କାସାଭା

ମାଟିଆ ପତ୍ର ଦାଗ

Clarohilum henningsii

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଶିରାଗୁଡ଼ିକ ମଧ୍ୟରେ ମାଟିଆ ବହଳିଆ ଧାର ସହିତ ତମ୍ବା ବର୍ଣ୍ଣର କୋଣିୟ ଦାଗ ବା ପ୍ୟାଚ ଦେଖାଯାଏ। ଦାଗର କେନ୍ଦ୍ର ଶୁଖିଯାଏ ଏବଂ ପଡିଯାଇପାରେ। ରୋଗର ମାତ୍ରା ଅଧିକ ହେଲେ, ଦାଗ ଚାରିପଟେ ହଳଦିଆ ବର୍ଣ୍ଣହୀନ ବଳୟ ବିକଶିତ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କାସାଭା

କାସାଭା

ଲକ୍ଷଣ

ଗଛରେ ଥିବା କିମ୍ବା ତଳେ ପଡିଥିବା ସଂକ୍ରମିତ ପତ୍ରରେ ଏହି କବକ ବଞ୍ଚି ରହିଥାଏ। ଏହା ପବନ କିମ୍ବା ବର୍ଷା ଛିଟ ଦ୍ଵାରା ନୂଆ ପତ୍ରକୁ ବିସ୍ତାର କରିଥାଏ। ମାଇକୋସ୍ଫେରେଲା ହେନିଙ୍ଗିସୀ (M. henningsii) କ୍ଷତ ଚିହ୍ନ ସୃଷ୍ଟି କରିଥାଏ ଯାହାକି ଛୋଟ ଗୋଲାକାର, ସବୁଜ-ହଳଦିଆ ଦାଗ ଆକାରରେ ଆରମ୍ଭ ହୋଇଥାଏ। ଆକାର ବଢିବା ପରେ, ଏହା ପତ୍ରର ପ୍ରଧାନ ଶିରା ଅତିକ୍ରମ କରି କୋଣିୟ ପ୍ୟାଚ ସୃଷ୍ଟି କରିଥାଏ। ପତ୍ରର ଉପର ପାର୍ଶ୍ଵରେ ଦାଗ ଗୁଡିକ ଗାଢ ମାଟିଆ ଓ ଅଳ୍ପ ବହଳିଆ ଧାର ସହିତ ବିଭିନ୍ନ ଆକାରର ତମ୍ବା ବର୍ଣ୍ଣ ଠାରୁ ଫିକା ତମ୍ବା ବର୍ଣ୍ଣର ହୋଇ ଥାଆନ୍ତି। ବେଳେବେଳେ, ସେହି ପ୍ୟାଚ ଦେଇ ଅତିକ୍ରମ କରିଥିବା ଶିରା କଳା ବିଗଳିତ ଧାର ଭାବରେ ଦେଖାଯାଏ। ସମୟ ଅନୁସାରେ, ଦାଗର କେନ୍ଦ୍ର ଶୁଖିଯାଏ। ଅତିମାତ୍ରାର ସଂକ୍ରମଣ କ୍ଷେତ୍ରରେ, କବକର ମାଇସେଲମ ଦ୍ଵାରା ସୃଷ୍ଟି ହୋଇଥିବା ଏକ ବିଷାକ୍ତ ପଦାର୍ଥ ଦ୍ଵାରା ଏକ ହଳଦିଆ ବଳୟ ମଧ୍ୟରେ ଏହି ପତ୍ର ଦାଗ ଘେରି ହୋଇ ରହିଥାଏ। ଘଟଣାକ୍ରମେ, କ୍ଷତ ଚିହ୍ନ ପରସ୍ପର ମିଶିଯାନ୍ତି ଏବଂ ସଂପୂର୍ଣ୍ଣ ପତ୍ରକୁ ଗ୍ରାସ କରିଥାନ୍ତି, ଏବଂ ଅସମୟ ପତ୍ରଝଡା କରିଥାନ୍ତି। ପତ୍ରର ତଳ ପାର୍ଶ୍ଵରେ ଦାଗଗୁଡିକ ଧୂସର ଓ ଅସ୍ପଷ୍ଟ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏହି କବକ ବିସ୍ତାର ନିୟନ୍ତ୍ରଣ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ହୋଇନାହିଁ। ଏହି ରୋଗ ଦୂର କରିବା ପାଇଁ ରୋଗମୁକ୍ତ ବିହନ ସାମଗ୍ରୀ ବ୍ୟବହାର ଜରୁରୀ ଏବଂ ଉପଯୁକ୍ତ ନିରାକରଣ ପଦ୍ଧତି ଗ୍ରହଣ କରିବା ଜରୁରୀ ଅଟେ। କବକ ଗଛରେ ଥିବା କିମ୍ବା ତଳେ ପଡିଥିବା ସଂକ୍ରମିତ ପତ୍ରରେ ବଞ୍ଚି ରହିଥାଏ। ଏହା ପବନ କିମ୍ବା ବର୍ଷା ଛିଟ ଦ୍ଵାରା ନୂଆ ପତ୍ରକୁ ବିସ୍ତାର କରିଥାଏ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା, ଯଦି ମିଳେ, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ବିଷୟରେ ବିଚାର କରନ୍ତୁ। ଥାୟୋଫେନେଟ (0.20%), କ୍ଳୋରୋଥାଲୋନିଲ ଥିବା କବକନାଶକ ସିଞ୍ଚନ ପ୍ରୟୋଗ କଲେ କାସଭାରେ ମାଟିଆ ପତ୍ର ଦାଗ ନିୟନ୍ତ୍ରିତ ହୋଇପାରେ। କପର ଥିବା କବକନାଶକ, ମେଟାଲାକସିଲ ଏବଂ ମାଙ୍କୋଜେବ ମଧ୍ୟ ଅନୁମୋଦନ କରାଯାଇଥାଏ।

ଏହାର କାରଣ କଣ

ମାଇକୋସ୍ଫେରେଲା ହେନିଙ୍ଗିସୀ (Mycosphaerella henningsi) ନାମକ କବକ ଦ୍ଵାରା ଏହି ଲକ୍ଷଣ ପ୍ରକାଶ ପାଇଥାଏ, ଯାହା ଶୁଷ୍କ ଋତୁରେ ପୁରୁଣା, ଗଛରେ ଥିବା ସଂକ୍ରମିତ ପତ୍ର କିମ୍ବା ତଳେ ପଡିଥିବା ସଂକ୍ରମିତ ଫସଲ ଅବଶେଷରେ ବଞ୍ଚି ରହିଥାଏ। ଅନୁକୂଳ ପରିସ୍ଥିତିରେ ପବନ କିମ୍ବା ବର୍ଷା ଛାଟ ଦ୍ଵାରା ଏହା ନୂଆ ଗଛକୁ ବିସ୍ତାର କରିଥାଏ। ପତ୍ରର ତଳ ପାର୍ଶ୍ଵରେ ବିଗଳିତ ପ୍ୟାଚରେ ରେଣୁ ସୃଷ୍ଟି କରିଥାଏ। ଉଷ୍ଣ ଓ ଆର୍ଦ୍ର ପାଣିପାଗ ଏହାର ଜୀବନ ଚକ୍ରକୁ ସୁହାଇ ଥାଏ ଏବଂ ରୋଗର ମାତ୍ରା ବଢାଇ ପାରେ। ଯେତେବେଳେ ରୋଗାକ୍ରାନ୍ତ ବିହନ ସାମଗ୍ରୀ ଅନ୍ୟ ଜମି ବା ଫାର୍ମକୁ ପରିବହନ କରାଯାଏ, ଦୂରକୁ ଏହା ବିସ୍ତାରିତ ହୋଇଥାଏ। ସାଧାରଣତଃ ପୁରୁଣା ପତ୍ର ନୂଆ ପତ୍ର ଅପେକ୍ଷା ଅଧିକ ରୋଗ ପ୍ରବଣ ଅଟେ।


ସୁରକ୍ଷାତ୍ମକ ଉପାୟ

  • ରୋଗମୁକ୍ତ କଟିଙ୍ଗ ବ୍ୟବହାର କରିବା ନିଶ୍ଚିତ କରନ୍ତୁ। ଯଦି ସେହି ଅଞ୍ଚଳରେ ମିଳେ, ପ୍ରତିରୋଧି କିସମ ଲଗାନ୍ତୁ। ପତ୍ର ସମୂହ ମଧ୍ୟରେ ଉତ୍ତମ ବାୟୁ ଚଳାଚଳ ପାଇଁ ଗଛରୁ ଗଛ ମଧ୍ୟରେ ଚଉଡା ବ୍ୟବଧାନ ସୁନିଶ୍ଚିତ କରନ୍ତୁ। ଆର୍ଦ୍ର ଋତୁରେ ସହଳ ଲଗାନ୍ତୁ, ଯେପରି ସମ୍ବେଦନଶୀଳ ଅବସ୍ଥା ଆସିବା ପୂର୍ବରୁ ଗଛ ଶକ୍ତି ପାଇଯାଇଥିବ (ଶୁଷ୍କ ଋତୁ ସମୟରେ 6-8 ମାସ ହୋଇଥିବ)। ପୁରୁଣା ଫସଲ ପାଖରେ ନୂଆ କାସାଭା ଫସଲ ଲଗାନ୍ତୁ ନାହିଁ, ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଜୀବାଣୁର ଉତ୍ସକୁ ଦୂର କରିବା ପାଇଁ ଶୁଖିଲା ଋତୁରେ ଗଛକୁ ଝାଡି ତଳେ ପଡିଥିବା କାସାଭା ପତ୍ରକୁ ଜାଳି ଦିଅନ୍ତୁ | ବୈକଳ୍ପିକ ଭାବରେ, ସଂକ୍ରମିତ ଗଛକୁ ଗଭୀରତାରେ ପୋତନ୍ତୁ କିମ୍ବା ଜାଳି ଦିଅନ୍ତୁ। ଜମିରେ କୌଣସି ଜାଗାରେ ଜୀବାଣୁ ବଞ୍ଚିନଥିବା ସୁନିଶ୍ଚିତ କରିବା ପାଇଁ ପ୍ରତି 3 ରୁ 5 ବର୍ଷରେ ଏକ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ। କାସାଭା ଚାଷରେ ବ୍ୟବହୃତ ସବୁ ଉପକରଣର ସ୍ଵଛତା ବଜାୟ ରଖନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ