ମକା

କାଣ୍ଡ ପଚା ରୋଗ

Gibberella fujikuroi

ଫିମ୍ପି

5 mins to read

ସଂକ୍ଷେପରେ

  • ଦୁର୍ବଳ କାଣ୍ଡ । କାଣ୍ଡ ଉପରେ ଛୋଟ , କଳା କବକ ଗଠନ । କେଣ୍ଡାର ବିବର୍ଣତା । ରୁଗୁଡିଆ ବୃଦ୍ଧି ।.

ମଧ୍ୟ ଦେଖା ଯାଇପାରେ


ମକା

ଲକ୍ଷଣ

ରୋଗର ମାତ୍ରା ଓ ପରିବେଶର ପରିସ୍ଥିତି ଅନୁସାରେ ଲକ୍ଷଣ ପରିବର୍ତ୍ତନ ହୁଏ । ଅସାମାନ୍ୟ ଉଚ୍ଚତା ( ଲମ୍ବାଳିଆ କିମ୍ବା ରୁଗୁଡିଆ ) ଏବଂ ଫିକା ଦେଖାଯିବା ଦ୍ଵାରା ସଂକ୍ରମିତ ଗଛ ଜଣାପଡିଯାନ୍ତି । ମଞ୍ଜିରେ କ୍ଷତ ଚିହ୍ନ , ପଚିବା ଏବଂ ବିକୃତି ଦେଖାଯାଏ । କାଣ୍ଡରେ ବକଳର ବିବର୍ଣତା ,ଫିମ୍ପି ବୃଦ୍ଧି , ରୁଗୁଡିଆ କିମ୍ବା ଗୁଛାକାର ଦେଖାଯାଏ । ପତ୍ରରେ ଅସାମାନ୍ୟ ରଙ୍ଗ ଓ ଫିମ୍ପି ବୃଦ୍ଧି ହୁଏ । କେଣ୍ଡା କଳା କିମ୍ବା ବାଦାମି କ୍ଷତ ଚିହ୍ନ , ଯାଦୁରା ଏବଂ ପଚିବା ଦ୍ଵାରା ପ୍ରଭାବିତ ହୋଇପାରେ । ପୁରା ଗଛ ସଢିଯାଏ ଏବଂ ଅକାଳ ବାର୍ଦ୍ଧକ୍ୟ ଓ ଚାରା ପୋଡା ଦେଖାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ଜୀବାଣୁ ବହନ କରୁଥିବା କୀଟକୁ ନିୟନ୍ତ୍ରଣ କରିବାକୁ ନିମ୍ବ ନିର୍ଯ୍ୟାସ ସିଞ୍ଚନ କରନ୍ତୁ । ଜୀବାଣୁକୁ ଦମନ କରିବା ପାଇଁ ଟ୍ରାଇକୋଡେର୍ମା ଜାତି ଭଳି ଜୈବ ନିୟନ୍ତ୍ରକ ବ୍ୟବହାର କରନ୍ତୁ । କାଣ୍ଡ ପଚା ରୋଗ ନିୟନ୍ତ୍ରଣ କରିବାରେ ସୁଡୋମୋନାଶ ଫ୍ଲୁରୋସେନ୍ସ ମଧ୍ୟ ଫଳପ୍ରସୂ ଅଟେ । ଏହି ଉଭୟ ଉପାଦାନ ବିହନ ଓ ମୃତ୍ତିକା ଉପଚାର ରୂପେ ବ୍ୟବହୃତ ହୋଇପାରେ । 250 କୃଷି ଖତ ବ୍ୟବହାର କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଲଗାଇବା ପୂର୍ବରୁ ବିହନକୁ ମାଙ୍କୋଜେବ 50 % ଏବଂ କାର୍ବେନଦାଜିମ 25 % ସହିତ ଉପଚାର କରନ୍ତୁ ।

ଏହାର କାରଣ କଣ

ମୃତ୍ତିକା ବାହିତ କବକ ଜୀବେରେଲ୍ଲା ଫୁଜିକୁରୋଇ ଦ୍ଵାରା ଏହି ରୋଗ ହୁଏ । ଏହି ଜୀବାଣୁ ର ରେଣୁ ପବନ ଓ ବର୍ଷା ଦ୍ଵାରା ବିସ୍ତାର ହୁଏ , ଏବଂ ଘା' ଦେଇ ମକା କେଣ୍ଡାରେ ପ୍ରବେଶ କରେ । ଗଛଗୁଡିକ ବିହନ ଅଙ୍କୁରଣ ଠାରୁ ଚଅଂର ବାହାରିବା ପର୍ଯ୍ୟନ୍ତ ପ୍ରଭାବିତ ହୁଏ , କିନ୍ତୁ ଲକ୍ଷଣ ବିଳମ୍ବ ଅବସ୍ଥାରେ ଦେଖାଯାଏ । ଏହା ମଞ୍ଜି , ଫସଲ ଅବଶେଷ , କିମ୍ବା ବିକଳ୍ପ ପୋଷକ ଯଥା ଘାସ ଦେହରେ ବଞ୍ଚେ । ମକାର ବାଳ , ଚେର ଓ କାଣ୍ଡ ଦେଇ ରେଣୁ ଦ୍ଵାରା ଏହା ବିସ୍ତାର ଲାଭ କରେ । ଏହା ମୁଖ୍ୟତଃ କୀଟ ଖାଇବା ଜନିତ ଘା' ଦେଇ ଶସ୍ୟ କେଣ୍ଡା ମଧ୍ୟକୁ ପ୍ରବେଶ କରେ । ଏହା ଅଙ୍କୁରିତ ହୁଏ ଓ ଧୀରେ ଧୀରେ ପ୍ରବେଶ ପଥରୁ ଦାନାରେ ସଂଖ୍ୟା ବୃଦ୍ଧି କରି ରହେ । ବିକଳ୍ପ ଭାବରେ , ଏହା ଗଛର ଚେରରେ ରହିବା ଆରମ୍ଭ କରେ ଓ ଶରୀର ଚର ବୃଦ୍ଧି ଦ୍ଵାରା ଉପରକୁ ଯାଏ । ବିଭିନ୍ନ ପ୍ରକାର ପରିପାର୍ଶ୍ଵିକ ଚାପ ଯୋଗୁଁ ଗଛ ସଂକ୍ରମିତ ହୋଇପାରେ , କିନ୍ତୁ ଯେତେବେଳେ ପାଣିପାଗ ଉଷ୍ମ (26 - 28 ଡିଗ୍ରୀ C ) ଏବଂ ଆର୍ଦ୍ର ଓ ଗଛର ଫୁଲ ଧରିବା ଅବସ୍ଥାରେ ଏହାର ମାତ୍ରା ଅଧିକ ଥାଏ ।


ସୁରକ୍ଷାତ୍ମକ ଉପାୟ

  • ଏସସି 637 ଭଳି ସହନୀୟ ଓ ରୋଗମୁକ୍ତ ବିହନ ଲଗାନ୍ତୁ । ମକା ଗଛକୁ ମୋଟାମୋଟି କମ ଚାପ ଦେଇ ସୁସ୍ଥ ଓ ଶକ୍ତ କାଣ୍ଡର ବିକାଶ ସୁନିଶ୍ଚିତ କରନ୍ତୁ । ପୂର୍ବରୁ କାଣ୍ଡ ପଚା ରୋଗ ଥିବା ଜଣା ଥିଲେ ,ଗଛକୁ ଗଛ ଓ ଧାଡିକୁ 30 -50 ସେମି ଧାଡି 70 - 90 ସେମି ଛାଡି ଏକ ଏକର ଜମିରେ ଗଛ ସଂଖ୍ୟା 28000 ରୁ 32000 ମଧ୍ୟରେ ସୀମିତ ରଖନ୍ତୁ । ଜଳସେଚନ , ଘାସ ନିୟନ୍ତ୍ରଣ ଏବଂ ଏବଂ ମୃତ୍ତିକା ପୋଷକ ସ୍ତର ପର୍ଯ୍ୟାପ୍ତ ରଖିବା ପାଇଁ ଯତ୍ନର ସହିତ ଚେଷ୍ଟା କରନ୍ତୁ । ଗଛକୁ ଯତ୍ନର ସହିତ ନିରୀକ୍ଷଣ କରନ୍ତୁ ଓ ଦାନା ଉପରେ ଧଳା ଗାର , ନୂଆ ପତ୍ର ହଳଦିଆ ହେବା , ଫୁଲ ଫୁଟିବା ଅବସ୍ଥାରେ ଝାଉଁଳିବା ,ଏବଂ ପରବର୍ତ୍ତୀ ବିକଶିତ ଅବସ୍ଥାରେ ସଂକ୍ରମିତ କାଣ୍ଡର ଲାଲ ବାଦାମି ରଙ୍ଗ ଦେଖନ୍ତୁ ।କାଣ୍ଡ ବିନ୍ଧା ପୋକ ସଂଖ୍ୟା ନିମ୍ନ ସ୍ତରରେ ରଖନ୍ତୁ , କାରଣ ଏହା ଜୀବାଣୁ ପରିବହନ କରେ । ଗଛର ବିଳମ୍ବ ଅବସ୍ଥାରେ ଉତ୍ତମ ସାର ପ୍ରୟୋଗ ସୁନିଶ୍ଚିତ କରନ୍ତୁ । ସଂକ୍ରମିତ ଗଛ କାଢନ୍ତୁ ଓ ପୋତନ୍ତୁ । ସଂକ୍ରମିତ ଫସଲ ଅବଶେଷକୁ ପୋତିବା ପାଇଁ ଜମି ଚାଷ କରନ୍ତୁ । ଭଣ୍ଡାର ଜାଗା ଭଲଭାବେ ସଫା ରଖନ୍ତୁ । ଶସ୍ୟ ଭଣ୍ଡାର ଘରେ ରଖିବା ପୂର୍ବରୁ ଏହାକୁ ଉତ୍ତାପ ଦେଇ ଜଳୀୟ ଅଂଶ 15 % ନିମ୍ନକୁ ନିଅନ୍ତୁ । ଶସ୍ୟକୁ ନିମ୍ନ ଆର୍ଦ୍ରତା ଓ ତାପମାତ୍ରାରେ ଭଣ୍ଡାର କରନ୍ତୁ । 3 ବର୍ଷ ପରେ ବିନ କିମ୍ବା ସୋୟାବିନ ଭଳି ଡାଲି ଜାତୀୟ ଫସଲ ସହିତ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ