କପା

କଳାଦାଗ କରୁଥିବା ପୋକ

Oxycarenus hyalinipennis

ପୋକ

5 mins to read

ସଂକ୍ଷେପରେ

  • ବକରା ଉପରେ ଦାଗ ହୋଇଥିବା ତୁଳା ଓ ବକରାରୁ ଝଡି ଥାଏ.
  • ବକରା ବର୍ଣହୀନ ହୋଇଯାଏ.
  • ଅଳ୍ପ ବିକଶିତ ଓ ହାଲୁକା ମଂଜି ଦେଖାଯାଏ.
  • ପୁର୍ଣ ବିକଶିତ ହୋଇନଥିବା ପୋକର ରଂଗ ଗୋଲାପୀରୁ ମାଟିଆ ହୋଇଯାଏ.

ମଧ୍ୟ ଦେଖା ଯାଇପାରେ


କପା

ଲକ୍ଷଣ

ଏହାକୁ କପାରେ ଦାଗ ଛାଡିବା ପୋକ ମଧ୍ୟ କହନ୍ତି. ଏହାର ଛୋଟ ଏବଂ ବୟସ୍କ ପୋକ ଅଳ୍ପ ଖୋଲିଥିବା ବକରାକୁ ଆକ୍ରମଣ କରନ୍ତି ଯାହାଦ୍ୱାରା ତୁଳାରେ ଦାଗ ହୋଇଯାଏ. ବକରା ରଙ୍ଗହୀନ ହୋଇଯାଏ, ବକରା ବେଳେବେଳେ ପଚିଯାଏ ଓ ତଳେ ପଡ଼ିଯାଏ. ପୋକ ଖାଇଲା ବେଳେ ବୀଜାଣୁ ସଂକ୍ରମଣ ହୋଇଥାଏ ଏବଂ ଏଥି ଯୋଗୁଁ ମଧ୍ୟ କିଛି ମାତ୍ରାରେ ଏହି ଲକ୍ଷଣ ସବୁ ଦେଖାଦେଇଥାଏ. ଅନ୍ୟ ଲକ୍ଷଣ ମଧ୍ୟରେ ମଞ୍ଜି ଠିକରେ ବିକାଶ ହୋଇ ନଥାଏ, ହାଲୁକା ଓ ଦରପାଚିଲା ହୋଇଥାଏ. ଅତ୍ୟଧିକ ସଂକ୍ରମଣ ଦ୍ୱାରା ତୁଳାରେ ଦାଗ ହୁଏ ଏବଂ ଗୁଣାତ୍ମକ ମାନ ବହୁତ କମ ହୋଇ ଯାଇଥାଏ. ସେଥିପାଇଁ ଏହାର ସାଧାରଣ ନାମ ହେଲା ଦାଗ କରୁଥିବା ପୋକ. ଏହି ପୋକ ସଂକ୍ରମଣରେ ଭେଣ୍ଡି ଗଛ ରେ ସାଧାରଣ ଲକ୍ଷଣ ମଧ୍ୟରେ ତୀବ୍ର ଦୁର୍ଗନ୍ଧ ଏବଂ ତେଲିଆ ରସ ଅନ୍ୟତମ.

Recommendations

ଜୈବିକ ନିୟନ୍ତ୍ରଣ

ଆଫ୍ରିକାରେ ଏହି ପୋକ ଉପରେ କିଛି ପ୍ରଜାତିର ପରଜୀବୀ ମାଇଟ ଦେଖା ଯାଆନ୍ତି ଯଦ୍ୱାରା ଏହା ମନ୍ଥର ହୋଇଯାଏ ଏବଂ ପରେ ମରିଯାଏ. କିଛି ବୁଢିଆଣୀ ମଧ୍ୟ ଏହି ପୋକଙ୍କୁ ଆକ୍ରମଣ କରିଥାନ୍ତି. ନିମ ତେଲ ପାଣିରେ ମିଶାଇ (5%) ପତ୍ର ସମୂହ ଉପରେ ସ୍ପ୍ରେ କରନ୍ତୁ. ପୋକ ଖାଉଥିବା କବକ ଯଥା ବିଏଉଭେରିଆ ବାସିୟାନା ଏବଂ ମେଟାରିଃଯ଼ିୟମ୍ ଏନିସୋପ୍ଲିଏ ଏହି ପୋକର ଜନସଂଖ୍ୟା ନିୟନ୍ତ୍ରଣ କରିବାରେ କିଛି ପରିମାଣରେ କମ କରି ପାରନ୍ତି.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. କ୍ଲୋରୋପାଇରିଫୋସ୍, ଏସ୍ଫେନ୍ଭେଲେରେଟ୍, ବାଇଫେନ୍ଥ୍ରିନ୍, ଡେଲ୍ଟାମେନ୍ଥ୍ରିନ୍, ଲାମ୍ବଡା-ସାଇହାଲୋଥ୍ରିନ୍ କିମ୍ବା ଇଣ୍ଡୋକ୍ସାକାର୍ବ ଉପରେ ଆଧାରିତ ଥିବା କୀଟନାଶକ ସ୍ପ୍ରେ ଯାହା ଗୋଲାପୀ ବକରା ବିନ୍ଧା ପୋକ ପାଇଁ କାମ କରେ, ତାହା କଳାଦାଗ କରୁଥିବା ପୋକ ପାଇଁ ମଧ୍ୟ କାମ କରା ଯାଇଥିବା ଦେଖା ଯାଇଛି. ଯେହେତୁ ଏହି ପୋକ ଫସଲ ଅମଳ ସମୟରେ ଆକ୍ରମଣ କରେ ରାସାୟନିକ କୀଟନାଶକ ପ୍ରୟୋଗ ଦ୍ୱାରା ତୁଳାରେ ରାସାୟନିକ ଅବଶିଷ୍ଟାଂଶ ରହିଯିବାର ସମ୍ଭାବନା ରହିଥାଏ, ସେଥିପାଇଁ ଅନେକ କ୍ଷେତ୍ରରେ ରାସାୟନିକ କୀଟନାଶକ ପ୍ରୟୋଗ ଠିକ ନୁହେଁ. ପୋକର କୀଟନାଶକ ପ୍ରତି ପ୍ରତିରୋଧ ଶକ୍ତି ମଧ୍ୟ ବଢି ଯାଇଥାଏ.

ଏହାର କାରଣ କଣ

କଳାଦାଗ କରୁଥିବା ପୋକ, ଅକ୍ସିକାରେନସ୍ ହାଇଆଲିନିପେନ୍ନିସ୍ ଯାହାକି ବିଭିନ୍ନ ପ୍ରକାରର ଗଛ ରେ ଆକ୍ରମଣ କରେ, କପା ପାଇଁ ଏକ ଅତ୍ୟଧିକ କ୍ଷତି କରୁଥିବା ପୋକ ଅଟେ. ବୟସ୍କ ପୋକ 4-5 ମିମି ହୋଇଥାଏ ଏହା ଗାଢ଼ ପାଉଁଶିଆ ରଙ୍ଗର ହୋଇଥାଏ ଏବଂ ଏହାର ପାରଦର୍ଶୀ ଡେଣା ଥାଏ. ଅଣ୍ଡିରା ପୋକ ମାଇଁ ପୋକ ଅପେକ୍ଷା ଟିକେ ଛୋଟ ଥାଆନ୍ତି. ଏମାନେ ଧଳା-ହଳଦିଆ ଅଣ୍ଡା ସବୁ ଗ୍ରୁପ ରେ ଖୋଲି ଯାଇଥିବା କପରେ ଠିକ ମଞ୍ଜି ପାଖାପାଖି ଦିଅନ୍ତି. ଗୋଟେ ଗ୍ରୁପରେ 4ଟା ପର୍ଯ୍ୟନ୍ତ ଅଣ୍ଡା ରହିପାରେ. ପୁର୍ଣ ବିକଶିତ ହୋଇନଥିବା ପୋକ (Nymph) 2.5 ମିମି ଲମ୍ବା ଏବଂ ଏହାର ଜୀବନ ଚକ୍ରର ବିଭିନ୍ନ ସମୟରେ ଏହା ର ରଙ୍ଗ ଗୋଲାପୀ ରୁ ପାଉଁଶିଆ ହୋଇଥାଏ. ଜୀବନ ଚକ୍ର ପ୍ରାୟ 40-50 ଦିନ ପର୍ଯ୍ୟନ୍ତ ଚାଲେ. ଫସଲର ଶେଷ ସମୟରେ ଏହାର ସଂକ୍ରମଣ ହୋଇଥାଏ କାରଣ ଏହି ସମୟରେ ଅଧିକାଂଶ ବକରା ଖୋଲି ଯାଇଥାଏ. ଅନ୍ୟ ଗଛ ଯେଉଁଥିରେ ଏହା ଆକ୍ରମଣ କରେ ତାହା ହେଲା ଭେଣ୍ଡି ଏବଂ ମାଲ୍ଭାସିଏ ପରିବାରର ଅନ୍ୟ ଗଛସବୁ.


ସୁରକ୍ଷାତ୍ମକ ଉପାୟ

  • ଖୋଲି ଯାଇଥିବା ବକରା ରେ ଛୋଟ ପୋକ ହେଉଥିବା ଲକ୍ଷ ରଖନ୍ତୁ ଓ ଜମିକୁ ନିରୀକ୍ଷଣ କରନ୍ତୁ ଏବଂ ଯଦି କମ ସଂଖ୍ୟାରେ ଥାଏ ତାହେଲେ ହାତରେ ବାହାର କରିଦିଅନ୍ତୁ.
  • ଅନ୍ୟ ଉପାୟ ମଧ୍ୟରେ UV ଆଲୋକ ର ଜାଲ ବ୍ୟବହାର କରନ୍ତୁ ଯେଉଁଠି କପା ଓ ଭେଣ୍ଡି ଫସଲ ଚାଷ କରାଯାଏ.
  • ଅନ୍ୟ ଗଛ ଯାହା ଏହି ପୋକଙ୍କୁ ପ୍ରଶ୍ରୟ ଦେଇଥାଏ ତାହାକୁ ବାହାର କରିଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ