ମକା

ଗୋସ୍ ଝାଉଁଳା (ଗୋସ୍ ୱିଲ୍ଟ )

Clavibacter michiganensis

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ରଶୀରା ସମାନ୍ତରରେ ତେଢା ମେଢା ସୀମା ସହ ପତ୍ର ଉପରେ ଲମ୍ବା ତାମ୍ର ଘା ଦେଖା ଯାଇଥାଏ । ଧୀରେ ଧୀରେ ପତ୍ରର ପୋଡିବା ଆରମ୍ଭ ହୋଇ ଯାଇଥାଏ । ଘା ଓ କଳା ଦାଗରୁ ଉଜ୍ୱଳ ସୁଖା ପୁଜ ଭଳି ପଦାର୍ଥ ନିର୍ଗତ ହୋଇଥାଏ । ଚାରାଗୁଡିକ ଝାଉଁଳି ଯାଆନ୍ତି ଓ ମରି ଯାଆନ୍ତି.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ପ୍ରାରମ୍ଭିକ ଲକ୍ଷଣ ଗୁଡିକ ହେଲା ପତ୍ରଶୀରା ସମାନ୍ତରରେ ତେଢା ମେଢା ସୀମା ସହ ପତ୍ର ଉପରେ ଲମ୍ବ ଭାବେ ବଢୁ ଥିବା ତାମ୍ର ଘା ଦେଖା ଯାଇଥାଏ । ସମୟ ସହିତ ଧୀରେ ଧୀରେ ପତ୍ରପୋଡା ଆରମ୍ଭ ହୋଇ ଯିବା ସହ ବହୁ ସଂଖ୍ୟାରେ ପତ୍ର ସମୂହକୁ ଓ କାଣ୍ଡ ପଚା ପ୍ରତି ପୂର୍ବ ପ୍ରବଣତା ଥିବା ଗଛକୁ ମାରି ଦେଇଥାଏ । ଘା ଗୁଡିକ ଉପରେ ଗାଢ , ପାଣିଭିଜା ଦାଗ( ଚର୍ମରେ ବାଦାମୀ ଦାଗ ) ସୃଷ୍ଟି ହୋଇଥାନ୍ତି । ପତ୍ର ଧାର ଗୁଡିକ ପରିଗଳିତ ହେବା ଆରମ୍ଭ ହୋଇଯାଏ । ଘା ରେ ସାଧାରଣତଃ ଉଜ୍ୱଳ ସୁଖା ପୁଜ ଭଳି ପଦାର୍ଥ ଉପସ୍ଥିତ ରହି ଥାଏ । କାଣ୍ଡ ସଂକ୍ରମଣ ଥିବା ଫସଲ ଗୁଡିକରେ, କାଣ୍ଡ ଉପରେ ନାରଂଗୀ ଊର୍ଦ୍ଧ୍ଵ ପରିବାହୀ ଟିସୁ ଦେଖା ଯାଇଥାଏ । ଯଦି ଏହା ଚାରା ଅବସ୍ଥାରେ ସଂକ୍ରମଣ ହୋଇଥାଏ ତାହେଲେ,ଚାରା ବା ଛୋଟ ଗୁଡିକ ଝାଉଁଳିବା ସହ ପୋଡିବା ଆରମ୍ଭ ହୋଇ ଯାଇଥାଏ ଓ କେତେକ କ୍ଷେତ୍ରରେ ଚାରାଗୁଡିକ ମରି ଯାଆନ୍ତି.

Recommendations

ଜୈବିକ ନିୟନ୍ତ୍ରଣ

ସି.ମିସିଗେନେସିସ୍ ବିରୋଧରେ ଜୈବୀକ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ । ଯଦି ଆପଣ କିଛି ଜୈବୀକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ । ଫଳପ୍ରଦ ନିୟନ୍ତ୍ରଣ ଉପଚାର ଗୁଡିକ କେବଳ ନିବାରଣ ପ୍ରକୃତିର ହୋଇଥାଏ ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ସି.ମିସିଗେନେସିସ୍ ପାଇଁ ରସାୟନିକ ଉପଚାରର ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ । ଯଦି ଆପଣ କିଛି ରସାୟନିକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ । ଫଳପ୍ରଦ ନିୟନ୍ତ୍ରଣ ଉପଚାର ଗୁଡିକ କେବଳ ନିବାରଣ ପ୍ରକୃତିର ହୋଇଥାଏ.

ଏହାର କାରଣ କଣ

ଲକ୍ଷଣ ଗୁଡିକ କ୍ଲାଭିବ୍ୟାକ୍ଟର ମିସିଗେନେସିସ୍ ନାମକ ଜୀବାଣୁ ଯୋଗୁଁ ହୋଇଥାଏ, ଯାହାକି ଅନ୍ୟ ସମୟରେ ( ଫସଲ ନଥିବା ) ସଂକ୍ରମିତ ଫସଲ ଅବଶେଷରେ, କିମ୍ବା ଅନ୍ୟ ପୋଷକ ଫସଲ ଅବଶେଷରେ ବଂଚିି ରହିଥାଏ ଯେପରିକି ସବୁଜ କାଙ୍ଗୁ ଘାସ, ସୁଆଁ ଘାସ ଓ ଜୋୱାର ଘାସ ରେ ବଂଚିି ରହିଥାନ୍ତି । ଏହି ସଂକ୍ରମିତ କୋଷରୁ, ଜୀବାଣୁଟି ବର୍ଷା ପାଣି ଛାଟ , ଉପର ପଟୁ କରା ଯାଉଥିବା ଜଳସେଚନରୁ ପବନ ବାହିତ ଜଳ ବୁନ୍ଦା ଦ୍ୱାରା ବଢୁଥିବା ଫସଲକୁ ସଂକ୍ରମିତ ହୋଇଥାଏ । ଗୋସ୍ ୱିଲ୍ଟ ସାଧାରଣତଃ ଯେଉଁ ପତ୍ର ଗୁଡିକ ଆଘାତପ୍ରାପ୍ତ ହୋଇଯାଇ ଥାଆନ୍ତି ଉଦାହରଣ ସ୍ୱରୂପ କୁଆପଥର ଦ୍ୱାରା, ବାଲି ବିସ୍ଫୋରଣ ଓ ଝଡ ତୋଫାନ୍ ଦ୍ୱାରା , ସେହି ପତ୍ର ଗୁଡିକୁ ସଂକ୍ରମଣ କରନ୍ତି । ଏହି ରୋଗଟି ପତ୍ର ସଂକ୍ରମଣ ପରେ ପରେ ଫସଲ ମଧ୍ୟରେ ବ୍ୟାପିଥାଏ, ଓ ଫସଲରୁ ଫସଲକୁ ବ୍ୟାପି ପାରେ । ରୋଗର ଅଗ୍ରଗତି ପାଇଁ ଗରମ ତାପମାତ୍ରା(25 °C ରୁ ଉର୍ଦ୍ଧ) ଅନୂକୁଳ ହୋଇଥାଏ । ରୋଗର ଲକ୍ଷଣ ଗୁଡିକ ରେସମ ବାଳ ଉତ୍ପର୍ଣ ହେବା ପରେ ସ୍ପଷ୍ଟ ଦେଖା ଯାଇଥାଏ, ଓ ଏହା ପରେ ରୋଗର ତୀବ୍ରତା ବଢି ଯାଇଥାଏ । ଏହି ରୋଗ ପାଇଁ ଶଙ୍କର ରୋଗ ପ୍ରବଣ ଫସଲ ବୁଣାଯିବା, କମ୍ ହଳ କରାଯିବା ଓ ବାରମ୍ବାର ଗୋଟିଏ କିସମର ଫସଲ ଚାଷ କରିବା ଅନୂକୁଳ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଯଦି ଆପଣଂକ ବଜାରରେ(କିଛି କିସମ ବଜାରରେ ଉପଲବ୍ଧ ଅଟେ) ପ୍ରତିରୋଧି କିସମର ଫସଲ ଉପଲବ୍ଧ ତେବେ ତାକୁ ବୁଣନ୍ତୁ । ରୋଗର ଲକ୍ଷଣ ଜାଣିବା ପାଇଁ ଜମିକୁ ନିୟମିତ ଭାବେ ପର୍ଯ୍ୟବେକ୍ଷଣ କରନ୍ତୁ । ଚାଷ ପାଇଁ ଉଦ୍ଧିଷ୍ଟ ସମସ୍ତ ଉପକରଣ ପାଇଁ ଉଚ୍ଚ ସ୍ତରର ପରିଚ୍ଛନ୍ନତା ରଖନ୍ତୁ । ଫସଲ ପ୍ରତି ଯାନ୍ତ୍ରିକ କ୍ଷତି ଯଥା ସମ୍ଭବ କମ୍ ରଖନ୍ତୁ । ଫସଲ ଅବଶେଷକୁ ବାହାର କରି ନିଅନ୍ତୁ, ଉଦାହରଣ ସ୍ୱରୁପ ଗଭୀର ହଳ ଦ୍ୱାରା ବାହାର କରି ନିଅନ୍ତୁ । ବଂଚି ଥିବା ମକା ଅବଶେଷକୁ ବିଘଟିତ କରିବା ପାଇଁ କରିବା ପାଇଁ ପ୍ରତି ଦୁଇ ବର୍ଷକୁ ଥରେ ଫସଲ ପର୍ଯ୍ୟାୟ କରନ୍ତୁ । ବିକଳ୍ପ ପୋଷକ ଘାସ ଯେପରିକି ସବୁଜ କାଙ୍ଗୁ ଘାସ, ସୁଆଁ ଘାସ ଓ ଜୋୱାର ଘାସ କୁ କାଢି ନିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ