ଚିନାବାଦାମ

ଚିନାବାଦାମ ବିନ୍ଧା ପୋକ

Caryedon serratus

ପୋକ

5 mins to read

ସଂକ୍ଷେପରେ

  • ମଞ୍ଜିରେ ଛୋଟ କଣା କରି ଲାର୍ଭା ମଞ୍ଜିକୁ ଖାଇବା ଆରମ୍ଭ କରିଥାଏ.
  • ବୟସ୍କ ପୋକ ଦ୍ୱାରା ଛୁଇଁରେ ବଡ଼ କଣା କରାଯାଇଥାଏ.
  • ପୋକ ଛୁଇଁକୁ ଜମିରେ ଏବଂ ଭଣ୍ଡାରଣରେ, ଉଭୟ ଜାଗାରେ ଆକ୍ରମଣ କରିଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଚିନାବାଦାମ

ଲକ୍ଷଣ

ଏହି ପକ୍ଷ ସଂକ୍ରମଣର ପ୍ରାଥମିକ ପ୍ରମାଣ ହେଲା ଯେ ଚିନାବାଦାମ ଛୁଇଁରୁ ଲାର୍ଭା ବାହାରିବା ଓ ଛୁଇଁ ଭିତରେ କୁକୁନ ରହିବା. ଯେତେବେଳେ ଛୁଇଁକୁ ଭାଙ୍ଗି ଖୋଲାଯାଏ ସେତେବେଳେ ସଂକ୍ରମଣ ଯୋଗୁଁ ମଞ୍ଜିରେ କିଛି ନଷ୍ଟ ହୋଇଚି ବୋଲି ସାଧାରଣତଃ ଦେଖାଯାଏ ନାହିଁ.

Recommendations

ଜୈବିକ ନିୟନ୍ତ୍ରଣ

ଚିନାବାଦାମ ଛୁଇଁ ଗୁଡିକୁ ନିମ ମଞ୍ଜି ପାଉଡର କିମ୍ବା ଗୋଲ ମରିଚ ପାଉଡର ର ଉପଚାର କରନ୍ତୁ. ଆପଣ ନିମ ତେଲ, କରଞ୍ଜ ତେଲ କିମ୍ବା ଇଉକାଲିପଟାସ ତେଲ ବ୍ୟବହାର କରିପାରିବେ. ପବନ ଯାଉ ନଥିବା (ଏଆର ଟାଇଟ) ପଲିଥିନ ବ୍ୟାଗରେ କିମ୍ବା ଗାଲଭାନାଇଜଡ୍ ଧାତୁ ର ଡ୍ରମ କିମ୍ବା ପିଭିସି ଡ୍ରମ ରେ ଚିନାବାଦାମ ଛୁଇଁ ରଖନ୍ତୁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ମିଥାଇଲ ବ୍ରୋମାଇଡ (Methyl bromide) ଦ୍ୱାରା 32ଗ୍ରା/କ୍ୟୁବିକ ମି. ହିସାବରେ 4 ଘଣ୍ଟା ଧୂଆଁ (ଫ୍ୟୁମିଗେସନ) ଦିଅନ୍ତୁ. ଏହା ସହିତ କ୍ଲୋରୋପାଇରିଫସ (Chlorpyriphos) ଦ୍ୱାରା @3ଗ୍ରା/କିଗ୍ରା ହିସାବରେ ମଞ୍ଜି ଉପଚାର କରନ୍ତୁ. ଗୋଦାମ ର କାନ୍ଥରେ ଏବଂ ବ୍ୟାଗରେ ମାଲାଥିଅନ 50 EC @5ମିଲି/ଲି. ହିସାବରେ 2ରୁ 3 ଥର ସ୍ପ୍ରେ କରନ୍ତୁ. ବ୍ୟାଗରେ ଡେ଼ଲ୍ଟାମେଥ୍ରିନ @0.5ମିଲି/ଲି ହିସାବରେ ସ୍ପ୍ରେ କରନ୍ତୁ.

ଏହାର କାରଣ କଣ

ବୟସ୍କ ବାଦାମୀ ବିଟିଲ (C. Serratus) ର ଲାର୍ଭା ଯୋଗୁଁ କ୍ଷୟକ୍ଷତି ହୋଇଥାଏ. ବୟସ୍କ ବିଟିଲ ଛୁଇଁ ଉପରେ ଅଣ୍ଡା (ଛୋଟ ଏବଂ ସ୍ୱଚ୍ଛ) ଦେଇଥାଏ. ଅଣ୍ଡା ଫୁଟିଲା ପରେ, ଯୁବ ଲାର୍ଭା ଛୁଇଁରେ ସିଧା ଅଣ୍ଡାରୁ ବାହାରି ଛୁଇଁରେ ଖୋଳପା ଦେଇ ଭିତରେ ପଶି ଥାଏ. ଏହା ବଡ ହେଲା ପର୍ଯ୍ୟନ୍ତ ମଞ୍ଜିର ବୀଜପତ୍ର ଖାଇଥାଏ. ବୟସ୍କ ବିଟିଲ ଏକ ବଡ଼ କଣା କରି ଛୁଇଁ ଭିତରେ ପସିଥାଏ. ବୟସ୍କ ବିଟିଲ ଅଣ୍ଡାକୃତି ଏବଂ ବାଦାମୀ ରଙ୍ଗର ହୋଇଥାଏ ଏବଂ ସାଧାରଣତଃ ପ୍ରାୟ 7 ମିମି ଲମ୍ବା ହୋଇଥାଏ. ଅନୁକୂଳତମ ପରିବେଶରେ ଏହା ନିଜର ଜୀବନ ଚକ୍ର ପୁରା କରିବା ପାଇଁ ପ୍ରାୟ 40-42 ଦିନ ନେଇଥାଏ. ଏହି ବିଟିଲ ର ବିକାଶ 30-33°C ରେ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଯଥା CMV10, GG3 ଏବଂ ଅନ୍ୟ କିସମ ଯାହା ବିଟିଲ ମାନଙ୍କ ଦ୍ୱାରା ବହୁତ କମ ପସନ୍ଦ କରା ଯାଇଥାଏ.
  • ଦ୍ଵିତୀୟକ ରୋଗ ପୋକ ଆକ୍ରମଣକୁ କମ କରିବା ପାଇଁ ଭଙ୍ଗା ଏବଂ ନଷ୍ଟ ହୋଇଥିବା ମଞ୍ଜି ଗୁଡିକୁ ବାଛି ବାହାର କରି ଦିଅନ୍ତୁ.
  • ଜମିରେ ଚିନାବାଦାମ କୁ ଗଦା କରି ରଖନ୍ତୁ ନାହିଁ.
  • ପରିପକ୍ୱତାର ସଠିକ ଅବସ୍ଥାରେ ଚିନାବାଦାମ ଅମଳ କରନ୍ତୁ.
  • ଜମିରୁ ଭଣ୍ଡାରଣ କୁ ପୋକ ସଂକ୍ରମଣ ନ ଯିବା ପାଇଁ ମଞ୍ଜିକୁ ଭଲଭାବେ ଖରାରେ ଶୁଖାଇ ଏହାର ଜଳୀୟ ଅଂଶକୁ ସୁରକ୍ଷିତ ମାତ୍ରାରେ ରଖନ୍ତୁ (ସାଧାରଣତଃ 10% ରୁ କମ).
  • ଭଣ୍ଡାରଣ ଜାଗାକୁ ସଫା ଏବଂ ଧୂଆଁ (ଫ୍ୟୁମିଗେସନ) ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ