ସୋୟାବିନ

ସୋୟାବିନ କଳଙ୍କି

Phakopsora pachyrhizi

ଫିମ୍ପି

5 mins to read

ସଂକ୍ଷେପରେ

  • ଶିରା ସହିତ ପତ୍ର ତଳ ପଟେ ଛୋଟ ଧୂସର ଚିହ୍ନ ଥାଏ । ଚିହ୍ନ ଚାରିପଟେ ହଳଦିଆ ବିବର୍ଣ୍ଣତା ଦେଖାଯାଏ । ଗଛର ଫୁଲ ଅବସ୍ଥାରେ ପତ୍ର ତଳ ପଟେ ସଂକ୍ରମଣ ସାଧାରଣ ଅଟେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ଗଛର ନିମ୍ନ ଅଂଶରେ ସଂକ୍ରମଣ ଆରମ୍ଭ ହୁଏ ଓ ମୁଖ୍ୟତଃ ନୂଆଁ ପତ୍ରକୁ ପ୍ରଭାବିତ କରି ଉପର ଆଡକୁ ଯାଏ । ପ୍ରାୟତଃ ଫୁଲ ଅବସ୍ଥାରେ ପ୍ରାଥମିକ ଲକ୍ଷଣ ଭାବେ ଛୋଟ , ଇଟା ବର୍ଣ୍ଣର ଚିହ୍ନ ପତ୍ର ତଳ ପଟେ ଶିରା ସହିତ ଦେଖାଯାଏ । ପରେ , ଏହି ଚିହ୍ନ ଆକାରରେ ଓ ସଂଖ୍ୟାରେ ବଢେ ଏବଂ ଲାଲ ବାଦାମୀ କିମ୍ବା କଳା ରଙ୍ଗ ହୁଏ । ରୋଗ ବଢିବା ସମୟରେ , ସେମାନେ ବହଳିଆ , ଈଷତ ବାଦାମୀ କବକ ବ୍ରଣ ଦ୍ଵାରା ଆବୃତ ହୁଏ ଯାହାକି ଖାଲି ଆଖିରେ ଦେଖାଯାଏ । ସେମାନଙ୍କ ମଧ୍ୟରୁ କେତେକ ପରସ୍ପର ମିଶନ୍ତି ଏବଂ ହଳଦିଆ ବଳୟ ଦ୍ଵାରା ଘେରି ରହିଥିବା ଅନିୟମିତ ଗାଢ ବାଦାମୀ ଚିହ୍ନ ସୃଷ୍ଟି କରନ୍ତି । ସେମାନେ ବର୍ତ୍ତମାନ ପତ୍ରର ଉଭୟ ପଟେ , ବେଳେବେଳେ ଡେମ୍ଫ ଓ କାଣ୍ଡ ଉପରେ ଦେଖାଯାଏ । ଗଛର ଅକାଳ ପତ୍ରହୀନତା ସମ୍ଭବ ଅଟେ ।

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମଣ ମାତ୍ରା କମାଇବା ପାଇଁ କୋରିମ୍ବିଆ ଶିତ୍ରିୟଡୋରିଆର ତେଲ ( 1% ସାଇମ୍ବୋପୋଗାସ ନାର୍ଡସ ( 0.5 %) ଏବଂ ଥାଇମାସ ଭୁଲଗାରିସ ( 0.3%) ଥିବା ପଦାର୍ଥ ପ୍ରୟୋଗ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଉପଯୁକ୍ତ କବକନାଶୀ ବାଛିବା ଓ ଠିକ ସମୟରେ ପ୍ରୟୋଗ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ହେକ୍ସାକୋନାଜୋଲ (2 ମିଲି ପ୍ରତି ଲିଟର ପାଣିରେ ) ଏବଂ ପ୍ରୋପିକୋନାଜୋଲ ( 1ମିଲି ପ୍ରତି ଲିଟର ପାଣିରେ ) ଥିବା କବକନାଶୀ ପ୍ରୟୋଗ କରନ୍ତୁ । ବୃଦ୍ଧି ଋତୁ ସାରା ପର୍ଯ୍ୟାୟକ୍ରମେ ଦସ୍ତା ଲୌହ -ମାନେବ ଯୌଗିକ ମିଶ୍ରଣ ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ଫାକୋପସରା ପାଚିରିଜି କବକ ଦ୍ଵାରା ହେଉଥିବା ସୋୟାବିନ କଳଙ୍କି ଏକ ଆକ୍ରମଣାତ୍ମକ ରୋଗ ଅଟେ । ଏହା ବିହନ ବାହିତ ନୁହେଁ ଏବଂ ବଞ୍ଚିବା ଓ ଜୀବନ ଚକ୍ର ପୂର୍ଣ୍ଣ କରିବା ପାଇଁ ଜୀବନ୍ତ ସବୁଜ କୋଷ ବ ଟିସୂ ଆବଶ୍ୟକ କରେ । ବ୍ରଣରେ ସୃଷ୍ଟି ହୋଇଥିବା ରେଣୁଗୁଡିକ ଗଛରୁ ଗଛ ଉଡନ୍ତି ଏବଂ ଗଛ କୋଷରେ ସିଧାସଳଖ କଣା କରି ପଶନ୍ତି ( ପତ୍ରର ରନ୍ଧ୍ର କିମ୍ବା ଘା' ଦେଇ ନଯାଇ ) । 6ରୁ 8 ଘଣ୍ଟା ଲଗାତର ପତ୍ର ଓଦା , ଥଣ୍ଡା ଠାରୁ ମଧ୍ୟମ ତାପମାତ୍ରା ( 16 ରୁ 28 ଡିଗ୍ରୀ C ) ଏବଂ ଉଚ୍ଚ ଆର୍ଦ୍ରତା ( >75% ) ରୋଗର ବିକାଶକୁ ଅନୁକୂଳ କରେ ।


ସୁରକ୍ଷାତ୍ମକ ଉପାୟ

  • ସହନୀୟ କିମ୍ବା ପ୍ରତିରୋଧି କିସମ ବାଛନ୍ତୁ । ଯଦି ସମ୍ଭବ ଏକ ସହଳ ଅମଳକ୍ଷମ କିସମ ବାଛନ୍ତୁ ଓ ସହଳ ଲଗାନ୍ତୁ । ବିକଳ୍ପ ଭାବରେ , ଶୁଷ୍କ ସମୟର ସୁବିଧା ନେବା ପାଇଁ ଡେରିରେ ଲଗାନ୍ତୁ । ପତ୍ର ସମୂହ ଶୀଘ୍ର ଶୁଖିବା ପାଇଁ ଧାଡି ଧାଡି ମଧ୍ୟରେ ଚଉଡା ବ୍ୟବଧାନ ରଖନ୍ତୁ । ଗଛ ନିୟମିତ ନିରୀକ୍ଷଣ କରନ୍ତୁ ଏବଂ ଘାସ ଓ ବିକଳ୍ପ ପୋଷକ କାଢନ୍ତୁ । ମାଟିର ଉର୍ବରତା ବ୍ୟବସ୍ଥା କରନ୍ତୁ , ନିର୍ଦ୍ଦିଷ୍ଟ ଭାବରେ ପୋଟାସ ଓ ଫସଫରସ ସ୍ଥିତି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ