Ustilago maydis
ଫିମ୍ପି
ଫସଲର ବଢୁଥିବା ସମସ୍ତ ଅଂଶ କବକ ଦ୍ୱାରା ସଂକ୍ରମିତ ହୋଇପାରେ । କ୍ଷତ ସ୍ଥାନରେ ସେମାନଙ୍କ ପୂର୍ବ ପ୍ରବଣତା ଏବଂ ବୃଦ୍ଧି ପାଇବା କ୍ଷମତା ଗଛରେ ନାଟକୀୟ ଲକ୍ଷଣ ଦେଖାଏ । ଗଛ ଚାରା ଅବସ୍ଥାରେ ସଂକ୍ରମଣ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥାଆନ୍ତି । ଏହି କ୍ଷେତ୍ରରେ , ଗଛର ରୁଗୁଡିଆ ବୃଦ୍ଧି ହୋଇଯାଇଥାଏ ଓ ଏଥିରେ ଫୁଲ ଫୁଟି ନଥାଏ କିମ୍ବା ଚଁଅର ଉତ୍ପାଦନ ହୋଇପାରି ନଥାଏ । ପୁରୁଣା ଫସଲ ଗୁଡିକରେ, ଏହି ସଂକ୍ରମଣ ଭାତୁଡି ଭଳି ଛୋଟ ବୃଦ୍ଧି ରୂପରେ ଦେଖାଯାଇଥାଏ, ପୋଷକ ଓ କବକ କୋଷର ମିଳିତ ଭାବେ ଥାଆନ୍ତି । ଚଁଅର ଅଳନ୍ଦୁ ଗୁଡିକ ପ୍ରାରମ୍ଭିକ ଅବସ୍ଥାରେ ସବୁଜ ରଂଗର ଥିବା ବେଳେ ପରିପକ୍ୱ ହେବା ସମୟରେ କଳା ହୋଇଯାଆନ୍ତି । ଏହା ବିଶେଷ ଭାବରେ ଚଁଅର ଉପରେ ଦେଖା ଯାଇଥାଏ, ଯେଉଁଠି ପ୍ରତ୍ୟେକ ଚଁଅର ନିଜର ଏକ ଅଳନ୍ଦୁ ବିକସିତ କରିଥାଏ । ସେଗୁଡିକ ଯେତେବେଳେ ଫାଟନ୍ତି , କଳା ଗୁଣ୍ଡ ଭଳି ପଦାର୍ଥ ଦେଖାଯାଇଥାଏ । ପତ୍ର ଉପରେ, ଭାତୁଡି ଭଳି ଛୋଟ ବୃଦ୍ଧି ଦେଖାଯାଇଥାଏ ଓ ନ ଫାଟି ଶୁଖିଯାଏ.
କବକ ଗୁଡିକର ସିଧାସଳଖ ନିୟନ୍ତ୍ରଣ କଷ୍ଟକର ଅଟେ ଓ ଏ ଯାଏଁ ଏହି ରୋଗଜନକ କବକ ପାଇଁ ପ୍ରଭାବ ପକେଇବା ଭଳି କିଛି ଉପାୟ ବିକଶିତ କରାଯାଇ ନାହିଁ.
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ । କବକନାଶକ ବିହନ ଓ ପତ୍ର ଉପରେ ପ୍ରୟୋଗ କରିବା ଦ୍ୱାରା ମକାରେ ଅଳନ୍ଧୁ ଲାଗିବା ଭଳି ଘଟଣା କମି ନଥାଏ.
ମକାରେ ଅଳନ୍ଧୁ ଲାଗିବା ଉଷ୍ଟିଲାଗୋ ମେୟଡିସ୍ ନାମକ କବକ ଯୋଗୁଁ ହୋଇଥାଏ, ଯାହାକି ମାଟି ଭିତରେ ବହୁତ୍ ବର୍ଷ ପାଇଁ ଜୀବନକ୍ଷମ ରହିପାରେ. ରେଣୁ ଗୁଡିକ ଫସଲ ଗୁଡିକୁ ପବନ, ଧୂଳି ଓ ବର୍ଷାପାଣି ଦ୍ୱାରା ପରିବହିତ ହୋଇଥାଏ । ଏହି ସଂକ୍ରମଣ ପ୍ରକ୍ରିୟା ପୋକ,ପଶୁ ଓ ଖରାପ ଫସଲ ଚାଷ କରିବା ଯୋଗୁଁ କିମ୍ବା କୁଆ ପଥର ଯୋଗୁଁ ହୋଇଥିବା କ୍ଷତ ଯୋଗୁଁ ଅନୁକୂଳିତ ହୋଇଥାଏ । ଏଥିରେ ଗଛରୁ ଗଛ ସିଧାସଳଖ ସଂକ୍ରମଣ ହେବାର କୌଣସି ଉପାୟ ନାହିଁ ଯେଉଁ କୋଷ ଗୁଡିକର ଅତ୍ୟଧୀକ ବୃଦ୍ଧି କ୍ଷମତା(ଯେପରିକି ଚଁଅର ଓ ଅଗ୍ର ଭାଗ) ଥାଏ, ତା ଉପରେ ଲକ୍ଷଣ ଗୁଡିକ ମାରାତ୍ମକ ଥାଏ । ଅତ୍ୟଧିକ ପାଣିପାଗ ପ୍ରଭାବରେ ହୋଇଥିବା କମ୍ ରେଣୁ ଉତ୍ପାଦନ ଓ ଖରାପ ପରାଗଣ ହାର (ଯେମିତି ମୂସଳଧାରା ବର୍ଷା ପରେ ମରୁଡି ଆସିଥାଏ) ରେଣୁ ପରିବହନ ପାଇଁ ଅନୁକୂଳ ହୋଇଥାଏ.

Put your product in front of farmers the moment they diagnose ମକାରେ ଅଳନ୍ଧୁ ବା କଳା ଫିମ୍ପି ଲାଗିବା (ସ୍ମଟ୍) — right when they need a solution.
Explore
Explore the live agronomic data that powers Plantix disease pages.
Discover