ମକା

ଇଉରୋପିୟ ମକା ବିନ୍ଧା ପୋକ

Ostrinia nubilalis

ପୋକ

5 mins to read

ସଂକ୍ଷେପରେ

  • ପତ୍ରର ମଧ୍ୟ ଶିରା ଦେଇ ଲାର୍ଭା ଗୁଡିକ ସୁଡଙ୍ଗ ବନାନ୍ତି । ଏମାନେ ଏକ ଗୁଳିବିଦ୍ଧ ସଂରଚନା ସୃଷ୍ଟି କରି ଥାଆନ୍ତି । କଣା ଦ୍ୱାରା ହୋଇଥିବା କ୍ଷତ ଫସଲକୁ ଦୂର୍ବଳ କରି ଦିଅନ୍ତି ଯାହା ଦ୍ୱାରା କାଣ୍ଡ ଭାଂଗି ଯାଇପାରେ କିମ୍ବା ଫସଲର ରୁଗୁଡିଆ ବୃଦ୍ଧି ହୋଇଥାଏ, ଯାହା ଫଳରେ ଅମଳ କମିଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ଲାର୍ଭା ବା ଶୂକମାନେଫସଲର ଭୁଇଁ ଉପରେ ଥିବା ସମସ୍ତ ଅଂଶକୁ କ୍ଷତି କରି ଥାଆନ୍ତି । ଏମାନେ ପ୍ରଥମେ ପତ୍ର ସମୂହ ଓ ମଧ୍ୟ ଶିରାର ଭିତର ଅଂଶକୁ ଖାଇ ଥାଆନ୍ତି ଓ ଗଛରେ କାଣ୍ଡମୂଳରେ, ବାଳରେ ଓ ପରେ ମକାରେ ମଧ୍ୟ ଦେଇ ସୁଡଙ୍ଗ ବନାନ୍ତି. ଏମାନେ ଫସଲରେ ପାଣି ଓ ପୋଷଣ ପରିବାହିତ କରୁଥିବା ଆଭ୍ୟନ୍ତରୀଣ ଟିସୁକୁ ନଷ୍ଟ କରି ଦିଅନ୍ତି ଯାହା ଦ୍ୱାରାକି ଫସଲର ରୁଗୁଡିଆ ବୃଦ୍ଧି ହୋଇଥାଏ, କମ୍ ପତ୍ର ଓ ଉତ୍ପାଦନ କ୍ଷମତାକୁ କମେଇ ଦେଇଥାଏ । କାଣ୍ଡ ମଧ୍ୟରେ ସୁଡଙ୍ଗ ବନାଇବା ଦ୍ୱାରା ଫସଲର ଧାରଣ କ୍ଷମତାକୁ ଦୂର୍ବଳ କରି ଦେଇଥାଏ ଓ ପଡିଯିବା ପାଇଁ ଅନୂକୁଳ ହୋଇଥାଏ । କେଣ୍ଡା ଗୁଡିକ ଉପରେ ଓଦା କଚଡା ସହ ଗୋଲ କଣା ଥାଏ, ଖଣ୍ଡିଆ ଦାନା ଓ ଏହା ମଧ୍ୟ ଝଡିଯାଇପାରେ । ଏହି କଣା ଗୁଡିକ ସୁବିଧାବାଦୀ କବକ ମାନଙ୍କ ଦ୍ୱାରା ସଂଖ୍ୟା ବୃଦ୍ଧି ପାଇଁ ଓ ପରେ ପରେ ଏହି କୋଷ ଗୁଡିକରେ ସଢା କୋଷର ବିକାଶ ପାଇଁ ବ୍ୟବହୃତ ହୋଇଥାଏ । ଏହି କବକ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଷାକ୍ତ ପଦାର୍ଥ ଅମଳ ଗୁଣବତ୍ତାକୁ ଆହୁରି ଖରାପ କରି ଦେଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଇଉରୋପିୟ ବିନ୍ଧା ପୋକକୁ ପ୍ରାକୃତିକ ଭକ୍ଷକ, ଜୀବାଣୁନାଶକ ଓ ଜୈବୀକ-କୀଟନାଶକର ବ୍ୟବହାର କରି ନିୟନ୍ତ୍ରଣ କରା ଯାଇପାରେ. ସ୍ଥାନୀୟ ପ୍ରାକୃତିକ ଭକ୍ଷକ ମାନଙ୍କ ମଧ୍ୟରେ କପଟୀ ଫୁଲ କୀଟ(ଓରିୟସ୍ ଇନ୍ସିଡିଔସ୍), ସବୁଜ ଝାଲର ଡେଣା ଥିବା ପୋକ ଓ କିଛି ପ୍ରକାରର ପାଟ ପୋକ ଅନ୍ୟତମ ଅଟନ୍ତି. ପକ୍ଷୀ ମାନେ ଶୀତ ଋତୁ ବେଳେ ବଂଚି ରହିଥିବା ଲାର୍ଭା ଗୁଡିକୁ 20 ରୁ 30% ନଷ୍ଟ କରି ଦିଅନ୍ତି. ଜୀବାଣୁନାଶକ ମଧ୍ୟରେ ଟ୍ୟାକିନାଇଡ୍ ମାଛି ଲାୟେଡେଲ୍ଲା ଥମ୍ପସନି ଓ ଏରିବୋରସ୍ ଟେରେବ୍ରାନ୍ସ, ସିମ୍ପ୍ଲେସିସ୍ ଭିରିଡ୍ୟୁଲା ଓ ମ୍ୟାକ୍ରୋସେଣ୍ଟ୍ରିସ୍ ଗ୍ରାଣ୍ଡି ପ୍ରଜାତିର ବିରୁଡି ଅନ୍ୟତମ ଅଟନ୍ତି. ସ୍ପିନୋସାଡ୍ ଓ ବ୍ୟାସିଲସ୍ ଥ୍ୟୁରିଂଜେନେସିସ୍ ଉପରେ ଆଧାରିତ ଜୈବୀକ-କୀଟନାଶକ ମଧ୍ୟ କାମ କରିଥାଏ.

ରାସାୟନିକ ନିୟନ୍ତ୍ରଣ

ବିନ୍ଧା ପୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାରର କୀଟନାଶକ ଉପଲବ୍ଧ ଅଛି. ଏଗୁଡିକୁ ସମୟୋଚିତ ଭାବେ ପ୍ରୟୋଗ କରାଯିବା ଦରକାର ଥାଏ. ଦାନାଦାର କୀଟନାଶକ ବାଛିବା ଭଲ ହୋଇଥାଏ. ସାଇଫ୍ଲୁଥ୍ରୀନ୍, ଏସ୍ଫେନଭାଲେରେଟ୍ ଥିବା ସାମଗ୍ରୀକୁ ପତ୍ର ସମୂହ ଓ ବଢୁ ଥିବା କେଣ୍ଡା ଉପରେ ସ୍ପ୍ରେ ଦ୍ୱାରା ପ୍ରୟୋଗ କରା ଯାଇପାରେ.କୃତ୍ରିମ ପାଇରେଥ୍ରୋଏଡ୍ସ କୁ ମଧ୍ୟ ଏଥି ପାଇଁ ପ୍ରୟୋଗ କରା ଯାଇପାରେ.

ଏହାର କାରଣ କଣ

ଲାର୍ଭା ବା ଶୂକଗୁଡିକ ମାଟି ଭିତରେ ଫସଲ ଅବଶେଷରେ ବଂଚି ରହିଥାଆନ୍ତି ଓ ବସନ୍ତ ଋତୁ ବେଳେ ବାହାରକୁ ଆସି ଥାଆନ୍ତି. ବୟସ୍କ ଇଉରୋପିୟ ମକା ବିନ୍ଧା ପୋକଗୁଡିକ ରାତି ବେଳେ ଅଧିକ ସକ୍ରୀୟ ରହି ଥାଆନ୍ତି. ଅଣ୍ଡିରା ପ୍ରଜାପତି ମାନଙ୍କ ପତଳା ଦେହ ସହ ମାଟିଆ ଆଭା ଥାଏ ଓ ହଳଦିଆ କରତ ଦାନ୍ତ ଭଳି ସଂରଚନା ସହ ବାଦାମୀ ରୁ ମାଟିଆ ରଂଗର ପର ଥାଏ. ମାଇ ଗୁଡିକ ଆହୁରି ପତଳା ଦେହ ଥାଏ ଓ ହଳଦିଆ ମାଟିଆ ରଂଗର କିଛି ଗାଢ ତେଢାମେଢା ଧାର ସଂରଚନା ସହ ପର ଥାଏ. ଏମାନେ ସାଧାରଣତଃ ଯେତେବେଳେ ପବନ ସ୍ଥିର ଥାଏ ଓ ଗରମ ତାପମାତ୍ରା ଥାଏ, ସେତେବେଳେ ପତ୍ରର ତଳ ପାର୍ଶ୍ୱରେ ଗୁଡାଏ ଧଳା ଅଣ୍ଡା ଦେଇଥାଆନ୍ତି. ଲାର୍ଭା ଗୁଡିକ ସୁକ୍ଷ୍ମ, ଚୁଟିହୀନ ଦେହ ଓ ଦେହ ସାରା କଳା ଦାଗ ସହ ମଳିନ ଧଳା ରଂଗରୁ ଗୋଲାପୀ ରଂଗର ହୋଇ ଥାଆନ୍ତି. ଏମାନଙ୍କର ମୁଣ୍ଡ ଗାଢ ବାଦାମୀରୁ କଳା ରଂଗର ହୋଇଥାଏ. ଏମାନେ ନାନା ପ୍ରକାର ଅନାବନା ଘାସ ଓ ସୋୟାବିନ୍, ମରିଚ ଓ ଟମାଟ ଫସଲ ଭଳି ବିକଳ୍ପ ପୋଷକ ଫସଲରୁ ନିଜ ପୋଷଣ କରି ଥାଆନ୍ତି. କମ୍ ଆର୍ଦ୍ରତା, କମ୍ ତାପମାତ୍ରା ଓ ଭାରି ବର୍ଷା ଆଦି ଅଣ୍ଡା ଦେବା ଓ ବିନ୍ଧା ପୋକମାନଙ୍କ ବଂଚିବା ପାଇଁ ବିପଦଜନକ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ଥିଲେ ସହନଶୀଳ କିସମ ବ୍ୟବହାର କରନ୍ତୁ । କୀଟ ମାନଙ୍କ ଚରମ ସଂଖ୍ୟାରୁ ବଂଚିବା ପାଇଁ ସହଳ ଲଗାନ୍ତୁ । ଜମିକୁ ନିୟମିତ ଭାବେ ନୀରିକ୍ଷଣ କରନ୍ତୁ ଓ ପୋକସଂଖ୍ୟାର ବୃଦ୍ଧିରୁ ବଂଚିବା ପାଇଁ ଜନ୍ତାର ବ୍ୟବହାର କରନ୍ତୁ । ଜମି ଭିତରେ ଓ ଚାରି ପାଖେ ଅନାବନା ଘାସ ପରିଚାଳନା ସୁନିଶ୍ଚିତ କରନ୍ତୁ । ମାଟି ଭିତରେ ଓ ଫସଲ ଅବଶେଷରେ ସୁପ୍ତାବସ୍ଥାରେ ବଂଚି ରହିଥିବା ପ୍ୟୁପାକୁ ଖୋଳି ବାହାର କରିବା ପାଇଁ ଗଭୀର ଭାବେ ହଳ କରନ୍ତୁ । କୀଟ ମାନଙ୍କ ଜୀବନ ଚକ୍ରକୁ ଭାଂଗିବା ପାଇଁ ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ