ଅନ୍ୟ

କୁକୁରବିଟ ର ପତ୍ର ପୋଡା

Alternaria cucumerina

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଛୋଟ, ଗୋଲାକାର, ତମ୍ବାଳିଆ ଦାଗ ଦେଖାଯାଏ ଯାହା ମଝିରେ ଧଳା ରଙ୍ଗ ହୋଇଥାଏ.
  • ପରେ ଏହା ଇସତ ବାଦାମୀ ରଙ୍ଗର ହୋଇଥାଏ ଯାହା ବଡ଼ ହୋଇ ସକେନ୍ଦ୍ରୀକ ବଳୟ ପରି ଦେଖାଯାଏ.
  • ଗାଢ଼ ଅଲିଭ ରୁ କଳା ରଙ୍ଗର ପାଉଡର ପରି ପଟ୍ଟୀ ଫଳ ଉପରେ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ଗଛର ମଝି ଓ ଉପରିଭାଗର ପୁରୁଣା ପତ୍ରରେ ପ୍ରଥମେ ଏହି ରୋଗର ଲକ୍ଷଣ ଦେଖାଦେଇଥାଏ. ଏଥିରେ ଛୋଟ, ଗୋଲାକାର ତମ୍ବାଳିଆ ଦାଗ ଯାହା ମଝିରେ ଧଳା ରଙ୍ଗ ହୋଇଥାଏ. ଏହି ଦାଗ ବଡ ହୋଇ ଇସତ ବାଦାମୀ ରଙ୍ଗ ହୋଇଥାଏ ଯେଉଁଥିରେ ଅଳ୍ପ ଢ଼ାଲୁ ଥାଏ. ପତ୍ରର ଛୋଟ ଶିରା ଯାହା ଏହି ଦାଗ ଭିତରେ ଥାଏ ଗାଧତାର ହୋଇଯାଏ ଯାହାଫଳରେ ଜାଲ ପରି ଦେଖା ଦେଇଥାଏ. ସମୟାନୁକ୍ରମେ ସକେନ୍ଦ୍ରୀକ ବଳୟ ସୃଷ୍ଟି ହୋଇଥାଏ ଯାହା ପତ୍ରର ଉପର ପାଖରେ ଦେଖାଦେଇଥାଏ. ଏହା ଟାର୍ଗେଟ ବଳୟ ପରି ଦେଖାଯାଏ. ଏହି ଗୋଳାକୃତି ଦାଗ ପୁରା ପତ୍ର ଉପରେ ପ୍ରଭାବ ପକାଇଥାଏ ଓ ପତ୍ର ଝଡିଯାଇପାରେ. ସଂକ୍ରମିତ ଫଳରେ ଗୋଲାକାର ବାଦାମୀ ଓଦା ଦାଗ ଦେଖାଯାଏ ଯାହା ପରେ ଗାଢ଼ ଅଲିଭ ରୁ କଳା ରଙ୍ଗର ପାଉଡରର ପଟ୍ଟୀ ପରି ହୋଇଥାଏ. ଅମଳ ସମୟରେ ସଂକ୍ରମିତ ଫଳରେ ଏହି ରୋଗ ଜଣା ନ ଗଲେ ପରବର୍ତ୍ତୀ ସମୟରେ ଭଣ୍ଡାରଣ ଓ ପରିବହନ ସମୟରେ ନଷ୍ଟ ହୋଇପାରେ. ଗଛର ଅନ୍ୟ ଅଂଶ ସିଧାସଳଖ ଭାବେ ପ୍ରଭାବିତ ହୋଇ ନଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଗଛ ଲଗାଇବା ପରେ ତୁରନ୍ତ ପାଳକୁଟା ର ମଲଚ ବ୍ୟବହାର କଲେ ଏ.କୁକୁମେରିନା ରେଣୁ ର ବିସ୍ତାର ମାଟିରୁ ଗଛର ତଳ ଭାଗରେ ଥିବା ପତ୍ରକୁ ଭଲ ଭାବେ କମ ହୋଇଯାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଆଯ଼ୋକ୍ସିଶ୍ଟ୍ରୋବିନ୍ (Azoxystrobin), ବୋସ୍କାଲିଡ୍ (Boscalid), କ୍ଲୋରୋଥାଲୋନିଲ (Chlorothalonil), କପର୍ ହାଇଡ୍ରୋକ୍ସାଇଡ୍ (Copper Hydroxide), ମାଂକୋଯ଼େବ୍ (Mancozeb), ମ୍ୟାନେବ (Maneb) or potassium bicarbonate ଥିବା କବକ ନାଶକ ବ୍ୟବହାର କରି ଏହି ରୋଗର ନିୟନ୍ତ୍ରଣ କରା ଯାଇପାରେ. କିନ୍ତୁ କ୍ଲୋରୋଥାଲୋନିଲ (Chlorothalonil) ଥିବା ଫର୍ମୁଲା ଦ୍ୱାରା ସବୁଠୁ ଭଲ ନିୟନ୍ତ୍ରଣ ହୋଇଥାଏ. ପ୍ରୟୋଗର କାର୍ଯ୍ୟକ୍ରମ ଓ ବାରାମ୍ବାରତା ର ମୂଳରେ ଥିବା ରାସାୟନିକ ଉପାଦାନ ଉପରେ ନିର୍ଭର କରେ. କବକ ନାଶକ ପ୍ରୟୋଗ ପୂର୍ବରୁ ବ୍ୟବହାରିକ ନେର୍ଦେଶାବଳୀ ଭଲ ଭାବେ ପଢ଼ିନିଅନ୍ତୁ.

ଏହାର କାରଣ କଣ

ମାଟି ଜନିତ କବକ ଅଲ୍ଟରନାରିଆ କୁକୁମେରିନା (Alternaria Cucumerina) ଦ୍ୱାରା ତରଭୁଜ ଓ କୁକୁରବିଟ ଜାତୀୟ ଫସଲରେ ଏହି ରୋଗର ଲକ୍ଷଣ ଦେଖାଦେଇଥାଏ. ଏହି କବକ ମାଟିରେ ଥିବା ଗଛର ଅବଶେଷ କିମ୍ବା ଅନାବନା ଘାସ ତଥା ଅନ୍ୟାନ୍ୟ କୁକୁରବିଟ ଫସଲରେ ବଞ୍ଚିପାରେ. ରୋଗର ବିସ୍ତାର ବର୍ଷା ଛାଟ, ଅତ୍ୟଧିକ ଜଳସେଚନ, ପବନ, କୃଷି ଉପକରଣ ଏବଂ କୃଷି ଶ୍ରମିକ ମାନଙ୍କ ଦ୍ୱାରା ହୋଇଥାଏ. ଗରମ ତାପମାନ ଏବଂ ଆର୍ଦ୍ର ଜଳବାୟୁ ଯାହା କାକରା, ବର୍ଷା ଓ ଓଭରହେଡ଼ ଜଳସେଚନ ଦ୍ୱାରା ହେଇଥାଏ, ଏହି ରୋଗ ପାଇଁ ଅନୁକୂଳ ହୋଇ ଥାଏ. ପତ୍ର ଓଦା ହେବାର ଦୁଇରୁ ୮ ଘଣ୍ଟା ମଧ୍ୟରେ ଏହି ରୋଗର ସଂକ୍ରମଣ ହୋଇଥାଏ. ଅଧିକ ସମୟ ଓଦା ରହିଲେ ସଂକ୍ରମଣର ମାତ୍ରା ବଢି ବଢି ଚାଲେ. ବର୍ଷାର ପରିମାଣ ଅପେକ୍ଷା, ବର୍ଷାର ବାରାମ୍ବାରତା ତଥା କାକରର ଅବଧି ଏହି ରୋଗର ବିକାଶ ଉପରେ ମହତ୍ଵପୁର୍ଣ ପ୍ରଭାବ ପକାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଦୁର୍ଭାଗ୍ୟବସତଃ, ଏହି ରୋଗ ପାଇଁ ପ୍ରତିରୋଧକ କିସମ ର ବିହନ ଉପଲବ୍ଧ ନାହିଁ.
  • ନିୟମିତ ଭାବେ ଜମିରେ ରୋଗର ଲକ୍ଷଣ ଗୁଡିକ ପାଇଁ ଫସଲ ନିରୀକ୍ଷଣ କରନ୍ତୁ.
  • 1-2 ବର୍ଷ ରେ କୁକୁରବିଟ ଜାତୀୟ ଫସଲ ଜମିରେ ଲଗାନ୍ତୁ ନାହିଁ ଓ ଅନ୍ୟ ଫସଲ ସହ ଚକ୍ରୀକରଣ କରନ୍ତୁ.
  • ସନ୍ତୁଳିତ ଖାଦ୍ୟସାର ପ୍ରୟୋଗ କରି ଫସଲର ଚାପ କୁ କମ କରନ୍ତୁ.
  • ଉପକରଣ ଏବଂ କୃଷି ଯନ୍ତ୍ରପାତି ପାଇଁ ଉଚ୍ଚ ଶ୍ରେଣୀର ସ୍ୱଛତା ଅବଲମ୍ବନ କରନ୍ତୁ.
  • ଓଭରହେଡ଼ ସ୍ପ୍ରିଙ୍କଲର ଦ୍ୱାରା ଜଳସେଚନ ନ କରି ଠିବକ ଜଳସେଚନ କରନ୍ତୁ.
  • ଗଛ ଓଦା ଥିବା ସମୟରେ ଜମି ଭିତରେ କାମ କରନ୍ତୁ ନାହିଁ.
  • ସିଜନ ସରିଲା ପରେ ଅବଶେଷ କୁ ବାହାର କରିଦିଅନ୍ତୁ.
  • ଏହି ସବୁକୁ ଗଭୀର ଜମିରେ ପୋତି ଦିଅନ୍ତୁ କିମ୍ବା କିଛି ଦୂରରେ ଜଳାଇ ନଷ୍ଟ କରିଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ