କାସାଭା

କାସାଭା ବ୍ୟାକ୍ଟେରିଆ ପୋଡା ରୋଗ

Xanthomonas axonopodis pv. manihotis

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ର ଉପରେ କୋଣାକାର ଦାଗ, ଅନେକ ସମୟରେ ପାଣ୍ଡୁରା ବଳୟ ଦ୍ଵାରା ଘେରି ହୋଇ ରହିଥାଏ। କ୍ଷତ ଚିହ୍ନ ଗୁଡିକ ବଢି ପରସ୍ପର ମିଶିଥାନ୍ତି ଏବଂ ଅଠା ନିର୍ଗତ କରିଥାନ୍ତି। ଅଠା, ପ୍ରାରମ୍ଭିକ ଅବସ୍ଥାରେ, ସୁନେଲି, ପରେ ହଳଦିଆ ବର୍ଣ୍ଣର ଜମାଟ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କାସାଭା

କାସାଭା

ଲକ୍ଷଣ

ପୋଡା, ଝାଉଁଳା, ଅଗମରା, ଏବଂ ଭାସ୍କୁଲାର ଟିସୂର ବିଗଳନ ଆଦି ଲକ୍ଷଣ ଦେଖାଯାଏ। ପତ୍ରରେ, କୋଣାକାର ବିଗଳିତ ଦାଗ ଦେଖାଯାଏ ଯାହାକି ଛୋଟ ଶିରା ଦ୍ଵାରା ସୀମିତ ଓ ପତ୍ର ଫଳକ ଉପରେ ଅନିୟମିତ ଭାବରେ ବଣ୍ଟିତ ହୋଇଥାଏ। ଅନେକ ସମୟରେ, ଏହି ଦାଗ ଏକ ପାଣ୍ଡୁର ବଳୟ ଦ୍ଵାରା ଘେରି ରହିଥାଏ। ଭିନ୍ନ ଜଣା ପଡୁଥିବା ଆର୍ଦ୍ର, ମାଟିଆ କ୍ଷତ ଦାଗ ଭଳି ଏହି ଦାଗ ଆରମ୍ଭ ହୋଇଥାଏ ଏବଂ ସାଧାରଣତଃ, ଗଛ ନିମ୍ନ ଅଂଶରେ ସୀମିତ ଥାଏ ଯେ ପର୍ଯ୍ୟନ୍ତ ପରସ୍ପର ମିଶି ବଡ ନ ହୁଅନ୍ତି, ତାପରେ, ଅନେକ ସମୟରେ ପତ୍ରକୁ ମାରି ଦିଅନ୍ତି। କ୍ଷତ ଏବଂ ପତ୍ରର ଚଉଡା ପଟ ଶିରାରୁ ଅଠାଳିଆ ପଦାର୍ଥ ନିର୍ଗତ ହୋଇଥାଏ। ଏହି ପ୍ରକ୍ରିୟା ଏକ ରସାଳ ସୁନେଲି ତରଳ ପଦାର୍ଥ ସହିତ ଆରମ୍ଭ ହୋଇଥାଏ ଯାହାକି ପରେ ହଳଦିଆ ବର୍ଣ୍ଣର ଜମାଟ ବାନ୍ଧି ହୋଇ କଠିନ ହୋଇଥାଏ। ସଂକ୍ରମଣ ପରେ ନୂଆ କାଣ୍ଡ ଏବଂ ଡେମ୍ଫ ଫାଟି ପାରେ ଏବଂ ଏହା ଅଠା ମଧ୍ୟ ନିର୍ଗତ କରିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

60°C ଥିବା ଗରମ ପାଣିରେ 20 ମିନିଟ ପାଇଁ ସଂକ୍ରମିତ ବିହନ ବତୁରାନ୍ତୁ, ତାପରେ ରାତିସାରା 30°C ରେ କିମ୍ବା 4 ଘଣ୍ଟା ପାଇଁ 50°C ରେ ପତଳା ସ୍ତରରେ ଶୁଖାଇଲେ ଯଥେଷ୍ଟ ପରିମାଣ ରେ ବ୍ୟାକ୍ଟେରିଆ ସଂଖ୍ୟା କମିଥାଏ। ବିହନ ପାଣିରେ ବତୁରାଇ ମାଇକ୍ରୋ ଓଭେନରେ 73°C ପହଞ୍ଚିବା ପର୍ଯ୍ୟନ୍ତ ଗରମ କରାଯାଇପାରେ, ତାପରେ ଯଥାଶୀଘ୍ର ପାଣି କାଢି ଦିଆଯାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ ବିଷୟରେ ବିଚାର କରନ୍ତୁ। ବର୍ତ୍ତମାନ ପାଇଁ, କାସାଭା ବାକ୍ଟେରିଆ ପୋଡା ରୋଗ ପାଇଁ କୌଣସି ପ୍ରତ୍ୟକ୍ଷ ରାସାୟନିକ ନିୟନ୍ତ୍ରଣ ଉପଲବ୍ଧ ନାହିଁ। ଯଦି ଆପଣ କିଛି ଜାଣିଛନ୍ତି, ଆମକୁ ସୂଚନା ଦେବା ପାଇଁ ସ୍ଵାଗତ କରୁଅଛୁ। ଦୟାକରି କ୍ଵାରାଣ୍ଟାଇନ ପ୍ରାଧିକାରୀଙ୍କୁ ଏହି ଜୀବାଣୁର ଉପସ୍ଥିତି ବିଷୟରେ ଜଣାନ୍ତୁ।

ଏହାର କାରଣ କଣ

ଜାନ୍ଥୋମୋନାଶ ଏକ୍ସୋନୋପୋଡିସ (Xanthomonas axonopodis) ନାମକ ବ୍ୟାକ୍ଟେରିଆ ଷ୍ଟ୍ରେଇନ ଦ୍ଵାରା ଏହି ଲକ୍ଷଣ ପ୍ରକାଶ ପାଇଥାଏ, ଯାହାକି ସକ୍ରିୟ ଭାବରେ କାସାଭା ଗଛକୁ ସଂକ୍ରମଣ କରିଥାଏ। ଫସଲ (ଜମି) ମଧ୍ୟରେ, ପବନ କିମ୍ବା ବର୍ଷା ଛିଟ ଦ୍ଵାରା ବ୍ୟାକ୍ଟେରିଆ ବିସ୍ତାର କରିଥାଏ। ମୁଖ୍ୟତଃ ବର୍ଷା ପରେ ଦୂଷିତ ଉପକରଣ, ବଗିଚାରେ ମଣିଷ ଓ ପଶୁର ଚଳନ, ଏହା ବିସ୍ତାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଅଟେ। କିନ୍ତୁ, ଏହି ଜୀବାଣୁ ଦ୍ଵାରା ମୁଖ୍ୟ ସମସ୍ୟା ହେଉଛି, ବିଶେଷ କରି ଆଫ୍ରିକା ଓ ଏସିଆରେ, ଏହା ବହୁ ଦୂର ପର୍ଯ୍ୟନ୍ତ ଲକ୍ଷଣହୀନ ଭାବରେ ବିହନ ସାମଗ୍ରୀ, କଟିଙ୍ଗ ଏବଂ ବିହନ ଦ୍ଵାରା ବିସ୍ତାର କରିଥାଏ। ସଂକ୍ରମଣ ପ୍ରକ୍ରିୟା ଏବଂ ରୋଗର ବିକାଶ ଅନୁକୂଳ ତାପମାତ୍ରା 22-30 °C ସହିତ 12 ଘଣ୍ଟାର 90-100 % ଆପେକ୍ଷିକ ଆର୍ଦ୍ରତା ଆବଶ୍ୟକ କରିଥାଏ। ବ୍ୟାକ୍ଟେରିଆ କାଣ୍ଡ ଓ ଅଠାରେ ବହୁ ମାସ ପର୍ଯ୍ୟନ୍ତ ଜୀବନ କ୍ଷମ ଥାଏ ଏବଂ ଓଦା ପାଣିପାଗରେ ପ୍ରକ୍ରିୟା ନବୀକରଣ କରିଥାଏ। ଇଉଫୋରବିଆ ପୁଲ୍ଚେରିମା ( ପଇନସେଟିଆ) ନାମକ ଆଳଙ୍କାରିକ ଉଦ୍ଭିଦ ଏହି ବ୍ୟାକ୍ଟେରିଆର କେବଳ ଏକମାତ୍ର ପୋଷକ ଅଟେ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ବିହନ ଆଣନ୍ତୁ ଏବଂ ଯଦି ଆପଣଙ୍କ ଅଞ୍ଚଳରେ ମିଳେ, ପ୍ରତିରୋଧି କିସମ ଚୟନ କରନ୍ତୁ। ଘଞ୍ଚ କିମ୍ବା ସଂକ୍ରମିତ ଜମିରୁ ପବନ ବହିବା ଦିଗରେ ଲଗାନ୍ତୁ ନାହିଁ। ଯଦି କେବଳ ଅଳ୍ପ କେତେକ ଗଛରେ ଲକ୍ଷଣ ଦେଖାଯାଏ ତାହେଲେ ସଂକ୍ରମିତ ଗଛକୁ କାଟି ଦିଅନ୍ତୁ। ବ୍ୟାକ୍ଟେରିଆ ନାଶକ ବ୍ୟବହାର କରି ନିୟମିତ ଉପକରଣ ବିଶୋଧନ କରିବା ଉଚିତ। ଅତି କମରେ ଗୋଟିଏ ବର୍ଷା ଋତୁରେ ପଡିଆ ରଖି ଫସଲ ପର୍ଯ୍ୟାୟ ପାଳନ କରନ୍ତୁ। ଯେଉଁଠି ଜୀବାଣୁ ବଞ୍ଚିପାରିବ ସେ ସବୁ ଗଛ ଅବଶେଷ ଓ ବାଳୁଙ୍ଗା କାଢି ପୋତି କିମ୍ବା ଜାଳି ଦେବା ଉଚିତ। ଅଭିବୃଦ୍ଧି ଅବସ୍ଥାରେ ଏହି ରୋଗର ବିକାଶକୁ ବିଳମ୍ବ କରିବା ପାଇଁ ବର୍ଷା ଋତୁର ଶେଷ ଆଡକୁ କାସାଭା ଲଗାନ୍ତୁ। କାସାଭା ସହିତ ମକା କିମ୍ବା ତରଭୁଜ ଅନ୍ତଃ ଫସଲ ଉପକାରୀ ହୋଇପାରେ। ରୋଗ ମାତ୍ରା କମାଇବା ପାଇଁ ସାର ପ୍ରୟୋଗ ଦ୍ଵାରା ମାଟିର ପୋଟାସିୟମ ପରିମାଣ ବଢାନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ