ଡାଳିମ୍ବ

ଡାଳିମ୍ବ ଝାଉଁଳା ରୋଗ

Ceratocystis fimbriata

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ହଳଦିଆ ହୁଏ, ସଂପୂର୍ଣ୍ଣ ପତ୍ରଝଡା ଦିଏ, କାଣ୍ଡରେ ଅନୁଲମ୍ବ ଫାଟ, ଚେର, କାଣ୍ଡ ବକଳ ଏବଂ ତଳ ଶାଖା ଫାଟିଯାଏ। ପରିବାହୀ ଟିସୁରେ ଗାଢ ଧୂସର-ମାଟିଆ ଦାଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ
ବାଦାମ
ଲେମ୍ବୁଜାତୀୟ
ଆମ୍ବ
କାସାଭା
More

ଡାଳିମ୍ବ

ଲକ୍ଷଣ

ପ୍ରାରମ୍ଭରେ, ଗୋଟିଏ କିମ୍ବା କିଛି ଶାଖାର ପତ୍ର ହଳଦିଆ ହୁଏ। ପରେ, ଏହା ସଂପୂର୍ଣ୍ଣ ଗଛକୁ ବିସ୍ତାର କରିଥାଏ ଏବଂ ସଂପୂର୍ଣ୍ଣ ପତ୍ରଝଡା ହୋଇପାରେ। ସାଧାରଣତଃ ପତ୍ରର ଝାଉଁଳା ତଳ ପତ୍ରରୁ ଉପରକୁ ଅଗ୍ରସର ହୋଇଥାଏ, କିନ୍ତୁ କେତେକ ଗଛ ଏକା ଥରକେ ସଂପୂର୍ଣ୍ଣ ପତ୍ରଝଡା ଦେଇପାରେ। ଏହି ରୋଗରେ କାଣ୍ଡରେ ଅନୁଲମ୍ବ ଫାଟ ସାଧାରଣ ଅଟେ। ଚେର, କାଣ୍ଡ ବକଳ ଏବଂ ନିର୍ଦ୍ଧିଷ୍ଟ ଭାବରେ ତଳ ଶାଖା ଫାଟି ପାରେ। ପ୍ରଭାବିତ ଗଛ ଅଂଶର ଆନୁଭୂମିକ ଏବଂ ଅନୁଲମ୍ବ କଟା ଭାଗରେ, ସାଧାରଣତଃ ପରିବାହୀ ଟିସୁରେ ଗାଢ ଧୂସର-ମାଟିଆ ଦାଗ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ବେଶିଲସ ସବତାଇଲିସ ଦ୍ଵାରା ମୃତ୍ତିକା ପ୍ରୟୋଗ ଝାଉଁଳା ସଂକ୍ରମଣ କମାଇ ଥାଏ। ଟ୍ରାଇକୋଡର୍ମା ଜାତି ସହିତ 25 ଗ୍ରାମ ପେଷିଲୋମାଇସେସ ଜାତି ଓ 2 କେଜି ସଢା ଜୈବିକ ଖତ ଡାଳିମ୍ବ ଗଛର ଗଣ୍ଡି ଚାରିପଟେ ଉପଚାର କରିଲେ ଝାଉଁଳା ସଂକ୍ରମଣ ନିବାରଣ କାରିଥାଏ। ନିମ୍ବ, କରଞ୍ଜ, ମହୁଲ ଏବଂ ଜଡା ଖଦା(ପିଡିଆ)ରେ ମୃତ୍ତିକା ଉପଚାର କରିଲେ ସି. ଫିମ୍ବ୍ରିଆଟା ଦମନ କରିବାରେ ଫଳପ୍ରସୂ ହେବା ଦେଖା ଯାଇଛି।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ପ୍ରୋପିକୋନାଜୋଲ (0.1%) + ବୋରିକ ଏସିଡ (0.5%) + ଫସ୍ଫରିକ ଏସିଡ (0.5%) ଦ୍ଵାରା ସଂକ୍ରମିତ ଏବଂ ଚାରିପାଖ ସୁସ୍ଥ ଜମିର କିମ୍ବା ସଂପୂର୍ଣ୍ଣ ବଗିଚାର ମାଟି ଓଦା କରିବା ସୁପାରିସ କରାଯାଏ। ପୁନଃ ରୋପଣ ପୂର୍ବରୁ କବକନାଶକ (0.2 %) ଦ୍ଵାରା ମୃତ୍ତିକା ବିଶୋଧନ ମଧ୍ୟ ଝାଉଁଳା ରୋଗକୁ ନିୟନ୍ତ୍ରଣ କାରିଥାଏ। ପ୍ରୋପିକୋନାଜୋଲ (0.15%) କିମ୍ବା କ୍ଳୋରୋପାଇରିଫସ (0.25%) ଦ୍ଵାରା ମୃତ୍ତିକାର ଆର୍ଦ୍ରକରଣ କରାଯାଇ ପାରେ।

ଏହାର କାରଣ କଣ

ସଂକ୍ରମିତ ଗଛ ଅଂଶରେ 190 ଦିନ ପର୍ଯ୍ୟନ୍ତ ଏବଂ ମାଟିରେ ଅତି କମରେ ଚାରି ମାସ ପର୍ଯ୍ୟନ୍ତ ସୁପ୍ତ ଅବସ୍ଥା କିମ୍ବା ସକ୍ରିୟ ମାଇସେଲିଆ ଭାବେ କବକ ବଞ୍ଚି ରହିଥାଏ। କ୍ଷତସ୍ଥାନ ଦେଇ ଭୂମି ଉପର ଗଛ ଅଂଶ ସଂକ୍ରମିତ ହୋଇଥାଏ। ଏପରିକି ପ୍ରାରମ୍ଭିକ କ୍ଷତି ବିନା ଚେର ସଂକ୍ରମିତ ହୋଇପାରେ। ସଂକ୍ରମିତ ଚାରା, ଜଳସେଚନ ଏବଂ ବର୍ଷା ପାଣି, କୀଟ ଓ ଜମି କାମ ସମୟରେ ରେଣୁ ବିସ୍ତାର ଲାଭ କରିଥାଏ। ପୋଷକ ଗଛରେ ପ୍ରବେଶ କରିବା ପରେ, ମାଇସେଲିଆ ଓ ରେଣୁ ଗଛର ପରିବାହୀ ଟିସୂ ଦେଇ ଗତି କରିଥାଏ ଓ ଜାଇଲେମ (ପରିବାହୀ ନାଳୀ) ରେ ଲାଲ-ମାଟିଆରୁ ବାଇଗଣି କିମ୍ବା କଳା ଦାଗ ସୃଷ୍ଟି କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ରୋଗ ବିସ୍ତାର ନିବାରଣ କରିବା ପାଇଁ ସଂକ୍ରମିତ ରୋପଣ ସାମଗ୍ରୀ କାଢନ୍ତୁ ଏବଂ ନଷ୍ଟ କରନ୍ତୁ। ବ୍ୟବହାର ପୂର୍ବରୁ ପରେ କାଟଛାଣ୍ଟ ଓ କଲମୀ ଉପକରଣ ବିଶୋଧନ କରନ୍ତୁ। ଯେଉଁଠି ସି.
  • ଫିମ୍ବ୍ରିଆଟା ଉପସ୍ଥିତ ଅଛି ଡାଳିମ୍ବ ଲଗାଇବା ଏଡାନ୍ତୁ, ପୋଷକ ନଥିବା ଜାତି ସହିତ ଡାଳିମ୍ବର ଫସଲ ପର୍ଯ୍ୟାୟ କରନ୍ତୁ। ଗଛରୁ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ସୁନିଶ୍ଚିତ କରନ୍ତୁ (ଯେଉଁଠି କବକ ବିସ୍ତାର କରିପାରେ, ଚେର ସଂସ୍ପର୍ଶ ଏଡାଇବାକୁ)। ଦୁର୍ବଳ ନିଷ୍କାସନ ଝାଉଁଳା ସଂକ୍ରମଣର ସମ୍ଭାବନା ବଢାଇ ପାରେ। ଜମିରେ କାମ କରିବା ବେଳେ ଗଛକୁ ଆଘାତ ନଦେବା ପାଇଁ ସତର୍କ ରୁହନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ