ଅନ୍ୟ

ପେନିସିଲିୟମ୍ ଚଁଅର ସଢା ରୋଗ

Penicillium spp.

ଫିମ୍ପି

5 mins to read

ସଂକ୍ଷେପରେ

  • ଏହା ମକାର ଚଁଅରଗୁଡିକୁ ପ୍ରଭାବିତ କରିଥାଏ । ମକାର ଚଁଅର ଓ ଦାନା ଉପରେ ଫିମ୍ପି ପରି ନିଳ-ସବୁଜ ରଂଗର ବୃଦ୍ଧି ହୋଇଥାଏ । ଦାନାଗୁଡିକ ରଂଗହୀନ ହୋଇଯାଆନ୍ତି ଓ ଭିତରୁ ସଢି ଯାଆନ୍ତି(ନୀଳ ଆଖି).

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ଚଁଅରରେ ପେନିସିଲିୟମ୍ ସଢା ପ୍ରଥମେ ଅମଳ ପରେ ମକା ଚଁଅର ଦାନା ଉପରେ ଦେଖା ଯାଇଥାଏ, ତେଣୁ ଏପରି ନାମ ଦିଆଯାଇଅଛି । ଯେଉଁ ଗଛଗୁଡିକ ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ସଂକ୍ରମିତ ହୋଇଯାଆନ୍ତି ସେଗୁଡିକରେ ରୁଗୁଡିଆ ବୃଦ୍ଧି ,ପତ୍ର ଝାଉଁଳି ଯିବା ଓ ପାଣ୍ଡୁରତା ଦେଖା ଦେଇଥାଏ । ଗଛର ଅନ୍ୟ ବୃଦ୍ଧି ଅବସ୍ଥାରେ, ଏହି କବକଟି ଚଁଅରକୁ ସଂକ୍ରମିତ କରିପାରେ, କୀଟ ପତଂଗ ଦ୍ୱାରା ହୋଇଥିବା ଘା କିମ୍ବା ଅମଳ ବେଳେ ହୋଇଥିବା ଆଘାତ ପ୍ରବେଶ ଦ୍ୱାର ଭଳି କାର୍ଯ୍ୟ କରିଥାଏ । କାମ କରିବା ସମୟରେ ଓ ଅମଳ ସମୟରେ ଫସଲକୁ ହାନି ପହଂଚି ପାରେ । ଉଚ୍ଚ ତାପମାତ୍ରା ଓ ଉଚ୍ଚ ଆର୍ଦ୍ରତା ଚଁଅର ଓ ଦାନା ଉପରେ ଫିମ୍ପି ପରି ନିଳ-ସବୁଜ ରଂଗର ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ । ସଂକ୍ରମିତ ଦାନାଗୁଡିକ ରଂଗହୀନ ହୋଇ ଦାଗଦାଗ ଦେଖା ଯିବା ସହ ଭିତରୁ ପଚିଯାଆନ୍ତି(ଏହି ଲକ୍ଷଣକୁ ନୀଳ ଆଖି ବୋଲି କୁହାଯାଏ) । ବେଳେବେଳେ ଫିମ୍ପି ପରି ବୃଦ୍ଧି କେବଳ ଅମଳ ପରେ ବା ଭଣ୍ଡାରରେ ରଖିବା ସମୟରେ ଦେଖାଯାଇଥାଏ । ଏହି ଚଁଅର ସଢା ଅମଳ ଓ ଅମଳ ପରବର୍ତ୍ତୀ କ୍ଷତି ଦେଖାଇ ଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ପେନିସିଲିୟମ୍ ପ୍ରଜାତି ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ । ଯଦି ଆପଣଂକୁ ଏହି ରୋଗକୁ ମୁକାବିଲା କରିବା କିମ୍ବା କମେଇବା ପାଇଁ କିଛି ଜୈବୀକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଉତ୍ସାହିତ ଅଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ । ଯଦି ଅତ୍ୟନ୍ତ ଜରୁରୀ ତାହେଲେ, ମ୍ୟାଂକୋଜେବ୍ ଓ କାପ୍ତାନ୍ ଥିବା କବକନାଶକର ଉପଯୋଗ କରନ୍ତୁ ।

ଏହାର କାରଣ କଣ

ପେନିସିଲିୟମ୍ ପ୍ରଜାତି କବକଟି ପବନ ଦ୍ୱାରା ପରିବେଶରେ ସର୍ବତ୍ର ଥାଆନ୍ତି । ଏହା କମ୍ ପାଣି ଉପଲବ୍ଧ ଥିବା ସ୍ଥାନରେ ତଥା ମାଟି ଓ ଭଣ୍ଡାରରେ ଥିବା ସଂକ୍ରମିତ ଗଛର ଅବଶେଷରେ ବଂଚି ରହିବାରେ ସମର୍ଥ ହୋଇଥାଏ । ଏଗୁଡିକ ସାଧାରଣତଃ ପବନ,ବର୍ଷା ଛାଟ ଦ୍ୱାରା ପରିବାହିତ ହୁଅନ୍ତି ଓ କ୍ଷତ ସ୍ଥାନ ଦ୍ୱାରା ଚଁଅରକୁ ସଂକ୍ରମିତ କରିଥାଏ । ଏଗୁଡିକ ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତାରେ ବଞ୍ଚନ୍ତି । ଏହି ରୋଗଟି ଫୁଲ ଧାରଣ ଓ ଫଳ ଅବସ୍ଥାରେ ପ୍ରାୟତଃ ଦେଖିବାକୁ ମିଳିଥାଏ । ପ୍ରାରମ୍ଭିକ ଲକ୍ଷଣ ଗୁଡିକ ଭଣ୍ଡାରରେ ରଖିବା ସମୟରେ ଦେଖାଯାଇଥାଏ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛରୁ କିମ୍ବା ପ୍ରାମାଣିକ ସୁତ୍ରରୁ କିଣା ଯାଇଥିବା ବିହନର ଉପଯୋଗ କରନ୍ତୁ । ପ୍ରତିରୋଧି କିମ୍ବା ସହନଶୀଳ କିସମର ଫସଲ ରୋପଣ କରନ୍ତୁ । ବିହନ ବୁଣିବା ସମୟକୁ ଏପରି ଭାବେ ନିର୍ଦ୍ଧାରିତ କରନ୍ତୁ ଯେପରିକି କମ୍ ବର୍ଷା ଓ କମ୍ ଆର୍ଦ୍ରତା ଥିବା ସମୟରେ ଦାନା ପୂରଣ ଅବସ୍ଥା ଥିବା । ପ୍ରଚୁର ପବନର ଚଳାଚଳ ହେବା ପାଇଁ ଗଛଗୁଡିକ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖନ୍ତୁ । ଜମିକୁ ଅନାବଶ୍ୟକ ଘାସ ଓ ବିକଳ୍ପ ପୋଷକ ଗଛଠାରୁ ମୁକ୍ତ ରଖନ୍ତୁ । କାମ କରିବା ସମୟରେ ଜାଗ୍ରତ ରୁହନ୍ତୁ ଯେ ଫସଲକୁ ହାନି ନ ପହଂଚେ । ହାନି ରୁ ରକ୍ଷା କରିବା ପାଇଁ ଫସଲକୁ ଯଥା ଶୀଘ୍ର ଅମଳ କରିନିଅନ୍ତୁ । ଦାନା ଉପରେ କବକ ବୃଦ୍ଧି ରୋକିବା ପାଇଁ ବିହନ ଗୁଡିକୁ ଭଣ୍ଡାର ଘରେ ରଖିବା ସମୟରେ ତା'ର ଆର୍ଦ୍ରତାକୁ 14 ପ୍ରତିଶତରୁୁ କମ୍ ରଖନ୍ତୁ.
  • ସଂକ୍ରମିତ ଦାନା ଗୁଡିକୁ ପର ଋତୁ ଗୁଡିକରେ ବିହନ ହିସାବରେ ବ୍ୟବହାର କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ