କାବୁଲି ବୁଟ କଳଙ୍କି

ବୁଟ ଚଣା

କାବୁଲି ବୁଟ କଳଙ୍କି

Uromyces ciceris-arietini

ଫିମ୍ପି

ସଂକ୍ଷେପରେ

  • ମାଟିଆ, ଗୋଲ ଏବଂ ଗୁଣ୍ଡ ଗୁଣ୍ଡ ବ୍ରଣ ଦେଖାଯାଏ। ପତ୍ରର ଉଭୟ ପଟେ ବ୍ରଣ ଦେଖାଯାଇ ପାରେ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କାବୁଲି ବୁଟ କଳଙ୍କି

ବୁଟ ଚଣା

ଲକ୍ଷଣ

ଆରମ୍ଭରେ, ମାଟିଆ, ଗୋଲ ଏବଂ ଗୁଣ୍ଡ ଗୁଣ୍ଡ ବ୍ରଣ ପତ୍ରର ଉଭୟ ପଟେ ଦେଖାଯାଇ ପାରେ। ରୋଗ ବଢିବା ସମୟରେ, କାଣ୍ଡ ଓ ଛୁଇଁରେ ମଧ୍ୟ ଏହି ଦାଗ ଦେଖାଯାଇପାରେ। ପ୍ରଭାବିତ ଗଛ ଇଟା-ଲାଲ ରଙ୍ଗର ଦେଖାଯାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା କଥା ଆମେ ଜାଣି ନାହୁଁ। ଏହାର ନିୟନ୍ତ୍ରଣ କରିବା ପାଇଁ ଯଦି ଆପଣ କିଛି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କବକନାଶକ ଦ୍ଵାରା ନିୟନ୍ତ୍ରଣ କ୍ଵଚିତ ସଫଳ ହୋଇଥାଏ। କାବୁଲି ବୁଟ କଳଙ୍କି ଏକ ନଗଣ୍ୟ ରୋଗ ଅଟେ ଏବଂ ଅଧିକାଂଶ କ୍ଷେତ୍ରରେ ଗୁରୁତର ନିୟନ୍ତ୍ରଣ ପଦ୍ଧତି ଆବଶ୍ୟକ କରେ ନାହିଁ।

ଏହାର କାରଣ କଣ

ୟୁରୋମାଇସେସ ସିସେରି-ଆରିଟିନି ନାମକ କବକ ଯୋଗୁଁ ଏହି ଲକ୍ଷଣ ସୃଷ୍ଟି ହୋଇଥାଏ। ଥଣ୍ଡା ଓ ଆର୍ଦ୍ର ପାଣିପାଗ ଦ୍ଵାରା କାବୁଲି ବୁଟରେ କଳଙ୍କି ଅନୁକୂଳିତ ହୋଇଥାଏ। କଳଙ୍କି ବୃଦ୍ଧି ପାଇଁ ବର୍ଷା ଜରୁରୀ ନୁହେଁ। ଫୁଲ ଅବସ୍ଥା ପରେ, ଅଭିବୃଦ୍ଧି ଋତୁର ବିଳମ୍ବ ସମୟରେ ମୁଖ୍ୟତଃ ଏହି ରୋଗ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • NRC34, NEC249, JM583, JM2649, HPC63, HPC136, and HPC147ଭଳି ପ୍ରତିରୋଧୀ କିସମ ଲଗାନ୍ତୁ, ଯାହାକି ଜମିର ପ୍ରାକୃତିକ ପରିସ୍ଥିତିରେ ରୋଗ ପ୍ରତିରୋଧକତା ଦେଖାଇ ଥାଏ। ସର୍ବାଧିକ ରୋଗ ସଂକ୍ରମଣ ଏଡାଇବା ପାଇଁ ସହଳ ବୁଣନ୍ତୁ। ଜମି ନିୟମିତ ନିରୀକ୍ଷଣ କରନ୍ତୁ। ପ୍ରଭାବିତ ଗଛ ଅଂଶ ଓ ଫସଲ ଅବଶେଷ କାଢନ୍ତୁ। ବିଳମ୍ବ ଜଳସେଚନ ଏଡାନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ