ଲେମ୍ବୁଜାତୀୟ

କଳା ପାର୍ଲାଟୋରିଆ କାତିପୋକ

Parlatoria ziziphi

ପୋକ

5 mins to read

ସଂକ୍ଷେପରେ

  • ଡ଼ାଳପତ୍ର ଓ ଫଳ ଉପରେ ହଳଦିଆ ଗାର ଓ ଦାଗ ଦେଖାଯାଏ.
  • ଅତ୍ୟଧିକ ସଂକ୍ରମଣରେ ଅସମୟରେ ପତ୍ରଝଡ଼ା ହୋଇଥାଏ.
  • ଫଳ ବିକୃତ ଓ ଆକାର ଛୋଟ ହୋଇଥାଏ.
  • ଅତି ଛୋଟ କଳା କାତି ପୋକ ଯାହା ପତ୍ର, ଫଳ ଓ କାଣ୍ଡ କୁ ଘୋଡାଇ ରଖିଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ପି. ଜିଜିଫି (P. ziziphi) ର ସଂକ୍ରମଣର ଲକ୍ଷଣରେ ଅତି ଛୋଟ ଛୋଟ କଳା ପୋକ କାଣ୍ଡ, ଡାଳପତ୍ର ଏବଂ ଫଳ ଖାଉଥିବା ଦେଖାଯାଏ. ସାଙ୍ଘାତିକ ସଂକ୍ରମଣ ସମୟରେ ପ୍ରାୟତଃ ବାହାର କରି ହେଉନଥିବା, ଉପ-ଚାରିକୋଣିଆ କଳା କାତି ପୋକ ଓ ସେମାନଙ୍କ ଧଳା ଶୂକ ଫଳ, ପତ୍ର ଓ କାଣ୍ଡକୁ ପୁରାପୁରି ଘୋଡାଇ ରଖିଥାଏ. ଗଛର ରସର ପରିମାଣ ହ୍ରାସ ଯୋଗୁଁ ଏହାର ଶକ୍ତି କମି ଥାଏ ଓ ହଳଦିଆ ଦାଗ କିମ୍ବା ରେଖା ଖାଇଥିବା ଜାଗାରେ ଦେଖାଯାଏ. ପୋକର ଖାଇବା ଯୋଗୁଁ ଶାଖା ମରିଯାଏ ଏବଂ ଫଳର ବିକାଶ ଗମ୍ଭୀର ରୂପେ ବାଧାପ୍ରାପ୍ତ ହୋଇଥାଏ. ବହୁତ ସମୟରେ ଫଳ ବିକୃତକାର ହୋଇଥାଏ. ଏହା ଯୋଗୁଁ ଅସମୟରେ ବୁଢା ହୋଇଯିବା, ପତ୍ର ଓ ଫଳ ଝଡା ଏବଂ ଫଳ ଉତ୍ପାଦନର ପରିମାଣ ଓ ଗୁଣ ହ୍ରାସ ପାଇଥାଏ. ଏହି ପୋକ ଲେମ୍ବୁ ଜାତୀୟ ଫସଲର ସବୁଠୁ ମହତ୍ୱପୂର୍ଣ୍ଣ ଅନିଷ୍ଟକାରୀ ପୋକ.

Recommendations

ଜୈବିକ ନିୟନ୍ତ୍ରଣ

କେତେକ ପରଜୀବୀ ବିରୁଡି ଯଥା ସ୍କୁଟେଲିଷ୍ଟା କାଏରୁଲିଆ (Scutellista caerulea), ଡାଇଭେରସୀନେର୍ଵସ ଏଲେଗାନସ (Diversinervus elegans) ଏବଂ ମେଟାଫାଇକସ ହେଲଭୋଲସ (Metaphycus helvolus)ଏବଂ ଆସ୍ଟିଡିଓଟିଫାଗସ (Aspidiotiphagus) ଓ ଆଫାଇଟିସ (Aphytis) ଜାତିର କିଛି ସ୍ପେସିସ ପି. ଜିଜିଫି (P. ziziphi) କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାନ୍ତି. ପରଭକ୍ଷୀ ପୋକ ଯେମିତିକି ଲେଡିବାର୍ଡ଼ (ଚିଲୋକୋରସ ବାଇପୁଷ୍ଟୁଲାଟସ - Chilocorus bipustulatus) କିମ୍ବା ଚି. ନାଇଗ୍ରିଟା (C. nigrita), ଲିଣ୍ଡୋରସ ଲୋଫାନ୍ଥା (Lindorus lophanthae) ଏବଂ ଅର୍କସ ଚାଲିବିଅସ (Orcus chalybeus) ମଧ୍ୟ କଳା କାତିପୋକ ସଂଖ୍ୟା କୁ ଠିକ ପରିସ୍ଥିତିରେ ଦମନ କରିପାରେ. କାନୋଲା ତେଲ କିମ୍ବା ଫିମ୍ପି ରୁ ପ୍ରସ୍ତୁତ ଜୈବିକ କୀଟନାଶକ ମଧ୍ୟ ବ୍ୟବହାର କରି କଳା କାତିପୋକ ର ନିୟନ୍ତ୍ରଣ କର ଯାଇପାରେ. ଧଳା ତେଲର ମିଶ୍ରଣ (4 ଭାଗ ବନସ୍ପତି ତେଲ ଓ ଏକ ଭାଗ ବାସନା ମଜା ଡିଟରଜେଣ୍ଟ) ମଧ୍ୟ ପ୍ରଭାବୀ ରୂପେ କଳା କାତିପୋକ ବିରୁଦ୍ଧରେ ବ୍ୟବହାର କରାଯାଇପାରେ ଏବଂ ଏହା ପରିବେଶ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ପୋକ ମାନଙ୍କ ଉପରେ କମ ପ୍ରଭାବ ପକାଇଥାଏ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଫୁଲ ଧରିବା ଓ ଖରାଦିନିଆ ସ୍ପ୍ରେ ମଧ୍ୟରେ, ପ୍ରଥମ ପୀଢ଼ି ରଶୂକ ଗୁଡିକୁ ନୟନ୍ତ୍ରଣା କରିବା ପାଇଁ ଉପଚାର କରିବା ଦରକାର. କ୍ଲୋରୋପାଇରିଫସ, ମାଲାଥିଅନ କିମ୍ବା ଡାଇମେଥୋଏଟ ଥିବା କୀଟନାଶକ ଅନୁମୋଦନ କରାଯାଇଥାଏ. ଏହି ସବୁ କୀଟନାଶକ ଯତ୍ନ ସହକାରେ ବ୍ୟବହାର କରିବା ଦରକାର କାରଣ ଏହି କୀଟନାଶକଗୁଡିକ ପରଭକ୍ଷୀ ପୋକ ମାନକୁ ମଧ୍ୟ ମାରି ଦେଇପାରେ.

ଏହାର କାରଣ କଣ

ପାର୍ଲାଟୋରିଆ ଜିଜିଫି (Parlatoria ziziphi) ନାମକ ଏକ କାତିପୋକ ଯୋଗୁଁ ଏହି ଲକ୍ଷଣ ଗୁଡିକ ଦେଖାଦେଇଥାଏ ଯାହାର ମୁଖ୍ୟ ପୋଷକ ଫସଲ ହେଲା ଲେମ୍ବୁ ଜାତୀୟ ଫସଲ. ଯଦିଓ ବସା ବାନ୍ଧିବା ପାଇଁଏହା ପତ୍ର ପସନ୍ଦ କରେ, କିନ୍ତୁ ଏହା ଫଳ ଓ ଶାଖା ମଧ୍ୟ ଖାଇଥାଏ. ବର୍ଷ ସାରା ଏହି ପୋକର ସବୁ ବିକାଶ ଅବସ୍ଥା ଦେଖାଯାଏ ଏବଂ ସେଥିପାଇଁ ଏହି ପୋକ ଏକ ସମୟରେ ବିଭିନ୍ନ ଅବସ୍ଥାର ପୋକ ଦେଖାଯାଏ ଓ ଏକ ବର୍ଷରେ ଅନେକ ପୀଢ଼ି (2 ରୁ 7) ସମ୍ପୂର୍ଣ୍ଣ କରିଥାଏ. ଏହି ସଂଖ୍ୟା ଲେମ୍ବୁ ଜାତୀୟ ଫସଲ ହେଉଥିବା ଅଞ୍ଚଳ ଉପରେ ମଧ୍ୟ ବହୁତ ନିର୍ଭର କରେ. ଗୋଟିଏ ଜୀବନ ଚକ୍ର ସମ୍ପୂର୍ଣ୍ଣ କରିବା ପାଇଁ, ଅନୁକୂଳ ପରିବେଶରେ ସିସିଲି ରେ ଏହା 30-40 ଦିନ ନେଇଥାଏ, କିନ୍ତୁ ଟ୍ୟୁନିସିଆ ରେ ଅପେକ୍ଷାକୃତ ଗରମ ପରିବେଶରେ 70-80 ଦିନ ନେଇଥାଏ ଓ ଥଣ୍ଡା ପାଗରେ 160 ଦିନ ପର୍ଯ୍ୟନ୍ତ ନେଇଥାଏ.


ସୁରକ୍ଷାତ୍ମକ ଉପାୟ

  • କାତିପୋକର ସଂକ୍ରମଣ ପାଇଁ ଗଛ ଗୁଡିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ଅଳ୍ପ ସଂକ୍ରମଣ କ୍ଷେତ୍ରରେ ହାତରେ ଗଛର ଅଂଶକୁ ବାହାର କରି କିମ୍ବା ପୋକ ମାନଙ୍କୁ ଚାପି ମାରି ହେବ.
  • ସଂକ୍ରମିତ ଗଛର ଅଂଶକୁ ବାହାର କରି ପୋଡି ଦିଅନ୍ତୁ କିମ୍ବା ତୋଟାରୁ ଦୂରରେ ଗଭୀର ମାଟିରେ ପୋତି ଦିଅନ୍ତୁ.
  • ଯଥେଷ୍ଟ ଭାବେ କାଣ୍ଟଛାଣ୍ଟ କରି ଗଛରୁ ଗଛ ମଧ୍ୟରେ ସଂଯୋଗ ବନ୍ଦ କରିହେବ ଏବଂ ତୋଟାରେ ଭଲ ପବନ ଯିବାଆସିବା ହୋଇପାରିବ.
  • ସମ୍ଭାବ୍ୟ ସଂକ୍ରମିତ ଜିନିଷ ର ନେବା ଆଣିବା କରନ୍ତୁ ନାହିଁ.
  • ତୋଟାରେ ଥିବା ପ୍ରାକୃତିକ ଶତ୍ରୁ ମାନଙ୍କୁ ରକ୍ଷା କିବା ପାଇଁ ବ୍ୟାପକ ପ୍ରଭାବୀ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରୁଥିବା କୀଟନାଶକ ବ୍ୟବହାର କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ