କାସାଭା

କାସାଭା ଫାଇଟୋପ୍ଲାଜମା ରୋଗ

Phytoplasma spp.

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • କାସାଭା ଗଛରେ ଅଗରେ ଛୋଟ ଛୋଟ ଡାଳ ଏହାକୁ ଏକ ଯାଦୁକରୀ ପହଁରା ଆକାର ଦେଇଥାଏ। ଗଭୀର ଫାଟ ସହିତ ପତଳା ଏବଂ କଠିନ ଚେର ବିକାଶ କରିଥାଏ। କାଣ୍ଡର ନିମ୍ନ ଅଂଶରେ ଫୁଲା ଦେଖାଯାଇଥାଏ। ପତ୍ରରେ ସବୁଜ ଏବଂ ହଳଦିଆ ପାଟେର୍ନ ଓ କୁଞ୍ଚନ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କାସାଭା

କାସାଭା

ଲକ୍ଷଣ

ଫାଇଟୋପ୍ଲାଜମା ସଂକ୍ରମଣ ଯୋଗୁଁ ବିଭିନ୍ନ ଲକ୍ଷଣ ଦେଖାଯାଏ, କିନ୍ତୁ କାସାଭା ଗଛର ଅଗରେ ସୃଷ୍ଟି ହେଉଥିବା ପହଁରା ଭଳି ବ୍ୟାପ୍ତ ପତ୍ର ଅନୁସାରେ ଏହି ରୋଗ କଥିତ ହୋଇଥାଏ। ଅନେକ ସମୟରେ, ଏହା ସାଧାରଣତଃ ସୁପ୍ତ ଡାଳକୁ ବଢିବାକୁ ଦିଏ, ଯାହାକି ଗଛ ଅଗରେ ଛୋଟ, ହଳଦିଆ ପତ୍ର "ଯାଦୁକରୀ ପହଁରା'' ଆକାର ଦେଇଥାଏ। କାଣ୍ଡର ନିମ୍ନ ଅଂଶରେ ସାମାନ୍ୟ ଫୁଲା ଦେଖାଯାଇଥାଏ ଓ ପତ୍ରରେ ସବୁଜ ଏବଂ ହଳଦିଆ ପାଟେର୍ନ ସହିତ କୁଞ୍ଚନ ଦେଖାଯାଏ। ବହଳିଆ ବାହ୍ୟ ଆବରଣ ଓ ଗଭୀର ଫାଟ ସହିତ ଚେର ପତଳା ଏବଂ କଠିନ ହୋଇଥାଏ। ବେଳେବେଳେ, ଫାଟଗୁଡିକ ଚେର ଚାରିପଟେ ଏକ ବଳୟ ସୃଷ୍ଟି କରିଥାଏ, ଯାହା ଫଳରେ ଭୁଇଁ ଉପରେ ଥିବା ଅଂଶକୁ ଜଳ ଓ ପୋଷଣ ପାରିବହନରେ ବାଧା ଆସିଥାଏ ଓ ଗଛକୁ ଏକ ଅଦ୍ଭୁତ ବୃଦ୍ଧି ଦେଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

କାସାଭା କଟିଙ୍ଗ କିମ୍ବା ବିହନକୁ 0.01% ଷ୍ଟ୍ରେପ୍ଟୋମାଇସିନ ଦ୍ରବଣରେ ଲଗାଇବା ପୂର୍ବରୁ ଉପଚାର କାସାଭା ଗଛର ମୃତ୍ୟୁ ହାର କମାଇବା ଏବଂ ବିହନର ଅଙ୍କୁରଣ ହାର ବଢାଇବା ପାଇଁ ଏକ ଫଳପ୍ରଦ ଉପାୟ ଅଟେ। ବାହକ କୀଟ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ କେତେକ ପରଜୀବୀ ବିରୁଡି ବ୍ୟବହୃତ ହୋଇଛି।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବା ବିଷୟ ବିଚାର କରନ୍ତୁ। କାସାଭା ଫାଇଟୋପ୍ଲାଜମା ରୋଗ ପାଇଁ, ବର୍ତ୍ତମାନ ପାଇଁ 100% ଫଳପ୍ରଦ ରାସାୟନିକ ନିୟନ୍ତ୍ରଣ ନାହିଁ। କଟିଙ୍ଗ ଏବଂ ବିହନର ଆଣ୍ଟିବାୟୋଟିକ ଉପଚାର ମୂଳ ଅମଳ ଏବଂ ଷ୍ଟାର୍ଚ ପରିମାଣ ବହୁତ ବଢାଇଛି, ଏବଂ ଫାଇଟୋପ୍ଲାଜମାର ମହାମାରୀ ନିୟନ୍ତ୍ରଣ ପାଇଁ ବ୍ୟବହୃତ ହୋଇପାରେ।

ଏହାର କାରଣ କଣ

ଫାଇଟୋପ୍ଲାଜମା ନାମକ ଏକ ବ୍ୟାକ୍ଟେରିଆ ଭଳି ଜୀବାଣୁ ଦ୍ଵାରା ଏହି ଲକ୍ଷଣ ପ୍ରକାଶ ପାଇଥାଏ ଯାହାକି କେବଳ ଗଛର ଭାସ୍କୁଲାର ବ୍ୟବସ୍ଥା ମଧ୍ୟରେ ବଞ୍ଚିପାରେ। ସେମାନେ ମୁଖ୍ୟତଃ କିଛି ପୋକ ଯଥା ଦହିଆ ପୋକ ଭଳି କାସାଭା ଗଛର ରସ ଶୋଷୁଥିବା ପୋକର ଖାଇବା ଅଭ୍ୟାସ ଯୋଗୁଁ ବିସ୍ତାର ଲାଭ କରିଥାନ୍ତି। ବିଭିନ୍ନ ଜମି ମଧ୍ୟରେ ସଂକ୍ରମିତ ବିହନ ସାମଗ୍ରୀ ବ୍ୟବହାର କିମ୍ବା ପରିବହନ ହେଉଛି ଏହାର ବିସ୍ତାରର ଅନ୍ୟ ଏକ ମାଧ୍ୟମ। ଅନେକ ଦେଶରେ ଏହି ରୋଗ କାସାଭା ଶିଳ୍ପ ପ୍ରତି ଏକ ଗମ୍ଭୀର ବିପଦ ଅଟେ। ଫାଇଟୋପ୍ଲାଜମା ରୋଗର ମହାମାରୀ କାସାଭା ଗଛକୁ ଯଦି ସେମାନଙ୍କ ସହଳ ବୃଦ୍ଧି ଅବସ୍ଥାରେ ହୋଇଥାଏ ତାହେଲେ ବେଳେବେଳେ ଅମଳର ସଂପୂର୍ଣ୍ଣ କ୍ଷତି ହୋଇଥାଏ। ସଂକ୍ରମିତ ବିହନ ସାମଗ୍ରୀ ପରିବହନ ସୀମିତ କରିବା ପାଇଁ କିଛି ଦେଶରେ କ୍ଵାରାଣ୍ଟାଇନ ବ୍ୟବସ୍ଥା ଅଛି ଏବଂ ଏହାକୁ ଆହୁରି ସୁଦୃଢ କରାଯାଇପାରେ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ପାଇଥିବା ରୋଗ ମୁକ୍ତ ବିହନ ସାମଗ୍ରୀ ବ୍ୟବହାର ସୁନିଶ୍ଚିତ କରନ୍ତୁ। ଯଦି ଆପଣଙ୍କ ଅଞ୍ଚଳରେ ମିଳେ, ପ୍ରତିରୋଧି କିସମ ଲଗାନ୍ତୁ। ରୋଗର ସଂକେତ ପାଇବା ପାଇଁ ନିୟମିତ ଜମି ନିରୀକ୍ଷଣ କରନ୍ତୁ। ଜମି ଏବଂ କୃଷି ଉପକରଣର ଉଚ୍ଚ ମାନର ସ୍ବଚ୍ଛତା ବଜାୟ ରଖନ୍ତୁ। ସଂକ୍ରମିତ ଗଛକୁ ଜମିଠାରୁ ଦୂରରେ ପୋତି କିମ୍ବା ଜାଳି ନଷ୍ଟ କରନ୍ତୁ। ଅନ୍ୟ ଜମି କିମ୍ବା ଫାର୍ମକୁ ସନ୍ଦେହ ଥିବା ସାମଗ୍ରୀ ପରିବହନ କରନ୍ତୁ ନାହିଁ। ଯଦି ଜମିରେ ଲକ୍ଷଣ ଦେଖାଯାଉଛି କ୍ଵାରାଣ୍ଟାଇନ ପ୍ରାଧିକାରୀଙ୍କୁ ସତର୍କ କରାନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ