ବନ୍ଧାକୋବି

ବଳୟ ଦାଗ

Mycosphaerella brassicicola

ଫିମ୍ପି

5 mins to read

ସଂକ୍ଷେପରେ

  • ହଳଦିଆ ବଳୟ ସହିତ ଏକ ଗାଢ ଦାଗ। ଦାଗ ଭିତରେ ସମକେନ୍ଦ୍ର ବିଶିଷ୍ଟ ଗାଢ ବଳୟ ଥାଏ। ପତ୍ର ହଳଦିଆ ହୁଏ। ଅସମୟ ପତ୍ରଝଡା ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବନ୍ଧାକୋବି
ଫୁଲକୋବି

ବନ୍ଧାକୋବି

ଲକ୍ଷଣ

ସାଧାରଣତଃ ପୁରୁଣା ପତ୍ରରେ ଲକ୍ଷଣ ଦେଖାଯାଏ, କିନ୍ତୁ ଯଦି ନୂଆ ପତ୍ର ପ୍ରଭାବିତ ହୁଏ, ତାହାହେଲେ ଅତ୍ୟଧିକ ଲକ୍ଷଣ ହୋଇଥାଏ। ପ୍ରାରମ୍ଭରେ ପତ୍ର ଫଳକରେ ହଳଦିଆ ବଳୟ ଘେରି ରହିଥିବା 3-5 ମିମି ଛୋଟ ଗାଢ ଦାଗ ଦେଖାଯାଏ। ଶିରା ମଧ୍ୟରେ ସୀମିତ ରହି ତାହା ସବୁଜ-ମାଟିଆ କିମ୍ବା ଧୂସର-କଳା ଓ 2-3 ସେମି ବଡ ହୋଇଥାଏ। ଦାଗ ମଧ୍ୟରେ ଛୋଟ ବିନ୍ଦୁଗୁଡିକ ସମକେନ୍ଦ୍ରିକ ବଳୟ ସୃଷ୍ଟି କରିଥାନ୍ତି। ଦାଗ ଗୁଡିକ ପରସ୍ପର ମିଶି ପତ୍ରକୁ ହଳଦିଆ କରିଥାନ୍ତି। ଅତ୍ୟଧିକ ସଂକ୍ରମଣ ସ୍ଥଳେ, ଅସମୟ ପତ୍ରଝଡା ଦେଇଥାଏ। ବଳୟ ଦାଗ କବକ ଦ୍ଵାରା ହୋଇଥିବା ଦାଗ ଅଲ୍ଟର୍ନାରିଆ ଜାତି ଦ୍ଵାରା ହୋଇଥିବା ଦାଗ ସଦୃଶ ଦେଖାଯାଏ। ମୁଖ୍ୟ ପ୍ରଭେଦ ହେଉଛି, ବଳୟ ଦାଗ ଧୂସର ଓ ସମକେନ୍ଦ୍ରିକ ବଳୟ ଭିତରେ କଳା, ପିନ ମୁନ ଭଳି ବିନ୍ଦୁ ଥାଏ। ଭୁଇଁ ଉପରେ ଗଛର ସବୁ ଅଂଶରେ ଲକ୍ଷଣ ଦେଖାଯାଇ ପାରେ। ପ୍ରତି କ୍ଷତ ଚିହ୍ନରେ ଗାଢ ସମକେନ୍ଦ୍ରିକ ବଳୟ ଥାଏ, କଳା ଫଳନ ଅଂଶ ଗଠନ କରେ ଏବଂ ଏକ ହଳଦିଆ କ୍ଷେତ୍ର ଦ୍ଵାରା ଆବୃତ୍ତ ନିର୍ଦ୍ଦିଷ୍ଟ ଧାର ଥାଏ। ଅତ୍ୟଧିକ ସଂକ୍ରମଣରେ ଦାଗ ଗୁଡିକ ପରସ୍ପର ମିଶିଥାନ୍ତି ଏବଂ ସଂପୂର୍ଣ୍ଣ ଗଛ ପ୍ରଭାବିତ ହୋଇପାରେ ଓ କଳା ପଡିଯାଇ ପାରେ। ମଞ୍ଜି ଡେମ୍ଫରେ କବକ 2,4-ଡ଼ି ତୃଣନାଶକ ଦ୍ଵାରା ହେଉଥିବା କ୍ଷତ ସଦୃଶ ବିକୃତି ସୃଷ୍ଟି କରିଥାଏ। ଗଚ୍ଛିତ ବନ୍ଧାକୋବିରେ ଗାଢ କ୍ଷତ ଚିହ୍ନ ବିକାଶିତ ହୋଇପାରେ ଓ ଅଧିକ ଭିତରକୁ ଯାଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା କଥା ଆମେ ଜାଣି ନାହୁଁ। ଏହାର ଆବିର୍ଭାବ କିମ୍ବା ଲକ୍ଷଣ ହ୍ରାସ କରିବା ପାଇଁ ଯଦି ଆପଣ କିଛି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଲଗାଇବା ପୂର୍ବରୁ ବିହନକୁ ଥିରାମ କିମ୍ବା ମାଙ୍କୋଜେବ ଦ୍ଵାରା ଉପଚାର କରନ୍ତୁ। ଥଣ୍ଡା ଆର୍ଦ୍ର ପାଣିପାଗ ସମୟରେ କ୍ଳୋରୋଥାନୋନିଲ, ମାଙ୍କୋଜେବ କିମ୍ବା କପର ସିଞ୍ଚନ ପ୍ରୟୋଗ କରନ୍ତୁ। ଯେଉଁଠି ଥଣ୍ଡା ଆର୍ଦ୍ର ପାଣିପାଗ ସଂକ୍ରମଣର ବିସ୍ତାରକୁ ଅନୁକୂଳ କରିଥାଏ ଏବଂ ଅଧିକ ପନିପରିବା ଚାଷ ହେଉଥାଏ, ଅଧିକ ସଂଖ୍ୟାରେ ପବନ ବାହିତ ରେଣୁ ଥିବା କାରଣରୁ ଏହି ରୋଗ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ।

ଏହାର କାରଣ କଣ

ମାଇକୋସ୍ଫେରେଲା ବ୍ରାସିସିକୋଲା ନାମକ ପବନ ବାହିତ ଜୀବାଣୁ ଦ୍ଵାରା ଏହି କ୍ଷତି ହୋଇଥାଏ। ପାଣି ଛାଟ, ପବନ ଓ ବର୍ଷା ଦ୍ଵାରା ଏହି ରେଣୁ ବିସ୍ତାରିତ ହୋଇଥାଏ। ପ୍ରଜନନ ପାଇଁ ଏହି କବକ ଅତି କମରେ 4 ଦିନ ଧରି 100% ଆପେକ୍ଷିକ ଆର୍ଦ୍ରତା ରହିବା ସମୟ ଆବଶ୍ୟକ କରିଥାଏ। ଦୁର୍ବଳ ମୃତ୍ତିକା ନିଷ୍କାସନ ବ୍ୟବସ୍ଥା ଏବଂ 16-20°C ତାପମାତ୍ରା ଜୀବାଣୁର ବିକାଶକୁ ସାହାଯ୍ୟ କରିଥାଏ। ମୁଖ୍ୟତଃ ବିହନ ଉତ୍ପାଦନ ପାଇଁ ଏହି ରୋଗ ସମସ୍ୟା ସୃଷ୍ଟି କରିଥାଏ ଏବଂ ବିହନ ଜୀବାଣୁ ବହନ କରିପାରେ। ସଂକ୍ରମିତ ବାଳୁଙ୍ଗା, ଫସଲ ପୋଷକ କିମ୍ବା ଅବଶେଷରେ ଏହି କବକ ଶୀତସୁପ୍ତି କରିଥାଏ। ପବନ ଦ୍ଵାରା ରେଣୁ ବ୍ୟାପୀ ଥାଏ। ଥଣ୍ଡା ଆର୍ଦ୍ର ପାଣିପାଗ ରୋଗର ବିକାଶ ପାଇଁ ଅନୁକୂଳ ଅଟେ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ପ୍ରତିରୋଧୀ କିସମ ବ୍ୟବହାର କରନ୍ତୁ। ପତ୍ର ଦାଗ ପାଇଁ ଆପଣଙ୍କ ନର୍ସରୀ ନିରୀକ୍ଷଣ କରନ୍ତୁ, ସଂକ୍ରମିତ ପତ୍ର କାଢି ଦିଅନ୍ତୁ, କିମ୍ବା ଯଦି ଅଧିକ ପତ୍ରରେ ଦାଗ ଦେଖାଗଲେ ଚାରାକୁ ନଷ୍ଟ କରି ଦିଅନ୍ତୁ। ଜମିରେ କେବଳ ସୁସ୍ଥ ଚାରା ଲଗାନ୍ତୁ। ଜମିରେ ଓ ଚାରିପାଖର ବାଳୁଙ୍ଗା କାଢି ନଷ୍ଟ କରି ଦିଅନ୍ତୁ , କାରଣ ତାହା ବିକଳ୍ପ ପୋଷକ ହୋଇପାରେ। ଫସଲ ଅବଶେଷ ସଂଗ୍ରହ କରି ପୋତି କିମ୍ବା ଜାଳି ନଷ୍ଟ କରି ଦିଅନ୍ତୁ। ନତୁବା, ଆପଣ ପ୍ରଭାବିତ ଅବଶେଷକୁ ହଳ କରି ପାରନ୍ତି। ଜମିରେ ପୁଣି ଲଗାଇବା ପୂର୍ବରୁ ଅବଶେଷ ସଂପୂର୍ଣ୍ଣ ସଢିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ପୋଷକ ନଥିବା ଫସଲ ସହିତ 2-3 ବର୍ଷ ଫସଲ ପର୍ଯ୍ୟାୟ ବିଷୟରେ ବିଚାର କରନ୍ତୁ। 30 ମିନିଟ ପାଇଁ 122°F ଗରମ ପାଣିରେ ବିହନ ଉପଚାର କରନ୍ତୁ। ବିହନ ବାହିତ ଜୀବାଣୁ ବିନାଶ କରିବାରେ ଏହା ସହାୟକ ହୋଇଥାଏ। ପ୍ରତି ବିହନ ପ୍ୟାକେଟରୁ ଅଳ୍ପ ପରିମାଣର ବିହନ ନେଇ ଉପଚାର କରନ୍ତୁ ଏବଂ ସବୁ ବିହନ ଉପଚାର କରିବା ପୂର୍ବରୁ ଅଙ୍କୁରଣ ପରୀକ୍ଷଣ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ