛୁଇଁକୁ ବିସ୍ତାର କରିପାରେ । ବିହନରେ ଗାଢ ଚିହ୍ନ ଥାଏ ଓ ଶୁକୁଟା ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ଯେ କୌଣସି ବୃଦ୍ଧି ଅବସ୍ଥାରେ ସଂକ୍ରମଣ ହୋଇପାରେ , କିନ୍ତୁ ଫୁଲ ଫୁଟିବା ସମୟରେ ନୂଆଁ ପତ୍ରରେ ଏହା ସାଧାରଣ ଅଟେ । ପ୍ରାରମ୍ଭିକ ଲକ୍ଷଣ ହେଉଛି ଛୋଟ , ବାଦାମୀ ପାଣି ଭିଜା ଚିହ୍ନ । ସମୟକ୍ରମେ , ସେମାନେ ଧୂସର କେନ୍ଦ୍ର ଓ ଗାଢ ବାଇଗଣି ଧାର ଥିବା ଗୋଲାକାର ଚିହ୍ନ ( 1-5 ମିମି )ରେ ପରିଣତ ହୁଏ । ସଂକ୍ରମଣ ମାତ୍ରା ଅଧିକ ହେଲେ , ପତ୍ର ମରିଯାଇ ପଡିଯାଏ । ଚୂର୍ଣ୍ଣିତ କେନ୍ଦ୍ର ସହିତ ଲମ୍ବାଳିଆ ଚିହ୍ନ କାଣ୍ଡରେ ଦେଖାଯାଏ । ଛୁଇଁରେ ଗୋଲାକାର କିମ୍ବା ଲମ୍ବାଳିଆ ଖାଲୁଆ ବାଦାମୀ ଚିହ୍ନ ଦେଖାଯାଏ । ସଂକ୍ରମିତ ବିହନଗୁଡିକ ଶୁକୁଟା ଦେଖାଯାଏ ଏବଂ ଏଥିରେ ବିଭିନ୍ନ ଆକାରର ବାଦାମୀ ଚିହ୍ନ ଦେଖାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ପ୍ରୟୋଗ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ପ୍ରୟୋଗ କରନ୍ତୁ । ପାଇରାକ୍ଳୋଷ୍ତ୍ରୋବିନ ଥିବା ପଦାର୍ଥ ସଂକ୍ରମଣ ଆରମ୍ଭ ହେବା ସମୟରେ ଏବଂ ପରେ ବୃଦ୍ଧି ଋତୁରେ ଦୁଇଟି ପ୍ରୟୋଗ କଲେ ଜୀବାଣୁ ବିସ୍ତାର କମିବାରେ ସାହାଯ୍ୟ କରିପାରେ । ଆର୍ଦ୍ର ପରିସ୍ଥିତି କବକନାଶୀର ପ୍ରଭାବ ବୃଦ୍ଧି କରିପାରେ । ଯଦି ଅମଳ କରିବା ପାଇଁ 21 ଦିନ ଅଛି ଉପଚାର ଆରମ୍ଭ କରିବା ଉଚିତ ନୁହେଁ ।

ଏହାର କାରଣ କଣ

ସର୍କୋସ୍ପେରା ସୋଜିନା କବକ ଯୋଗୁଁ ଏହି ଫ୍ରୋଜି ପତ୍ର ଚିହ୍ନ ରୋଗ ହୁଏ । ଜମିରେ ଫସଲ ନଥିବା ବେଳେ ଏହା ବିହନରେ କିମ୍ବା ଫସଲ ଅବଶେଷରେ ବଞ୍ଚି ରହେ । ଯଦି ଲଗାଯାଏ , ସଂକ୍ରମିତ ବିହନ ସଂକ୍ରମିତ ଚାରା ସୃଷ୍ଟି କରେ । ପୁରୁଣା ପତ୍ର ଅପେକ୍ଷା ନୂଆଁ ପତ୍ର ଅଧିକ ରୋଗ ପ୍ରବଣ ଅଟେ । ଗରମ , ଆର୍ଦ୍ର , ବାରମ୍ବାର ବର୍ଷା ସହିତ ମେଘୁଆ ପାଣିପାଗ ଆଦି ରୋଗର ବିକାଶ ଅନୁକୂଳ କରେ । ଭୁଇଁରେ ଥିବା ସଂକ୍ରମିତ ସୋୟାବିନ ଗଛର ଅବଶେଷ ମଧ୍ୟ ଅନୁକୂଳ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିମ୍ବା ସହନୀୟ କିସମ ଲଗାନ୍ତୁ । ଜୀବାଣୁ ମୁକ୍ତ ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ । ଜମି ନିୟମିତ ନିରୀକ୍ଷଣ କରନ୍ତୁ । ସଂକ୍ରମିତ ପତ୍ର ଓ ଶାଖା କାଢନ୍ତୁ । ନିଷ୍କାସନ ବ୍ୟବସ୍ଥା କରନ୍ତୁ । ଋତୁରେ ସହଳ ଲଗାନ୍ତୁ । ମକା ଓ ଅନ୍ୟ ଶସ୍ୟ ଭଳି ପୋଷକ ନଥିବା ଗଛ ସହିତ ତିନି ବର୍ଷ ଫସଲ ପର୍ଯ୍ୟାୟ କରନ୍ତୁ । ଗଭୀର ଚାଷ କରି ଗଛ ଅବଶେଷ ପୋତିଦିଅନ୍ତୁ । ସଂକ୍ରମିତ ଗଛ ଅବଶେଷକୁ କାଢି ଜାଳି ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ