ମକା

ମକାରେ ଦକ୍ଷିଣୀ କଳଂକ

Puccinia polysora

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପର ପୃଷ୍ଠରେ ଛୋଟ, ନାଲିଆ-ନାରଂଗୀ, ଗୁଣ୍ଡ ଭଳି ଘଞ୍ଚ ବ୍ରଣ ଗୁଚ୍ଛ ବିକଶିତ ହୋଇଥାଏ.
  • ପତ୍ର ଉପରେ ହଳଦିଆ ଓ ମାଟିଆ ରଂଗର ଦାଗ ଦେଖାଯାଇଥାଏ.
  • କାଣ୍ଡ ପାଚିଯାଏ ଓ ନଇଁ ଯାଏ, ଫସଲର ଗୁଣବତ୍ତା ମଧ୍ୟ ଖରାପ ଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ମକାରେ ଦକ୍ଷିଣୀ କଳଂକ ବୟସ୍କ ପତ୍ରର ଉପର ପୃଷ୍ଠରେ ଛୋଟ, ନାଲିଆ-ନାରଂଗୀ, ପିନମୁଣ୍ଡ ଭଳି ବ୍ରଣ ଭାବରେ ଦେଖା ଯାଇଥାଏ, ତଳ ପୃଷ୍ଠରେ ବିକ୍ଷିପ୍ତ ଭାବରେ ଦେଖାଯାଇଥାଏ. ଏହି ବ୍ରଣ ଗୁଡିକ ଗୁଣ୍ଡ ଭଳି ଓ ବୃତାକୃତୀରୁ ଅଣ୍ଡାକୃତୀ ଆାକାରର ହୋଇଥାଏ, ଓ ଅତ୍ୟଧୀକ ଘନ ଓ ବହଳିଆ ରହିଥାଏ. ରୋଗର ବିଳମ୍ବ ଅବସ୍ଥାରେ , ଏହା ବହୁତ ଘଞ୍ଚ ଭାବେ ବିସ୍ତାରିତ ହୋଇଯାଆନ୍ତି ଓ ନୁଆ ଛୋଟ ପତ୍ର,ପତ୍ର ପୃଷ୍ଠ, ଚୋପା ଓ କାଣ୍ଡ ଉପରେ ମଧ୍ୟ ଦେଖା ଯାଇଥାଏ. ପତ୍ର ଉପରେ (ହଳଦିଆ) ପାଣ୍ଡୁରତା ଓ (ମାଟିଆ) ପରିଗଳନର ଦାଗ ଦେଖିବାକୁ ମିଳିଥାଏ. ନୂଆ ପତ୍ର ଗୁଡିକ ପୁରୁଣା ପତ୍ରଠାରୁ ଅଧିକ ସମ୍ବେଦନଶୀଳ ଅଟେ ଓ ଏଣୁ ଡେରିରେ ଲଗା ଯାଇଥିବା ଫସଲ ଗୁଡିକ ଅଧିକ ସମ୍ବେଦନଶୀଳ ଅଟନ୍ତି. ଫସଲର ଖରାପ ସ୍ୱାସ୍ଥ୍ୟ କାଣ୍ଡ ପଚେଇ ଦେଇଥାଏ ନଇଁ ଯାଏ, ଫସଲର ଗୁଣବତ୍ତା ମଧ୍ୟ ଖରାପ ହୋଇଯାଏ. ଏହାର ସଂକ୍ରମଣ କ୍ଷମତା ଯୋଗୁଁ ଏହା ବହୁତ କ୍ଷତି ପହଂଚାଇ ପାରେ

Recommendations

ଜୈବିକ ନିୟନ୍ତ୍ରଣ

ରେଣୁ ଅଂକୁରଣକୁ ବ୍ୟାଧିତ କରିବା ପାଇଁ ଗୁଆକୋ(ମିକାନିଆ ଗ୍ଲୋମେରାଟା)ର ପାଣିଆ ନିର୍ଯ୍ୟାସ ପ୍ରୟୋଗ କରନ୍ତୁ. ଏହି ନିର୍ଯ୍ୟାସ ବନେଇବା ପାଇଁ ଗୁଆକୋର ସଂପୂର୍ଣ ପତ୍ରକୁ ବିଶୁଦ୍ଧ ପାଣିରେ ବୁଡେଇ ରଖନ୍ତୁ ଓ 24 ଘଣ୍ଟା ଯାଏଁ ଦ୍ରବଣକୁ ଫ୍ରୀଜ ରେ ରଖନ୍ତୁ. ଏହା ପରେ ନିର୍ଯ୍ୟାସକୁ ଫିଲ୍ଟର ପେପର୍ ସହାୟକରେ ଅଲଗା କରନ୍ତୁ ଓ ଏହା 5 ପ୍ରତିଶତ ଗାଢତା ପହଂଚିବା ଯାଏଁ ପାଣି ମିଶାନ୍ତୁ ଓ ପତ୍ର ଉପରେ ଉପଯୋଗ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦାସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରିବା ଜରୁରୀ ଅଟେ. ସଂକ୍ରମିତ ଅଂଶରେ କବକନାଶକ ପ୍ରୟୋଗ କଲେ ଏଗୁଡିକ ଠିକ୍ ହୋଇ ଯାଏନି,ତେଣୁ ଏହା ସୁସ୍ଥ ଫସଲକୁ ନ ବ୍ୟାପିବା ପାଇଁ କେବଳ ନିବାରଣ ଉପାୟ ହିସାବରେ ପ୍ରୟୋଗ କରାଯାଇପାରିବ. ଫସଲର ବୟସକୁ, ରୋଗର ଘଟଣା ଓ ପାଣିପାଗକୁ ହିସାବକୁ ନେଇ କବକନାଶକକୁ ସମୟୋଚିତ ପ୍ରୟୋଗ କରିବା ଜରୁରୀ ଅଟେ. ମାଂକୋଯ଼େବ୍, ସାଇପ୍ରୋକୋନାଯ଼ୋଲ୍,ଫ୍ଲୁଟିଆଫୋଲ୍+ଫ୍ଲୁକ୍ସାସ୍ଟ୍ରୋବିନ୍, ପାଇରାକ୍ଲୋସ୍ଟ୍ରୋବିନ୍, ପାଇରାକ୍ଲୋସ୍ଟ୍ରୋବିନ୍ + ମେଟାକୋନାଯ଼ୋଲ୍, ଆଯ଼ୋକ୍ସିସ୍ଟ୍ରୋବିନ୍ + ପ୍ରୋପିକୋନାଯ଼ୋଲ୍,ଟ୍ରାଇଫ୍ଲୋକ୍ସିସ୍ଟ୍ରୋବିନ୍ + ପ୍ରୋଥିଓକୋନାଯ଼ୋଲ ଉପରେ ଆଧାରିତ କବକନାଶକର ଉପଯୋଗ କରିବା ଦ୍ୱାରା ରୋଗର ପ୍ରଭାବକୁ ଫଳପ୍ରସୂ ଭାବେ କମ୍ କରିପାରେ. ଉଦାହରଣ ସ୍ୱରୁପ ଦାଗ ଦେଖାଯିବା ମାତ୍ରେ ମାଂକୋଯ଼େବ୍ @ 2.5 ଗ୍ରା/ଲି ଛିଂଚନ୍ତୁ ଓ ଫୁଲ ଫୁଟିବା ଯାଏଁ 10 ଦିନକୁ ଥରେ ପୁନରାବୃତ୍ତି କରନ୍ତୁ.

ଏହାର କାରଣ କଣ

ମକାରେ ଦକ୍ଷିଣୀ କଳଂକ ରୋଗ ପୁଚିନିଆ ପୋଲିସରା ନାମକ ଏକ କବକ, ସାଧାରଣତଃ ଗଛର ବିଳମ୍ବ ବୃଦ୍ଧି ଅବସ୍ଥାରେ ଉଷ୍ମମଣ୍ଡଳୀୟ ରୁ ଉପକ୍ରାନ୍ତୀୟ କ୍ଷେତ୍ରରେ ଦେଖା ଯାଇଥାଏ. ଏହା ଏକ ଅବିକଳ୍ପୀ ପରଜିବୀ, ଯାହା ମାନେ ଏହା କେବଳ ଜିଅନ୍ତା ଗଛ ଅଂଶରେ ବଂଚିପାରେ, ମାଟି, ଅବଶେଷ ଓ ବୀଜରେ ବଂଚିପାରେନାହିଁ. ଫଳସ୍ୱରୁପ, ଗୋଟିଏ ଋତୁରେ ହୋଇଥିବା ସଂକ୍ରମଣ ଅନ୍ୟ ଏକ ଋତୁକୁ ବ୍ୟାପିବାର ସମ୍ଭାବନାକୁ ବଢାଇ ନଥାଏ. ଅନ୍ୟ ଜମି ବା କ୍ଷେତ୍ରରୁ ପବନ ଦ୍ୱାରା ପରିବାହିତ ହୋଇଥିବା ରେଣୁ ହିଁ ଏହି ସଂକ୍ରମଣର ପ୍ରାଥମିକ ମୂଳ ଅଟେ.ଏହା ପରେ ପାଣି ଓ ପବନ ଦ୍ୱାରା ସଂକ୍ରମଣଟି ଫସଲରୁ ଫସଲକୁ ବ୍ୟାପି ଥାଏ. ମାରାତ୍ମକ ସଂକ୍ରମଣ ପାଇଁ ସବୁଠାରୁ ଅନୂକୁଳ ସ୍ଥିତି ହେଉଛି ଉଚ୍ଚ ଆର୍ଦ୍ରତା ଓ ତାପମାତ୍ରା ଯେତେବେଳେ 27°C ରୁ 33°C ମଧ୍ୟରେ ଥାଏ.ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ପ୍ରାଥମିକ ସଂକ୍ରମଣ ଗଛର ଦ୍ରୁତ ଓ ଗୁରୁତ୍ବପୂର୍ଣ କ୍ଷତି କରିପାରେ ।


ସୁରକ୍ଷାତ୍ମକ ଉପାୟ

  • ଆପଣଂକ କ୍ଷେତ୍ରରେ ମିଳୁଥିବା ସହିଷ୍ଣୁ ଓ ପ୍ରତିରୋଧୀ କିସମର ଉପଯୋଗ କରନ୍ତୁ.
  • ଚାଷ ଋତୁର ଶେଷ ଆଡକୁ ମକା ଫସଲ ବୁଣନ୍ତୁ ନାହିଁ.
  • ଜମିକୁ ରୋଗର ଯେକୌଣସି ଲକ୍ଷଣ ପାଇଁ ପର୍ଯ୍ୟବେକ୍ଷଣ କରନ୍ତୁ.
  • ଶସ୍ୟ ଗୁଡିକୁ ମଜବୁତ୍ କରିବା ପାଇଁ ନିୟନ୍ତ୍ରୀତ ଉର୍ବରୀକରଣ କରନ୍ତୁ.
  • ଫସଲ ବୃଦ୍ଧିର ବିଳମ୍ବ ଅବସ୍ଥାରେ ଜମିରେ ଅତ୍ୟଧୀକ ଜଳସେଚନ କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ