ଅନ୍ୟ

ମେଲନ ଫଳ ବିନ୍ଧା ମାଛି

Zeugodacus cucurbitae

ପୋକ

5 mins to read

ସଂକ୍ଷେପରେ

  • ଫଳ ପାଚିଯାଏ ଓ ଅପରିପକ୍ଵ ଅବସ୍ଥାରୁ ଝଡ଼ିଯାଏ.
  • ଫଳ ଉପରେ ଛୋଟ ରଙ୍ଗହୀନ ଚକଡା ଦେଖାଯାଏ.
  • ଚାରା, ମୂଳ, କାଣ୍ଡ ଏବଂ କଢ଼ ମଧ୍ୟ ସଂକ୍ରମିତ ହୋଇପାରେ.
  • ବୟସ୍କ ମାଛିର ଗାଢ଼ ବାଦାମୀ ମୁଣ୍ଡ ଥାଏ, ତିନୋଟି ଉଜ୍ଜ୍ୱଳ ହଳଦିଆ ପଟ୍ଟୀ ପିଠିରେ ଥାଏ ଏବଂ ପାରଦର୍ଶୀ ଡେଣା ଥାଏ.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

ଯ଼େଡ୍.କୁକୁରବିଟେ (Z. Cucurbitae) ର ମାଇ ମାଛି ଫଳର ଚୋପା କୁ କଣା କରି ଅଣ୍ଡା ଦେଇଥାଏ. ଲାର୍ଭା ଫଳ ଭିତରକୁ ସୁଡ଼ଙ୍ଗ କରି ଥାଏ. ଫଳ ଭିତରେ ମଳ ରହିବା ଯୋଗୁ ତଥା ପଚିଯିଵା ଯୋଗୁଁ ବିଶେଷ ଭାବେ କ୍ଷୟକ୍ଷତି ହୋଇପାରେ. ଛୋଟ ରଙ୍ଗହୀନ ଦାଗ ଫଳ ଚୋପା ଉପରେ ବିକାଶ ହୋଇପାରେ ଯେଉଁଥିରେ ମାଛି ଅଣ୍ଡା ଦେଇଥାଏ. ଅଣ୍ଡା ଦେବା ଦ୍ୱାରା ହୋଇଥିବା ଦାଗ ପରବର୍ତୀ ସମୟରେ ଅବସରଵାଦୀ କବକ ଓ ଜୀବାଣୁ ଦ୍ୱାରା ସଂକ୍ରମଣ ପାଇଁ ସୁଯୋଗ ଦେଇଥାଏ. ସଂକ୍ରମିତ ଫଳ ପଚି ଯାଏ ଓ ବହୁତ ସମୟରେ ଗଛରୁ ଅପରିପକ୍ଵ ଅବସ୍ଥାରେ ଝଡ଼ିଯାଏ. ଶୁକ ମାଛି ମଧ୍ୟ ଯୁବ ଚାରା, ତରଭୁଜ ର କଅଁଳିଆ ମୁଖ୍ୟ ମୂଳ ଏବଂ କାକୁଡି, ସ୍କ୍ୱାସ ଆଦି ଫସଲରେ କାଣ୍ଡ ଓ କଢ କୁ ଆକ୍ରମଣ କରିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଅମଳ ପରେ ଫଳର ଗରମ (ଗରମ ବାଷ୍ପ କିମ୍ବା ପାଣି) କିମ୍ବା ଶୀତଳ ଉପଚାର କଲେ ପରିବହନ ସମୟରେ ଓ ପରେ ମାଛି ସଂକ୍ରମଣର ଆଶଙ୍କା କୁ ଦୁରେଇ ହେବ. ବଢୁଥିବା ଫଳକୁ ସୁରକ୍ଷାତ୍ମକ ଖୋଳ ଦ୍ୱାରା ଘୋଡାଇ ସୁରକ୍ଷା ଦିଅନ୍ତୁ. ଫେରୋମନ କିମ୍ବା ପ୍ରୋଟିନ ଜାଲ ଦ୍ୱାରା ମାଛି ଧରନ୍ତୁ. ଉଦାହରଣ ସ୍ୱରୂପ ମିଥାଇଲ୍ ଇଉଯେନୋଲ୍ (Methyl Eugenol) ଅଣ୍ଡିରା ମାଛିକୁ ଆକର୍ଷଣ କରିଥାଏ. ତୁଳସୀ ପତ୍ର ରସ ଯେଉଁଥିରେ ଇଉଯେନୋଲ୍, ବିଟା-କେରିଓଫାଇଲେନ୍ (Beta-Caryophyllene) and ବିଟା-ଏଲିମିନ୍ (Beta-Elemene) ଥାଏ, ତାହାକୁ ତୁଳା ରେ ଲଗାଇ ରଖିଲେ ମାଛି ମାନଙ୍କୁ 0.8 କିମି ଦୂରରୁ ଆକର୍ଷିତ କରିଥାଏ. ଏହଁ ସହ ସ୍ଟିନୋସାଡ଼ ମିଶାଇ ସ୍ପ୍ରେ କଲେ ଫସଲରେ ମାଛି ମାନଙ୍କୁ ମାରିପାରେ. ନିମ ମଞ୍ଜି ର ରସ ମଧ୍ୟ ବ୍ୟବହାର କରାଯାଇପାରେ ଯାହା ଅଣ୍ଡା ଦେବାରୁ ବିକର୍ଷିତ କରିଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ମାଲାଥିଅନ ଥିବା କୀଟନାଶକ ପ୍ରୟୋଗ କଲେ ମାଛି ବିରୋଧରେ ମଧ୍ୟମ ଧରଣରେ ନିୟନ୍ତ୍ରଣ କରିଥାଏ. ପ୍ରୋଟିନ ମିଶା ଜାଲ ଦ୍ୱାରା ନିର୍ଦ୍ଧିଷ୍ଟ ଜାଗାକୁ ମାଛିକୁ ଆକର୍ଷଣ କରି ସ୍ପ୍ରେ କଲେ ଭଲ ନିୟନ୍ତ୍ରଣ ହୋଇଥାଏ.

ଏହାର କାରଣ କଣ

ଏହି ମାଛି ନୂଆ ହୋଇଥିବା ଫଳର ଚୋପା ତଳେ ଅଣ୍ଡା ଗ୍ରୁପ ରେ ଦେଇଥାଏ. ଅଣ୍ଡାରୁ ଫୁଟିଥିବା ଶୁକ 10-12 ମିମି ଲମ୍ବା ହୋଇଥାଏ ଯେତେବେଳେ ପୁରା ବଢିଯାଏ ଏବଂ ଫଳ ରସରେ କଣା କରି କ୍ଷୟକ୍ଷତି କରିଥାଏ. ମୁଖ୍ୟତଃ ମାଟି ଭିତରେ କିନ୍ତୁ ବେଳେବେଳେ ଫଳ ଭିତରେ ପ୍ୟୁପା ଅବସ୍ଥା 10 ଦିନ ପର୍ଯ୍ୟନ୍ତ ଚାଲେ. ଅଣ୍ଡାକୃତି, ବାଦାମୀ 6-8 ମିମି ଲମ୍ବା ବସା ଭିତରେ ପ୍ୟୁପା ବିକାଶ ହୋଇଥାଏ. ଅତ୍ୟନ୍ତ ଶୁଖିଲା ପାଗରେ ପ୍ୟୁପା ପୁଣି ନିଷ୍କ୍ରିୟ ଅବସ୍ଥାକୁ ଚାଲିଯାଏ. ବୟସ୍କ ମାଛି 8-10 ମିମି ଲମ୍ବା ହୋଇଥାଏ, ତାହାର ବାଦାମୀ ରଙ୍ଗର ମୁଣ୍ଡ ଏବଂ ପିଠିରେ ଉଜ୍ଜ୍ୱଳ ହଳଦିଆ ପଟ୍ଟୀ ଥାଏ. ସେମାନେ ମହୁ, ଖରାପ ହୋଇଥିବା ଫଳ ରସ ତଥା ଗଛର ରସ ଖାଇଥାନ୍ତି. ଡେଣା ଗୁଡିକ ପାରଦର୍ଶୀ ଓ ଟିପରେ ବାଦାମୀ ପଟ୍ଟୀ ଥାଏ. ଡେଣା 12-15 ମିମି ଲମ୍ବା ହୋଇଥାଏ. ଏହି ମାଛିର ଜୀବନ ଚକ୍ର 3-4 ସପ୍ତାହ ଚାଲେ ଏବଂ ବର୍ଷରେ ବହୁତ ଥର ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପୁରା ଶୁକ ସଂଖ୍ୟାର ବିନାଶ ସୁନିଶ୍ଚିତ ପାଇଁ ଅମଳ ହୋଇନଥିବା ଫଳକୁ 0.5 ମିଟର ଗଭୀରରେ ପୋତି ଦେବା ଦରକାର.
  • ଜମିକୁ ନିୟମିତ ଭାବେ ହଳ କରିବା ଦରକାର ଯଦ୍ୱାରା ପ୍ୟୁପା ଉପରକୁ ଆସି ଖରାରେ ନଷ୍ଟ ହେଇଯିବ.
  • ନହେଲେ ଗଭୀର ମାଟିରେ ପୋତି ହୋଇଯିବ.
  • ଯଦି ଉପଲବ୍ଧ ହୁଏ ତେବେ ପ୍ରତିରୋଧି କିସମ ର ବିହନ ବ୍ୟବହାର କରନ୍ତୁ.
  • ଯନ୍ତା ବ୍ୟବହାର କରି ନିୟମିତ ଭାବେ ଫସଲ ନିରୀକ୍ଷଣ କରନ୍ତୁ.
  • ଯନ୍ତା ବ୍ୟବହାର କରି ବଡ ସଂଖ୍ୟାରେ ମାଛି ଧରନ୍ତୁ.
  • ଅନ୍ୟ ଜାଗାକୁ ସଂକ୍ରମିତ ଫଳ ସ୍ଥାନାନ୍ତରଣ କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ