କାସାଭା

କାସାଭା କଢ ବିଗଳନ

Unknown Pathogen

ଫିମ୍ପି

5 mins to read

ସଂକ୍ଷେପରେ

  • କାଣ୍ଡ ଉପରେ ମାଟିଆ କିମ୍ବା ଧୂସର କବକ ଆବରଣ ପ୍ୟାଚ ଭାବରେ ଏହି ରୋଗ ଦେଖାଯାଏ। ବିଗଳିତ ଅଞ୍ଚଳ କଢକୁ ଆବୃତ୍ତ କରିଥାଏ, ତାହାର ଗଜା ହେବା କ୍ଷମତା କମାଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କାସାଭା

କାସାଭା

ଲକ୍ଷଣ

ସଂବେଦନଶୀଳ କିସମରେ, କାସାଭା କଢ ବିଗଳନର ମୁଖ୍ୟ ଲକ୍ଷଣ ହେଉଛି କାଣ୍ଡ ଉପରେ ମାଟିଆ କିମ୍ବା ଧୂସର କବକ ପ୍ୟାଚ। ଏହି ପ୍ୟାଚ ସଂପୂର୍ଣ୍ଣ କାଣ୍ଡ ଉପରେ ସମ ବଣ୍ଟିତ ହୋଇଥାଏ ଏବଂ ଏହା ବାହ୍ୟ ଚର୍ମରେ ବୃଦ୍ଧି ପାଉଥିବା କବକ ସମୂହର ଅନୁରୂପ ହୋଇଥାଏ। ବେଳେ ବେଳେ, ଏହା ପତ୍ରରେ ମଧ୍ୟ ଦେଖାଦିଏ। କବକ ବଢିବା ଏବଂ ଖାଇବା ସମୟରେ ଗଛ ଟିସୂ ବିଗଳିତ ହୋଇଥାଏ। ଏହି ବିଗଳିତ ଅଞ୍ଚଳ, ଅନେକ ସମୟରେ, କାଣ୍ଡରେ ଥିବା କଢକୁ ଆବୃତ୍ତ କରିଥାଏ ଓ ଏହା ମରିବା ଆରମ୍ଭ କରିଥାଏ, ଯାହା ଫଳରେ କାଣ୍ଡ କଟିଙ୍ଗର ଗଜା ହେବା କ୍ଷମତା କମିଯାଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏହି କବକ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ସମାଧାନ ନାହିଁ। ଯଦି ଆପଣ କିଛି ଜାଣିଛନ୍ତି, ଦୟାକରି ଆମକୁ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ବିଷୟରେ ବିଚାର କରନ୍ତୁ। ସାଧାରଣ କବକନାଶକ ଅନୁମୋଦନ ବିରଳ ଅଟେ, ତେଣୁ ନିରାକରଣ ବ୍ୟବସ୍ଥା ଓ ଉତ୍ତମ କୃଷି କାର୍ଯ୍ୟ ବିଧି କରିବା ଉଚିତ।

ଏହାର କାରଣ କଣ

କାଣ୍ଡ ଓ ପତ୍ରରେ ଥିବା ଏକ କବକ ଯୋଗୁଁ କାସାଭା କଢ ବିଗଳନ ରୋଗ ହୋଇଥାଏ। ସଂକ୍ରମିତ କାସାଭା ଗଛ ହିଁ ହେଉଛି ଏହି ରୋଗର ଜୀବାଣୁର ମୁଖ୍ୟ ଉତ୍ସ। ଅମଳ ପରେ ଭୁଇଁ ଉପରେ ପଡିଥିବା କାଣ୍ଡ ଓ ପତ୍ରର ଅବଶେଷ ମଧ୍ୟ ଏହି ରୋଗ ବିସ୍ତାର କାର୍ଯ୍ୟ କରିପାରେ। ଏହି ଅବଶେଷରେ ସୃଷ୍ଟି ହେଉଥିବା କବକ ରେଣୁ, ପରବର୍ତ୍ତୀ ସମୟରେ ଅନ୍ୟ ଗଛକୁ କିମ୍ବା ଫାର୍ମକୁ ପରିବାହିତ ହୋଇପାରେ। ଯାହାହେଲେ ବି, ଲଗାଇବା ପାଇଁ ସଂକ୍ରମିତ କାଣ୍ଡ କଟିଙ୍ଗର ବ୍ୟବହାର ଏହାର ବାହାକ ଅଟେ। କାଣ୍ଡ କଟିଙ୍ଗର ସଂକ୍ରମିତ କଢ ଗଜା ହେବା ପାଇଁ ଅସଫଳ ହୋଇଥାଏ ଏବଂ ଜମିରେ ସହଜରେ ଚିହ୍ନିତ ହୋଇଯାଇପାରେ। ଘାସ, ଶସ୍ୟ ଜାତୀୟ, କଦଳୀ ଏବଂ ଆମ୍ବ ଆଦି ଏହି କବକର ବିକଳ୍ପ ପୋଷକ ଅଟେ। ଏହି ରୋଗ ସାଧାରଣତଃ ଆର୍ଦ୍ର ପରିବେଶରେ କାସାଭା ଲଗାଯାଉଥିବା ଅଞ୍ଚଳରେ ଦେଖାଯାଏ। ବିଶେଷ କରି ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଥିବା ଉତ୍ତମ ଫାର୍ମ ସ୍ବଚ୍ଛତା ନଥିବା ଜମି ଏହି ରୋଗପ୍ରବଣ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ପାଇଁ ରୋଗ ମୁକ୍ତ କଟିଙ୍ଗ (ପ୍ରାମାଣିକ ସୂତ୍ରରୁ) ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ। ଯଦି ମିଳେ, ପ୍ରତିରୋଧି କିସମ ଲଗାନ୍ତୁ। ବାୟୁ ଚଳାଚଳ ସୁନିଶ୍ଚିତ କରିବାକୁ ବାଳୁଙ୍ଗା ନିୟନ୍ତ୍ରଣ ଏବଂ ଗଛରୁ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହାକି ଜମିରେ କବକ ପରିମାଣ କମାଇଥାଏ। ନିରୀକ୍ଷଣ କରନ୍ତୁ ଏବଂ ରୋଗାକ୍ରାନ୍ତ କଟିଙ୍ଗକୁ ଯଥାଶୀଘ୍ର କାଢନ୍ତୁ ଓ ନଷ୍ଟ କରନ୍ତୁ( ପୋତି ବା ଜାଳି), ଏବଂ ସୁସ୍ଥ କଟିଙ୍ଗ ପୁନଃ ସ୍ଥାପନ କରନ୍ତୁ। ଗଛ ଅବଶେଷ କାଢିବା ଉଚିତ ଏବଂ ଜମିରୁ ଯଥେଷ୍ଟ ଦୂରରେ ଏହା ନଷ୍ଟ କରିବା ଉଚିତ। ପୋଷକ ନଥିବା ଗଛ ସହିତ ଫସଲ ପର୍ଯ୍ୟାୟ ଜମିରେ କବକ ବଞ୍ଚିବା ବାରଣ କରିଥାଏ। ଜମିରେ କାମ ସାରିବା ପରେ ଉପକରଣକୁ ଜୀବାଣୁମୁକ୍ତ କରିବା ସୁନିଶ୍ଚିତ କରନ୍ତୁ। ସଂକ୍ରମିତ ଜମିରୁ ଅନ୍ୟ ଫାର୍ମକୁ କଟିଙ୍ଗ ନିଅନ୍ତୁ ନାହିଁ। ଏହି ରୋଗ ନିବାରଣ ପାଇଁ ଫାର୍ମ ଉପକରଣକୁ ବ୍ୟବହାର ପରେ ସାଧାରଣ ବ୍ଲିଚ ଦ୍ରବଣ ଦ୍ଵାରା ବିଶୋଧିତ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ