ଆମ୍ବ

ଆମ୍ବ ଟାକୁଆ ବିନ୍ଧା ପୋକ

Deanolis albizonalis

ପୋକ

5 mins to read

ସଂକ୍ଷେପରେ

  • ନୂଆ ଫଳରେ କଳା ପ୍ରବେଶ କଣା ଥାଏ । ଫଳ ଫାଟି ଯାଇପାରେ ଏବଂ ଅକାଳରେ ଝଡିଯାଇପାରେ । ପ୍ରଜାପତି ଧୂସର ରଙ୍ଗର ଅଟେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ଗଛରେ ଝୁଳୁଥିବା ମଟର ବା ଲେମ୍ବୁ ଆକାରର ଫଳର ତଳ ଶେଷ ଭାଗରେ ଗୋଲ ଓ ବିବର୍ଣ ତାଳି ଦ୍ଵାରା ଘେରି ହୋଇ ରହିଥିବା ପ୍ରବେଶ କଣା ଥାଏ ।ଫଳର ଆକାର ଲେମ୍ବୁଠାରୁ ବଡ ହେଲେ ଚୋବାହୋଇଥିବା ଶସ ଓ ରସ ପ୍ରବେଶ କଣାରୁ ବାହାରେ ।ବିନ୍ଧା ପୋକର କାର୍ଯ୍ୟ ଯୋଗୁଁ ଫଳ ଫାଟିଯାଇପାରେ । ତାପରେ ଶୂକ ଅନ୍ୟ ଫଳକୁ ଚାଲିଯାଏ । ଶୁକମାନଙ୍କ ଲାଲ ଓ ଧଳା ବଳୟ କ୍ରମର ଏକ ଆବରଣ ଥାଏ କଳା ବେକ ଓ ମୁଣ୍ଡ ଥାଏ । ବୟସ ବଢିବା ସମୟରେ , ସେମାନେ ସବୁଜ ନୀଳ ରଙ୍ଗରେ ପରିଣତ ହୁଅନ୍ତି । ପ୍ରଥମରେ ,ସେମାନେ ଶସ ଖାଆନ୍ତି , ତାପରେ ମଞ୍ଜି ବ ଟାକୁଆ ଖାଆନ୍ତି । ସେମାନେ ଅକାଳ ଫଳ ଝଡା କରନ୍ତି , ନିର୍ଦ୍ଦିଷ୍ଟ ଭାବରେ ନୂଆ ଫଳରେ । ଅତ୍ୟଧିକ ଆକ୍ରମିତ ଗଛ ତଳେ ଶହ ଶହ ନୂଆ ଫଳ ମିଳେ ।

Recommendations

ଜୈବିକ ନିୟନ୍ତ୍ରଣ

ଡ଼ି ॰ ଆଲ୍ବିଜୋନାଲିସ ପାଇଁ ନିମ୍ବ ନିର୍ଯ୍ୟାସ (azadirachtin ) ଏକ ସପ୍ତାହ ଅନ୍ତରରେ ଆମ୍ବର ଫୁଲ ଅବସ୍ଥା ଠାରୁ ଲଗାତର 2 ମାସ ପ୍ରୟୋଗ କରନ୍ତୁ । ଆମ୍ବ ଟାକୁଆ ବିନ୍ଧା ପୋକର ପ୍ରକୃତିକ ଶତ୍ରୁ , ଉଦାହରଣ ସ୍ୱରୂପ ରିଚିଆମ ଆତ୍ରିଶିମମ ବିରୁଡି ( ଶୂକ ଖାଏ ) ଏବଂ ଟ୍ରାଇକୋଗ୍ରାମ୍ମା ଚିଲୋନିସ ଓ ଟ୍ରାଇକୋଗ୍ରାମା ଚିଲୋତ୍ରି ଯାହାକି ଏହି ପୋକର ଅଣ୍ଡକୁ ନିଷ୍କ୍ରିୟ କରେ , ସଂଖ୍ୟା ପରିଚାଳନା କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପ୍ଧାତି ଗ୍ରହଣ କରନ୍ତୁ ।ଫଳପ୍ରସୂ ଭାବେ ଆମ୍ବର ଟାକୁଆ ବିନ୍ଧା ପୋକ ନିୟନ୍ତ୍ରଣ କରିବାକୁ ଥାଇୟାକ୍ଳୋପ୍ରିଡ ଥିବା ସିଂଚନ ପ୍ରୟୋଗ କରନ୍ତୁ ।ଅନ୍ୟ ଉପାଦାନ ଥିବା କୀଟନାଶକ ମଧ୍ୟ ଫଳପ୍ରସୂ ହୋଇପାରେ ।

ଏହାର କାରଣ କଣ

ବୟସ୍କ ପ୍ରଜାପତିର ସମତଳ ଧୂସର ରଙ୍ଗ ଥାଏ ଏବଂ ଡେଣାର ଆକାର ପ୍ରାୟ 13 ମିମି ଥାଏ ।ସେମାନେ ପ୍ରାୟ ଏକ ସପ୍ତାହ ପାଇଁ ବଞ୍ଚନ୍ତି ଓ ଫଳ ଡେମ୍ଫ ମୂଳରେ 2ଟି ଲେଖାଏଁ ଅଣ୍ଡା ଦିଅନ୍ତି । ଶୂକ ଫଳ ଭିତରେ ପଶେ ଓ ଶସ ଓ ମଞ୍ଜି ଖାଏ । ବକଳର 1 ରୁ 2 ସେମି ଗଭୀର କଣା( ଯାହାକୁ ଶୂକ ଚର୍ବିତ ବକଳ କଣିକା ଦ୍ଵାରା ବନ୍ଦ କରେ0 କୋଷା ହୁଏ ଓ ବାହାରକୁ ଦେଖାଯାଏ । 10 ରୁ 14 ଦିନ ପରେ ବଯସ୍କମାନେ ବାହାରନ୍ତି ଏବଂ ରାତ୍ରିଚର ଅଟନ୍ତି । ଆକ୍ରମିତ ଫଳର ପରିବହନ ଦ୍ଵାରା ଏହି ପୋକର ବିସ୍ତାର ହୁଏ ଏବଂ ବୟସ୍କ ପ୍ରଜାପତିମାନେ ବିଭିନ୍ନ ବଗିଚାକୁ ଉଡିଯିବା ପାଇଁ ସମର୍ଥ ଅଟନ୍ତି ।


ସୁରକ୍ଷାତ୍ମକ ଉପାୟ

  • ବିଶ୍ଵାସୀ ଯୋଗାଣକାରୀଠାରୁ ପ୍ରାମାଣିକ ବିହନ ସାମଗ୍ରୀ ଚୟନ କରନ୍ତୁ । ପୋକର ଓ ଅସାମାନ୍ୟ ଲକ୍ଷଣ ଦେଖିବା ପାଇଁ ବାରମ୍ବାର , ମୁଖ୍ୟତଃ ଫଳ ଧରିବା ସମୟରେ ବଗିଚା ନିରୀକ୍ଷଣ କରନ୍ତୁ । ଆକ୍ରମିତ ଫଳ ଓ ସେହି ଗଛର ବକଳ ନଷ୍ଟ କରନ୍ତୁ । ପବନ ରୋଧକ ପ୍ରଜାପଟିକୁ ଅନ୍ୟ ବଗିଚା ଆକ୍ରମଣ କରିବାରୁ ବାଧା ଦେଇପାରେ । ଆକ୍ରମିତ ଫଳକୁ ଅନ୍ୟ ଜମି ବ ଅଞ୍ଚଳକୁ ନିଅନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ