କାସାଭା

କାସାଭା ବା ଗୟାଆଳୁ ମୋଜାଇକ ରୋଗ

CMD

ଭୁତାଣୁ

5 mins to read

ସଂକ୍ଷେପରେ

  • ପ୍ରାଥମିକ ଅବସ୍ଥାରେ ଫିକା ହଳଦିଆ ଠାରୁ ଧଳା ବର୍ଣ୍ଣହୀନତା ସହିତ ମୋଜାଇକ ଦାଗ ପତ୍ର ଉପରେ ଦେଖାଯାଏ। ମାତ୍ରା ଅନୁସାରେ ପତ୍ରର ଆକାର କମିଯାଏ ଏବଂ ପତ୍ର ଛିନ୍ନ ବିଚ୍ଛିନ୍ନ ହୋଇଥାଏ। ଗଛର ରୁଗୁଡିଆ ବୃଦ୍ଧି ହୋଇଥାଏ ଏବଂ କାସାଭା କନ୍ଦ ବା ଟ୍ୟୁବର ଆକାର ଅତ୍ୟଧିକ କମିଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କାସାଭା

କାସାଭା

ଲକ୍ଷଣ

ପତ୍ରର ସହଳ ବିକାଶ ସମୟରେ ଏକ ନିର୍ଦ୍ଦିଷ୍ଟ ଚିତ୍ରିତ ଦାଗ କିମ୍ବା ମୋଜାଇକ ଦାଗ ପତ୍ରରେ ଦେଖା ଯାଇଥାଏ। ଅବଶିଷ୍ଟ ସବୁଜ ଟିସୂ ମଧ୍ୟରେ ଫିକା ହଳଦିଆ କିମ୍ବା ପ୍ରାୟ ଧଳା ଅଞ୍ଚଳ ବର୍ଣ୍ଣହୀନତା ରୂପରେ ଦେଖାଯାଏ। ସଂପୂର୍ଣ୍ଣ ପତ୍ର କିମ୍ବା କିଛି ଅଞ୍ଚଳରେ ସମ ବଣ୍ଟିତ ମୋଜାଇକ ଦାଗ ଦେଖାଯାଏ, ଯାହାକି ପତ୍ର ମୂଳରେ ବେଳେବେଳେ ଦେଖାଯାଏ। ଅତି ମାତ୍ରାରେ ସଂକ୍ରମଣ ହେଲେ ପତ୍ରର କ୍ଷତ ବିକ୍ଷତ, ଆକାରରେ ହ୍ରାସ ଆଦି ଦେଖାଯାଏ। କେତେକ ପତ୍ର ସାଧାରଣ ଦେଖାଯାଏ କିମ୍ବା ଆରୋଗ୍ୟତାର ଲକ୍ଷଣ ଦେଖାଏ, ଯାହାକି ଗଛର ପ୍ରତିରୋଧକ ଶକ୍ତି ଏବଂ ତାପମାତ୍ରା ଅନୁସାରେ ହୋଇଥାଏ। ଯାହାହେଲେ ମଧ୍ୟ, ଭୁତାଣୁର ଅନୁକୂଳ ପରିବେଶ ହେଲେ ଲକ୍ଷଣ ପୁନଃ ଦେଖା ଦେଇପାରେ। ପତ୍ରର ଉତ୍ପାଦନ କ୍ଷମତାର ହ୍ରାସ ଗଛର ବୃଦ୍ଧି ତଥା କାସାଭାର କନ୍ଦ ବା ଟ୍ୟୁବରର ଉତ୍ପାଦନ ଉପରେ ପ୍ରଭାବ ପକାଇ ଥାଏ। ସଂକ୍ରମଣର ମାତ୍ରା ଉପରେ କନ୍ଦ ବା ଟ୍ୟୁବରର ଆକାର ସିଧାସଳଖ ନିର୍ଭର କରିଥାଏ, ଅତ୍ୟଧିକ ସଂକ୍ରମଣ ହେଲେ ଆଦୌ କନ୍ଦ ବା ଟ୍ୟୁବର ହୁଏନାହିଁ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ଭୂତାଣୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ନାହିଁ, କିନ୍ତୁ, ଧଳା ମାଛିର ଅନେକ ଶତ୍ରୁ ଓ ପରଭକ୍ଷୀ ଅଛନ୍ତି ଯାହାକୁ ବ୍ୟବହାର କରାଯାଇପାରିବ। ଏକ ସମ୍ଭାବ୍ୟ ଜୈବିକ ନିୟନ୍ତ୍ରଣ ହେଉଛି ଇସାରିଆ ଜାତିର (ପେସିଲୋମାଇସିସ) ଦୁଇଟି ପ୍ରଜାତି ଯଥା ଇସାରିଆ ଫାରିନୋସା ଏବଂ ଇସାରିଆ ଫୁମୋସୋରସି।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ସାରା ପୃଥିବୀରେ ଧଳା ମାଛି ସଂଖ୍ୟା ନିୟନ୍ତ୍ରଣ କରିବାରେ ପ୍ରଭାବ ପକାଉଥିବା ସକ୍ରିୟ ଉପାଦାନ ହେଉଛି ବାଇଫେନଥ୍ରୀନ, ବୁପ୍ରୋଫେଜିନ, ଫେନକ୍ସିକାର୍ବ, ଡେଲ୍ଟାମେଥ୍ରିନ, ଆଜିଦିରାଚଟିନ ଏବଂ ପାଇମେଟ୍ରୋଜିନ। ଯାହାହେଲେବି, ଏହାକୁ ବିଜ୍ଞ ଭାବରେ ଉପଯୋଗ କରିବା ଉଚିତ, କାରଣ ଏହାର ବାରମ୍ବାର ଅଯୌକ୍ତିକ ବ୍ୟବହାର କୀଟର ପ୍ରତିରୋଧକତା ବଢାଇଥାଏ।

ଏହାର କାରଣ କଣ

କାସାଭା ମୋଜାଇକ ରୋଗର ଲକ୍ଷଣ ଏକ ଭୂତାଣୁ ଗୋଷ୍ଠୀ ଦ୍ଵାରା ହୋଇଥାଏ, ଯାହାକି କାସାଭା ଗଛକୁ ବେଳେ ବେଳେ ସହ-ସଂକ୍ରମଣ କରିଥାଏ। ସଂକ୍ରମିତ ଗଛ ଅଂଶ କଟା ଯାଇଥିବା କଟା ଅଂଶ ଏବଂ ବେମିସିଆ ଟାବାକି ନାମକ ଧଳା ମାଛି ଦ୍ଵାରା ଲଗାତାର ଏହି ଭୂତାଣୁ ବିସ୍ତାର ଲାଭ କରିଥାଏ। ବହୁଥିବା ପବନ ଦ୍ଵାରା ଧଳା ମାଛି ପରିବାହିତ ହୋଇଥାଏ ଏବଂ ଅନେକ କିଲୋମିଟର ପର୍ଯ୍ୟନ୍ତ ଭୂତାଣୁ ବିସ୍ତାର ଲାଭ କରିଥାଏ। ଭୂତାଣୁ ପ୍ରତି ବିଭିନ୍ନ କାସାଭା କିସମରେ ସମ୍ବେଦନଶୀଳତାର ଭିନ୍ନତା ଦେଖାଯାଏ, କିନ୍ତୁ, ସାଧାରଣତଃ ନୂଆ ପତ୍ରରେ ପ୍ରାଥମିକ ଲକ୍ଷଣ ଦେଖାଯାଏ, ଯେହେତୁ ଧଳା ମାଛି ନୂଆ, କଅଁଳ ଟିସୂ ଖାଇବାକୁ ପସନ୍ଦ କରିଥାଏ। ଭୁତାଣୁର ବଣ୍ଟନ ଏହି କୀଟର ସଂଖ୍ୟା ଉପରେ ଅଧିକ ଭାବରେ ନିର୍ଭର କରିଥାଏ, ଯାହାକି ପ୍ରତି ବଦଳରେ ପ୍ରଚଳିତ ପାଣିପାଗ ପରିସ୍ଥିତି ସହିତ ଖାପ ଖୁଆଇ ଥାଏ। ଯଦି ଧଳା ମାଛିର ବିପୁଳ ସଂଖ୍ୟା କାସାଭାର ଅନୁକୂଳ ବୃଦ୍ଧି ସମୟରେ ଦେଖାଯାଏ, ତାହାହେଲେ ଭୂତାଣୁ ଦ୍ରୁତଗତିରେ ବିସ୍ତାର ଲାଭ କରିବ। ଏହି କୀଟ ପାଇଁ ଅନୁକୂଳ ତାପମାତ୍ରା 20°C ରୁ 32°C ମଧ୍ୟରେ ଆକଳନ କରାଯାଇଛି।


ସୁରକ୍ଷାତ୍ମକ ଉପାୟ

  • କେବଳ ପ୍ରାମାଣିକ ଉତ୍ସରୁ ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଯଦି ବଜାରରେ ମିଳେ, ଏକ ପ୍ରତିରୋଧି କାସାଭା କିସମ ବ୍ୟବହାର କରନ୍ତୁ। ଯଦି ସମ୍ଭବ, କାସାଭା ବା ଗୟାଆଳୁ ଚାଷରେ ବ୍ୟବହୃତ ହୋଇଥିବା ସବୁ ଉପକରଣ ସଫା ଏବଂ ଏହାର ଜୀବାଣୁନାଶ କରନ୍ତୁ । ଅନିୟମିତ ଅଧିକ ବ୍ୟବଧାନ ଅପେକ୍ଷା ସମ ଭାବରେ ଘଞ୍ଚ ରଖନ୍ତୁ। କଦଳୀ, କନ୍ଧମୂଳ, ଶସ୍ୟ ଜାତୀୟ ଏବଂ ଡାଲି ଜାତୀୟ ଫସଲ ସହିତ ଅନ୍ତଃ ଫସଲ କରିଲେ ଧଳା ମାଛି ସଂଖ୍ୟା ହ୍ରାସ ହୋଇଥାଏ। କାସାଭା ଏକ ଉତ୍ତମ ଭାବରେ ପରିଚାଳିତ ମାଟିରେ ଲଗାନ୍ତୁ ଓ ତାହା ଅନୁସାରେ ସାର ଦିଅନ୍ତୁ। ଜମିରୁ ସବୁ ସଂକ୍ରମିତ କାସାଭା ଗଛ କାଢି ଦିଅନ୍ତୁ ଏବଂ ଦୂରରେ ଜାଳି କିମ୍ବା ପୋତି ନଷ୍ଟ କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ