ଆଖୁ

ଆଖୁର ଝାଉଂଳା ରୋଗ

Gibberella fujikuroi

ଫିମ୍ପି

5 mins to read

ସଂକ୍ଷେପରେ

  • ଗଛର ପାଣ୍ଡୁର ବିବର୍ଣତା , ଗାଢ ଲାଲ ଠାରୁ ବାଇଗଣି ରଙ୍ଗର ଗଣ୍ଠି , ଶୁଖିଲା ଓ ଫମ୍ପା ଆଖୁ କାଣ୍ଡ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ବୃଦ୍ଧି ଅବସ୍ଥାର ଶେଷ ପର୍ଯ୍ୟାୟରେ ଏହି ରୋଗ ଆସେ । ପତ୍ର ହଳଦିଆ -ସବୁଜରେ ପରିଣତ ହୁଏ , ଦୃଢତା ହରାଏ ଏବଂ ଘଟଣାକ୍ରମେ ମୂଳରୁ ଶୁଖିଯାଏ । ପତ୍ର ସମୂହ ଧଳା ହୁଏ କିମ୍ବା ପାଣ୍ଡୁର ସବୁଜ ଘେରିହୋଇଥିବା ହଳଦିଆ ମଧ୍ୟଶିରା ଥାଏ । ପ୍ରଭାବିତ ଆଖୁ ରୁଗୁଡିଆ ହୁଏ , ହାଲୁକା, ଫମ୍ପା ପବ କିନ୍ତୁ ଗଣ୍ଠି ଓ ଆଖି ବା କଢ ପ୍ରଭାବିତ ହୁଏ ନାହି । ଅନୁଦୈର୍ଘିକ କଟା ଅଂଶରେ ଗାଢ ଲାଲ ଠାରୁ ବାଇଗଣି ଅନ୍ତଃ ଟିସୂ ଗଣ୍ଠିରେ ଥିବା ବୃଦ୍ଧି ବଳୟଠାରୁ ଉପରକୁ ପ୍ରସାରିତ ହୋଇଥାଏ । ଅତ୍ୟଧିକ ସଂକ୍ରମଣ ସ୍ଥଳେ , ଉତ୍ପାଦନ ଯଥେଷ୍ଟ କମିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ବିହନ ସାମଗ୍ରୀକୁ 150 ମିନଟ ପାଇଁ 54 ଡିଗ୍ରୀ C ରେ ଆର୍ଦ୍ର ଗରମ ବାୟୁ ସହିତ ଉପଚାର କରନ୍ତୁ । ତାପରେ 10 ରୁ 15 ମିନଟ ପାଇଁ 0.1 % ବ୍ଲିଚ ଦ୍ରବଣ ରେ ବିହନ ସାମଗ୍ରୀକୁ ବୁଡାନ୍ତୁ ।ପରିଚ୍ଛନ୍ନତା ଅବଲମ୍ବନ କରନ୍ତୁ ଓ ଗ୍ଳୋଭ , ଚଷମା ପିନ୍ଧନ୍ତୁ । କୌଣସି ପାତ୍ର ଜମିରେ ବ୍ୟବହାର କଲା ପରେ ଘରେ ବ୍ୟବହାର କରନ୍ତୁ ନାହି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଆଖୁରେ ଝାଉଂଳା ରୋଗ ପାଇଁ କୌଣସି ଫଳପ୍ରସୂ ରାସାଯନିକ ନିୟନ୍ତ୍ରଣ ନାହି ।

ଏହାର କାରଣ କଣ

ମୌସୁମୀ କିମ୍ବା ତାପରେ ଗଛ ଏହି ଲକ୍ଷଣ ଦେଖାଯାଏ । ମୂଳ ବିନ୍ଧା , ଉଈ , କାତି ପୋକ , ଦହିଆ ପୋକ ଆଦି ଦ୍ଵାରା ହୋଇଥିବା ଆଘାତ ଦେଇ ଏହି କବକ ଗଛ ଭିତରେ ପଶେ । ମରୁଡି , ପାଣି ଜମିବା ଆଦି ଜୈବ ଚାପ ଝାଉଂଳା ସଂକ୍ରମଣର ପୂର୍ବ ପ୍ରସ୍ତୁତି କରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ରୋପଣ ସାମଗ୍ରୀ ସୁନିଶ୍ଚିତ କରନ୍ତୁ । ପୋଷକ ନଥିବା ଗଛ ସହ ଫସଲ ପର୍ଯ୍ୟାୟ ପାଇଁ ପରାମର୍ଶ ଦିଆଯାଏ । ଅତ୍ୟଧିକ ସାର , ମୁଖ୍ୟତଃ ଯବକ୍ଷାରଜାନ ସାର ଅଧିକ ଦିଅନ୍ତୁ ନାହି । କାମ କରିବା ସମୟରେ ଗଛକୁ ଆଘାତ ଦିଅନ୍ତୁ ନାହି । ଜମିରେ ଉତ୍ତମ ଜଳ ନିଷ୍କାସନ କରନ୍ତୁ ଓ ଅତ୍ୟଧିକ ଜଳସେଚନ ଦିଅନ୍ତୁ ନାହି । ଅମଳ ପରେ ପୁରୁଣା ଗଛ ଅବଶେଷ କାଢିନିଅନ୍ତୁ ଓ ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ