ଜୁଚିନି

କାକୁଡ଼ିର ସବୁଜ ମୋଜାଇକ ଭୁତାଣୁ

CGMMV

ଭୁତାଣୁ

5 mins to read

ସଂକ୍ଷେପରେ

  • କଅଁଳ ପତ୍ରରେ ଇସତ ସବୁଜ କିମ୍ବା ହଳଦିଆ ଦାଗ ଏବଂ ଶିରା ର ରଙ୍ଗ ଛାଡି ଯାଇଥାଏ.
  • ପତ୍ର ହଳଦିଆ, କୁଞ୍ଚିତ ତଥା ବିକୃତ ହୋଇଯାଏ.
  • ଫସଲରେ ବୃଦ୍ଧି କମ ହୁଏ.
  • ଫଳରେ ଦାଗ, ଗାର ଦେଖାଯାଏ ତଥା ଫଳ ତେଢା ମେଢ଼ା ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ
କଲରା
କାକୁଡି
ତରଭୁଜ
ବୋଇତି କଖାରୁ
More

ଜୁଚିନି

ଲକ୍ଷଣ

ଏହି ରୋଗର ପ୍ରାଥମିକ ସମୟରେ କଅଁଳ ପତ୍ରରେ ଇସତ ହଳଦିଆ ସବୁଜ ଦାଗ ତଥା ଶିରା ର ରଙ୍ଗ ଛାଡ଼ିଯିବା ଦେଖା ଦେଇଥାଏ. ଅତ୍ୟଧିକ ସଂକ୍ରମଣରେ ପତ୍ରରେ ରଙ୍ଗଛଡା ଦାଗ, ଲୋଚାକୋଚା ଦେଖାଯାଏ ଏବଂ ପତ୍ର ବିକୃତାକାର ହୋଇଯାଏ. ଗଛ କମ ବଢେ ଏବଂ ପରବର୍ତ୍ତୀ ସମୟରେ ପତ୍ର ପଚିବା ଦେଖାଦେଇଥାଏ. ପୁରୁଣା ପତ୍ର ରଙ୍ଗ ଧୋଇ ହେଲା ପରି କିମ୍ବା ହଳଦିଆ-ଧଳା ହୋଇଯାଏ ଏବଂ ଅସମୟରେ ଝଡ଼ିଯାଏ. ଫଳଗୁଡିକରେ ବାହାରୁ କିଛି ଲକ୍ଷଣ ଦେଖା ଯାଏ ନାହିଁ କିମ୍ବା ପ୍ରବଳ ଦାଗ ଦେଖାଯାଏ, ବିକୃତ ହୋଇଯାଏ ଓ ଝଡ଼ିପଡ଼େ. ଏହି ଲକ୍ଷଣ ଅଧିକ ତାପମାନ ରେ ଦେଖାଦେଇଥାଏ. କେତେକ କ୍ଷେତ୍ରରେ ଫଳର ବାହାରେ କିଛି ଲକ୍ଷଣ ଦେଖାଦେଇନଥାଏ କିନ୍ତୁ ଭିତରେ ରଙ୍ଗଛଡା ତଥା ପଚିଯାଏ. ଅସମୟରେ ଫଳ ଝଡ଼ିଯିବା ସାଧାରଣ କଥା ଅଟେ.

Recommendations

ଜୈବିକ ନିୟନ୍ତ୍ରଣ

ବିହନକୁ 70°C ତାପମାନରେ ତିନି ଦିନ ଶୁଖିଲା ଗରମ ଉପଚାର କଲେ ସକ୍ରିୟ ଭୁତାଣୁ ମୁକ୍ତ ହୋଇଯାଇଥାଏ. ଯଦି ମିଳେ କାକୁଡ଼ିର ସବୁଜ ମୋଜାଇକ ଭୁତାଣୁ ର ପରୀକ୍ଷା କିଟ ବ୍ୟବହାର କରନ୍ତୁ. ଜୈବିକ କୀଟନାଶକ ଚୋବାଇ ଖାଉଥିବା ପୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଚୋବେଇ ଖାଉଥିବା ପୋକ କୁ ମାରିବା ପାଇଁ କୀଟନାଶକ ବ୍ୟବହାର କଲେ ଏହି ଭୁତାଣୁ ସଂକ୍ରମଣ କମ ହୋଇଥାଏ. ଏହି କାକୁଡ଼ିର ସବୁଜ ମୋଜାଇକ ଭୁତାଣୁର ସିଧାସଳଖ ଉପଚାର ପାଇଁ କିଛି ନିୟନ୍ତ୍ରଣ ପଦ୍ଧତି ନାହିଁ.

ଏହାର କାରଣ କଣ

କାକୁଡ଼ିର ସବୁଜ ମୋଜାଇକ ଭୁତାଣୁ (CGMMV) ଦ୍ୱାରା ଏହି ରୋଗର ଲକ୍ଷଣ କୁକୁରବିଟ ଜାତୀୟ ଫସଲ ଯଥା କାକୁଡି, ତରଭୁଜ ଏବଂ ଖରଭୁଜ ରେ ଦେଖାଦେଇଥାଏ. ଏହି ଭୁତାଣୁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ମାଟିରେ ଥିବା ମୃତ ଗଛ ଅବଶେଷରେ ବଞ୍ଚିପାରେ. ଏହି ଭୁତାଣୁ ସଂକ୍ରମିତ ବିହନ, ଯାନ୍ତ୍ରିକ କୃଷି ଉପକରଣ ଦ୍ୱାରା ହୋଇଥିବା ଖଣ୍ଡିଆ ଖାବରା, କୃଷି ଉପକରଣ, ଏବଂ ଭଅଁର ପୋକ ପରି ଚୋବେଇ ଖାଉଥିବା ପୋକ, ଦ୍ୱାରା ବ୍ୟାପିଥାଏ. ଏହି ସଂକ୍ରମଣ ଅନ୍ୟ ଫସଲକୁ ଗ୍ରାଫ୍ଟିଂ ବା ଅନ୍ୟ କାର୍ଯ୍ୟ ଯାହାକି ଫସଲକୁ ଆଘାତ କରିପାରେ,ତାହା ଦ୍ୱାରା ସଂକ୍ରମିତ ହୋଇଥାଏ. ଶୋଷକ ପୋକ ଯଥା ଆଫିଡ଼, ଉକୁଣିଆ ପୋକ, ଧଳା ମାଛି ଦ୍ୱାରା ଏହି ଭୁତାଣୁ ସଂକ୍ରମିତ ହୋଇ ନଥାଏ. ଥରେ ସଂକ୍ରମଣ ହେଲା ପରେ, ଏହି ଭୂତାଣୁ ବିପକ୍ଷରେ କୌଣସି ପ୍ରତିକାର ଉପଲବ୍ଧ ନାହିଁ. ଗ୍ରୀନ୍ ହାଉସ୍ ଗୁଡିକରେ, ଏହି ଭୂତାଣୁ ଯୋଗୁଁ ସଂକ୍ରମଣ ସଂଖ୍ୟା ବଢି ଚାଲି ଅଛି.


ସୁରକ୍ଷାତ୍ମକ ଉପାୟ

  • ବିହନ କିମ୍ବା ଚାରା ପ୍ରାମାଣିକ ଜାଗାରୁ ହିଁ ନିଅନ୍ତୁ.
  • ଯଦି ଉପଲବ୍ଧ ଥାଏ ତାହେଲେ ପ୍ରତିରୋଧି କିସମର ବିହନ ଲଗାନ୍ତୁ.
  • ଏକାଧିକ ଫସଲ ଯେଉଁଥିରେ ଏହି ରୋଗ ଲାଗିପାରେ ପାଖା ପାଖି ଲଗାନ୍ତୁ ନାହିଁ.
  • ବିହନ ଓ ଗଛ ସହ କାମ କଲାବେଳେ ସ୍ୱଚ୍ଛ ଓ ରୋଗମୁକ୍ତ ଉପକରଣ ବ୍ୟବହାର କରନ୍ତୁ.
  • ଜମିରେ କାମ କଲାବେଳେ ଗଛକୁ ଖଣ୍ଡିଆ ଖାବରା କରନ୍ତୁ ନାହିଁ.
  • ଦୁର୍ବଳ ଫସଲ କୁ ନିୟମିତ ଭାବେ CGMMV ର ଲକ୍ଷଣ ପାଇଁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ ଏବଂ ସଂକ୍ରମିତ ଗଛ ତଥା ଅବଶେଷକୁ ଜମିରୁ ବାହାର କରି ପୋତିଦିଅନ୍ତୁ କିମ୍ବା ଜଳାଇଦିଅନ୍ତୁ.
  • ଦୁର୍ବଳ ଫସଲ କୁ ବାରମ୍ବାର ଲଗାନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ