PRSV
ଭୁତାଣୁ
5 mins to read
ଗଛର ବୟସ, ଶକ୍ତି ଏବଂ ଭୁତାଣୁର କ୍ଷମତା ଉପରେ ନୀର୍ଭର କରି ଏହି ରୋଗର ଲକ୍ଷଣ ଅଳ୍ପ କିଛି ଅଲଗା ହୋଇପାରେ. ଗାଢ଼ ସବୁଜ ରଙ୍ଗର ବଥ ପରି ଜିନିଷ ପ୍ରଥମେ ପତ୍ରରେ ଦେଖାଯାଏ. ପରେ ଏହା ବିଭିନ୍ନ ସବୁଜ ରଙ୍ଗର ଦାଗଦାଗ ଜାଗାରେ ପରିଣତ ହୁଏ. ଏହି ରୋଗର ଶେଷ ସମୟରେ, ପତ୍ର ଏକ ଜୋତାର ଫିତା ପରି ଦେଖାଯାଏ ଏବଂ ହଳଦିଆ ଓ ବାଦାମୀ ମୋଜାଇକ ପଚା ଦାଗ ଦେଖାଦିଏ. ପତ୍ରର ଆକାର ବହୁତ ଛୋଟ ହୋଇ ଯାଇଥାଏ ଯାହା ଫଳରେ ଦଳପତ୍ରର ପରିମାଣ ମଧ୍ୟ ବହୁତ କମ ହୋଇଯାଇଥାଏ. ପାଣି ଭିଜା ରଙ୍ଗହୀନ ଦାଗ ଏବଂ ତେଲିଆ ଲାଇନ ମଧ୍ୟ କାଣ୍ଡ ଆଉ ଡ଼େମ୍ଫରେ ଦେଖା ଦେଇଥାଏ. ସଂକ୍ରମିତ ଫଳ ରେ ଅସଂଖ୍ୟ ଗାଢ଼ ସବୁଜ ରଙ୍ଗର ଯେଉଁଥିରେ ଅଧିକାଂଶ ଛୋଟ ଓ ବିକୃତ ପାଣି ଭିଜା, ତେଲିଆ ବଳୟ ଭଳି ଦାଗ ଦେଖାଯାଏ. ଯଦି ଗଛ ଲାଗିବାର କିଛି ଦିନ ମଧ୍ୟରେ ଏହି ରୋଗ ଦେଖାଯାଏ ତାହେଲେ ଫଳ ର ଗୁଣବତ୍ତା ଖରାପ ହେବାଯୋଗୁଁ ଏହା ବଜ଼ାର ଉପଯୋଗୀ ହୋଇପାରେ ନାହିଁ.
ଧଳା ଖଣିଜ ତେଲ ର 1% ମିଶ୍ରଣ ପ୍ରୟୋଗ କଲେ ଯଉପୋକ ଦ୍ୱାରା ଭୁତାଣୁ ନେବା ଓ ବିସ୍ତାର କରିବା ରେ ବାଧା ଦେଇଥାଏ. ବିଭିନ୍ନ ପ୍ରକାରର ଉପକାରୀ ଜୀବାଣୁ ଯଥା ବ୍ୟାକ୍ଟେରିଆ, ଫିମ୍ପି, ଆକ୍ଟିନୋମାଇସିଟ ଏବଂ ଫୋଟୋସିନ୍ଥେଟିକ ବ୍ୟାକ୍ଟେରିଆ ର ମିଶ୍ରଣ ଏହି ରୋଗର ସଂକ୍ରମଣ କମ କରିପାରେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ସିଧାସଳଖ ଏହି ଭୁତାଣୁର କିଛି ରସାୟନିକ ଉପଚାର ଉପଲବ୍ଧ ନାହିଁ. କିନ୍ତୁ ଡାଇମେଥୋଏଟ କିମ୍ବା ଆଜାଦିରାକ୍ଟିନ କୁ ପତ୍ର ସମୂହ ଉପରେ ପ୍ରୟୋଗ କରିବା ଦ୍ୱାରା ଯଉପୋକ ଜନସଂଖ୍ୟା ନିୟନ୍ତ୍ରଣ କରି ହେବ. ପ୍ରଥମ ଲକ୍ଷଣ ଦେଖାଗଲା ପରେ ପ୍ରତି ପନ୍ଦର ଦିନରେ ଥରେ ଏହି ସ୍ପ୍ରେ ପ୍ରୟୋଗ କରନ୍ତୁ.
ଏହି ଭୁତାଣୁ ବିଭିନ୍ନ ଜାତିର ଯଉପୋକ ମାନଙ୍କ ଦ୍ୱାରା ଅନିୟମିତ ଭାବେ ପରିବାହିତ ହୋଇଥାଏ. ଯେହେତୁ ଏହାର ଯଉପୋକ ଭିତରେ ବଂଶ ବୃଦ୍ଧି ହୋଇ ନଥାଏ, ଗଛରୁ ଗଛକୁ କମ ସମୟ (ଏକ ମିନଟ) ମଧ୍ୟରେ ବିସ୍ତାରିତ ହେବା ଆବଶ୍ୟକ ହୋଇଥାଏ. ଏହି ଭୁତାଣୁ ବିଭିନ୍ନ ପ୍ରକାର ପୋଷକ ଫସଲରେ ବଞ୍ଚିପାରେ ଯଥା ତରଭୁଜ ଏବଂ ଅନ୍ୟ କୁକୁରବିଟ ଫସଲ, କିନ୍ତୁ ଏହା ପାଇଁ ସବୁଠୁ ଭଲ ପୋଷକ ଫସଲ ହେଲା ଅମୃତଭଣ୍ଡା. ଅତିଶୀଘ୍ର ଏହି ଭୁତାଣୁ ସଂକ୍ରମଣ ବଗିଚାରେ ବିସ୍ତାର କରିପାରେ ଯେତେବେଳେ ଅସଂଖ୍ୟ ଯଉପୋକ ରହି ଥାନ୍ତି. ଥଣ୍ଡା ପାଣିପାଗ ମଧ୍ୟ ପତ୍ରରେ ଏହାର ମୋଜାଇକ ସଂରଚନା ଓ ବିକୃତ ହୋଇଯିବା ଲକ୍ଷଣ ଏହାକୁ ଆହୁରି ଖରାପ କରିପାରେ.