ବୁଟ ଚଣା

କାବୁଲି ବୁଟର ଶୁଖିଲା ମୂଳ ସଢା

Macrophomina phaseolina

ଫିମ୍ପି

5 mins to read

ସଂକ୍ଷେପରେ

  • ଯେତେବେଳେ ଫସଲ ଜଳ ଅଭାବ ପରିସ୍ଥିତିରେ ପଡିଥାଏ, ଶୁଖିଲା ମୂଳ ସଢା ରୋଗ ଅଧିକ ପ୍ରଭାବୀ ହୋଇଥାଏ। ଅନୁକୂଳ ପରିସ୍ଥିତିରେ ଏହା 50 -100% ଅମଳ କ୍ଷତି ଦେଖାଇ ଥାଏ। ଏହି ଜୀବାଣୁ ଉଭୟ ବିହନ-ବାହିତ ଏବଂ ମୃତ୍ତିକା-ବାହିତ ଅଟେ। ଫୁଲ ପରବର୍ତ୍ତୀ ଅବସ୍ଥାରେ ଲକ୍ଷଣ ହେଉଛି: ପତ୍ର ଓ ଡେମ୍ଫ ପାଣ୍ଡୁର ହୁଏ ଓ ନଇଁ ଯାଏ।.

ମଧ୍ୟ ଦେଖା ଯାଇପାରେ


ବୁଟ ଚଣା

ଲକ୍ଷଣ

କାବୁଲି ବୁଟ ଫସଲରେ, ବିଛୁରିତ ଭାବେ ଗଛ ରେ ଶୁଷ୍କତା ରୋଗ ଆରମ୍ଭ ହୋଇଥାଏ। ରୋଗର ପ୍ରଥମ ଲକ୍ଷଣ ହେଉଛି ପତ୍ର ହଳଦିଆ ହେବା ଓ ଶୁଖିଯିବା। ଏହି ସଂକ୍ରମିତ ପତ୍ର ସାଧାରଣତଃ ଦିନେ ଦୁଇ ଦିନ ମଧ୍ୟରେ ଝଡିଯାଏ ଏବଂ ସଂପୂର୍ଣ୍ଣ ଗଛ ପରବର୍ତ୍ତୀ ଦୁଇ ତିନି ଦିନରେ ମରିଯାଏ। ପ୍ରଭାବିତ ଗଛର ପତ୍ର ଓ କାଣ୍ଡ ସାଧାରଣତଃ ନଡା ରଙ୍ଗର ହୋଇଥାଏ , କିନ୍ତୁ କେତେକ କ୍ଷେତ୍ରରେ, ତଳ ପତ୍ର ଓ କାଣ୍ଡ ମାଟିଆ ବର୍ଣ୍ଣହୀନତା ଦେଖାଇଥାଏ। ପ୍ରଧାନ ମୂଳ ଗାଢ ଓ ଶୁଷ୍କ ମାଟିରେ ସଂପୂର୍ଣ୍ଣ ଭଙ୍ଗୁରପ୍ରବଣ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ନିମ୍ବ ଗଛର ପତ୍ର, ଗଣ୍ଡି, ବକଳ, ଫଳ ରସ ଏବଂ ନିମ୍ବ ତେଲର ନିର୍ଯ୍ୟାସ ମୃତ୍ତିକା- ବାହିତ ଜୀବାଣୁ ମାକ୍ରୋଫୋମିନା ଫେଜିୟଲିନାର ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ। ଏହି କବକ ବିରୋଧୀ ଜୀବାଣୁ/ ଜୈବ- ନିୟନ୍ତ୍ରକ ଯଥା- ଟ୍ରାଇକୋଡର୍ମା ଭିରିଦେ ଏବଂ ଟ୍ରାଇକୋଡର୍ମା ହର୍ଜାନିଅମ ଆଦି ରୋଗ ପ୍ରଭାବ ହ୍ରାସ କରିବା ପାଇଁ ସହାୟକ ହୋଇଥାନ୍ତି। ଟ୍ରାଇକୋଡର୍ମା ହର୍ଜାନିଅମ + ସୁଡୋମୋନାସ ଫ୍ଲୋରେସେନ୍ସ ର ମିଶ୍ରଣ ( ଉଭୟ @ 5 ଗ୍ରାମ/ କେଜି ବିହନ) ବିହନ ଉପଚାର ପାଇଁ ପ୍ରୟୋଗ କରନ୍ତୁ ଏବଂ ତା'ପରେ ଉନ୍ନତ ଟ୍ରାଇକୋଡର୍ମା ହର୍ଜାନିଅମ + ସୁଡୋମୋନାସ ଫ୍ଲୋରେସେନ୍ସ @ 2.5କେଜି/250 କେଜି ଖତରେ ମିଶାଇ ବୁଣିବା ସମୟରେ ମାଟିରେ ପ୍ରୟୋଗ କରନ୍ତୁ

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯେହେତୁ ମାକ୍ରୋଫୋମିନା ଫେଜିୟଲିନାର ବ୍ୟାପକ ପୋଷକ ଅଛନ୍ତି ଓ ମାଟିରେ ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚିରହେ, ଶୁଖିଲା ମୂଳ ସଢା ରୋଗ ପାଇଁ ରାସାୟନିକ ନିୟନ୍ତ୍ରଣ ଫଳପ୍ରସୂ ହୁଏନାହିଁ। ଚାରା ଅବସ୍ଥାରେ ଏହି ଗଛ ଅଧିକ ରୋଗପ୍ରବଣ ହୋଇଥିବାରୁ, କାବୁଲି ବୁଟରେ କ୍ଷତି ପରିମାଣ କମାଇବା ପାଇଁ କବକନାଶକ ଦ୍ଵାରା ବିହନ ଉପଚାର ଫଳପ୍ରସୂ ହୋଇଥାଏ। କାର୍ବେଣ୍ଡାଜିମ ଓ ମାଙ୍କୋଜେବ ଭଳି କାବକାନାଶକ ଦ୍ଵାରା ବିହନ ଉପଚାର କରିବା ପରେ ମାଟିର ଆର୍ଦ୍ରକରଣ ଏହି ରୋଗର ପ୍ରଭାବକୁ ଅଧିକ ମାତ୍ରାରେ କମାଇ ଦେଇ ପାରେ।

ଏହାର କାରଣ କଣ

ମାକ୍ରୋଫୋମିନା ଫେଜିୟଲିନା ନାମକ କବକର ମୃତ୍ତିକା-ବାହିତ ରେଣୁ କିମ୍ବା କବକ ସୂତା ଦ୍ଵାରା ଏହି ରୋଗ ଆରମ୍ଭ ହୋଇଥାଏ। 30 - 35°C ମଧ୍ୟରେ ଅନୁକୂଳ ତାପମାତ୍ରା ଥିଲେ ଏହି ରୋଗ ହଠାତ ଦେଖାଯାଏ। ତାପମାତ୍ରା ବଢିଲେ ଓ ଅଧିକ ଥର ଜଳ ଅଭାବ ଦେଖାଗଲେ, ନିର୍ଦ୍ଧିଷ୍ଟ ଭାବରେ କ୍ରାନ୍ତୀୟ ଆର୍ଦ୍ର ଅଞ୍ଚଳରେ କବକ ବୃଦ୍ଧି ଅଧିକ ତୀବ୍ର ହୋଇଥାଏ।ଏହି ସାଧାରଣତଃ ବିଳମ୍ବ ଫୁଲ ଅବସ୍ଥା ଓ ଛୁଇଁ ଅବସ୍ଥାରେ ଦେଖାଯାଏ, ସଂକ୍ରମିତ ଗଛ ସଂପୂର୍ଣ୍ଣ ଶୁଖିଯାଏ। ପୋଷକ ଫସଲ ଅନୁପସ୍ଥିତିରେ, ଏହା ମାଟିରେ ମୃତଜୀବୀ କବକ ଭାବରେ ଉପଲବ୍ଧ ମୃତ ଜୈବ ପଦାର୍ଥରେ ବଞ୍ଚି ରହିଥାଏ। ମାକ୍ରୋଫୋମିନା ଫେଜିୟଲିନା ଅନୁକୂଳ ପରିସ୍ଥିତିରେ ଏହା 50 -100% ଅମଳ କ୍ଷତି ଦେଖାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ହୁଏ, ସହନଶୀଳ କିସମ ଚୟନ କରନ୍ତୁ। ପରିପକ୍ଵ ଅବସ୍ଥାରେ ସଂକ୍ରମଣ କମାଇବା ପାଇଁ ସହଳ ଅମଳ କିସମ ଲଗାନ୍ତୁ। ରୋଗର ଲକ୍ଷଣ ଦେଖିବା ପାଇଁ ନିୟମିତ ଜମି ନିରୀକ୍ଷଣ କରନ୍ତୁ। ମାଟିର ଉପଯୁକ୍ତ ଆର୍ଦ୍ରତା ବଜାୟ ରଖନ୍ତୁ। ଗଭୀର ହଳ କରି ମାଟିରୁ ଗଛ ଅବଶେଷ କାଢି ନଷ୍ଟ କରନ୍ତୁ। ଅମଳ ପରେ, ମାଟି ବିଶୋଧନ ପାଇଁ ମାଟିର ସୌରୀକରଣ କରନ୍ତୁ। ଉଚ୍ଚ ଶଯ୍ୟାରେ ଫସଲ ଲଗାନ୍ତୁ ଏବଂ ଲଗାଇବା ପୂର୍ବରୁ ସିଆର କରନ୍ତୁ। ଜୋଆର କିମ୍ବା ପାନମହୁରି ଭଳି ପୋଷକ ନଥିବା ଗଛ ସହିତ 3 ବର୍ଷିଆ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ