ଚିନାବାଦାମ

କାଲାହାସ୍ତି ବେମାର

Bitylenchus brevilineatus

ଅନ୍ୟ

5 mins to read

ସଂକ୍ଷେପରେ

  • ରଙ୍ଗଛଡା ଛୁଇଁ, ରୁଗୁଡିଆ ବୃଦ୍ଧି, ଛୋଟ ଓ ରଙ୍ଗଛଡା କାଣ୍ଡ ଦେଖାଯାଏ। ପ୍ୟାଚ ପ୍ୟାଚ ରେ ଗଛ ବଢିଥାଏ, ଛୁଇଁ ଆକାରରେ ହ୍ରାସ, ଛୁଇଁର ମାଟିଆ କଳା ବର୍ଣ୍ଣହୀନତା।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଚିନାବାଦାମ

ଲକ୍ଷଣ

ଛୁଇଁ ଗୁଡିକ ସାଧାରଣ ଠାରୁ ଛୋଟ ଏବଂ ଛୋଟ ଦାଗ ସହିତ ମାଟିଆ-କଳା ରଙ୍ଗର ହୋଇଥାଏ । ଦାଗଗୁଡିକ ପରସ୍ପର ମିଶିଥାନ୍ତି ଓ ପୃଷ୍ଠର ପ୍ରାୟ ତିନି-ଚତୁର୍ଥାଂଶ ପର୍ଯ୍ୟନ୍ତ ଆବୃତ୍ତ ହୋଇପାରେ। ଛୁଇଁ ଡେମ୍ଫ ମଧ୍ୟ ଛୋଟ ଓ ବର୍ଣ୍ଣହୀନ ହୋଇଯାଏ। ଆକ୍ରାନ୍ତ ଗଛ ରୁଗୁଡିଆ ଦେଖାଯାଏ ଏବଂ ସାଧାରଣ ପତ୍ର ଠାରୁ ଅଧିକ ସବୁଜ ପତ୍ର ଧାରଣ କରିଥାଏ। ଛୁଇଁ ଡେମ୍ଫ ଓ ଛୁଇଁରେ ପ୍ରଥମେ ଛୋଟ ମାଟିଆ ହଳଦିଆ ଦାଗ ଦେଖାଯାଏ। ଛୁଇଁ ଡେମ୍ଫ ହ୍ରାସ ପାଏ, ପରେ ଛୁଇଁ ସଂପୂର୍ଣ୍ଣ ବାର୍ଣ୍ଣହୀନ ଦେଖାଯାଏ। ସଂକ୍ରମିତ ଗଛ ପ୍ୟାଚ ଆକାରରେ ଦେଖାଯାଏ। ସେଗୁଡିକ ରୁଗୁଡିଆ ଦେଖାଯାନ୍ତି ଏବଂ ସାଧାରଣ ପତ୍ର ଠାରୁ ଅଧିକ ସବୁଜ ପତ୍ର ଧାରଣ କରିଥାନ୍ତି।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହି ପୋକ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା ଆମେ ଜାଣି ନାହୁଁ। ଯଦି ଏହାର ଲକ୍ଷଣ କିମ୍ବା ଆବିର୍ଭାବ ହ୍ରାସ ପାଇଁ କୌଣସି ସଫଳ ପଦ୍ଧତି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କାର୍ବୋଫ୍ୟୂରାନ 3ଜି (4କେଜି/ହେକ୍ଟର) ପ୍ରୟୋଗ କରିବା ଦ୍ଵାରା ଏହି ଟାଇଲେକୋରାଇଞ୍ଚଶ ବ୍ରେଭିଲିନିଟସ ସଂଖ୍ୟା ହ୍ରାସ କରାଯାଇ ପାରେ।

ଏହାର କାରଣ କଣ

ଟାଇଲେକୋରାଇଞ୍ଚଶ ବ୍ରେଭିଲିନିଟସ ନାମକ ନେମାଟୋଡ ଏହି ରୋଗର କାରକ ହୋଇଥାଏ। ବାଲିଆ ମାଟିରେ ଏହି ରୋଗ ଅଧିକ ମାତ୍ରାରେ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, କାଡିରୀ-3, ତିରୁପତି 2 ଏବଂ ତିରୁପତି 3 (ପ୍ରସନ୍ନ) ଭଳି ସହନୀଶୀଳ କିସମ ଲଗାନ୍ତୁ। ସବୁଜ ସାର ପ୍ରୟୋଗ କରନ୍ତୁ ଏବଂ ମାଟିରେ ଜୈବ ସାର ଦିଅନ୍ତୁ। ଉଷ୍ମ ଗ୍ରୀଷ୍ମ ଋତୁରେ ଅତି କମରେ 20 ସେମି ଗଭୀରତା ପର୍ଯ୍ୟନ୍ତ ହଳ କରନ୍ତୁ। ମାଟିକୁ ଖରା ସଂସ୍ପର୍ଶରେ ଆଣିଲେ ଏହା ନେମାଟୋଡ ବା ସୂତ୍ରଜୀବ ମାରିଥାଏ। ଏହାକୁ ଅଧିକ ଫଳପ୍ରସୂ କରିବାକୁ ଖରାଦିନେ ଜମି ପଡିଆ ରଖାଯାଇ ପାରେ। ଆପଣଙ୍କ ଜମିରେ ଧାନ କିମ୍ବା ଜୋଆର ଓ ମକା ଭଳି ଶସ୍ୟ ସହିତ ଫସଲ ପର୍ଯ୍ୟାୟ କରନ୍ତୁ। ଆଫେଲେଙ୍କଅଇଦେସ ଆରାଚିଡିସ ଏବଂ ବେଲୋନୋଲାଇମସ ଲଙ୍ଗିକାଦାତସ ପ୍ରବେଶ କଟକଣା କରିବା ପାଇଁ ସଠିକ ଭାବରେ କ୍ଵାରାଣ୍ଟାଇନ ନିୟମ ମନିଟର କରିବା ଆବଶ୍ୟକ ଅଟେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ