ବାଇଗଣ

ଫୋମୋପ୍ସିସ ପୋଡା ରୋଗ

Diaporthe vexans

ଫିମ୍ପି

5 mins to read

ସଂକ୍ଷେପରେ

  • ଫଳ ଉପରେ ବାଦାମୀ, ନରମ, ଖାଲୁଆ କ୍ଷତ ଦାଗ ଦେଖାଯାଏ। ପତ୍ର ଉପରେ ଧୂସରରୁ ବାଦାମୀ ଦାଗ, ଫିକା କେନ୍ଦ୍ର ଦେଖାଯାଏ। ପତ୍ରର ପୋଡା ଏବଂ ମଉଳି ଯିବା ଦେଖାଯାଏ। କାଣ୍ଡରେ ଗାଢ, ଖାଲୁଆ ଯାଦୁରା ଦାଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବାଇଗଣ

ଲକ୍ଷଣ

ଲକ୍ଷଣ ପତ୍ର, କାଣ୍ଡ ଏବଂ ଫଳରେ ଦେଖାଯାଏ, ଫଳରେ ଏହା ଅଧିକ ମାତ୍ରାରେ ଦେଖାଯାଏ। ଛୋଟ ଧୂସରରୁ ବାଦାମୀ ଦାଗଗୁଡ଼ିକ ଫିକା କେନ୍ଦ୍ର ସହିତ ଦେଖାଯାଏ ଏବଂ ଶେଷରେ ସଂଖ୍ୟା ଅନେକ ହୋଇପାରେ ଏବଂ ପତ୍ର ଫଳକର ବହୁତ ସ୍ଥାନ ଆଚ୍ଛାଦନ କରିପାରେ। ଗୁରୁତର ସଂକ୍ରମିତ ପତ୍ରଗୁଡିକ ହଳଦିଆ ହୋଇଯାଏ ଏବଂ ପରେ ଫଟା ଓ ଛିନ୍ନ ଟିସୂ ସହିତ ମଉଳି ଯାଏ। କାଣ୍ଡରେ ବାଦାମୀରୁ ଗାଢ, ଫଟା ଓ ଖାଲୁଆ ଯାଦୁରାର ବିକାଶ ହୋଇପାରେ। ଗଛ ମୂଳରେ ଏହି ଯାଦୁରା କାଣ୍ଡକୁ ଘେରି ରହି ଜଳ ଏବଂ ପୋଷକ ତତ୍ତ୍ୱ ପରିବହନରେ ବାଧା ସୃଷ୍ଟି କରିପାରେ ଏବଂ ଶେଷରେ ଗଛକୁ ମାରି ଦେଇପାରେ। ଫଳ ଉପରେ ବାଦାମୀ, ନରମ, ଖାଲୁଆ କ୍ଷତ ଦେଖାଯାଏ। ଯେତେବେଳେ ସେମାନେ ବଢନ୍ତି, ସେମାନେ ପ୍ରାୟତଃ ପରସ୍ପର ମିଶି ଯାଆନ୍ତି, ଫଳ ପୃଷ୍ଠର ଏକ ବଡ଼ ଅଂଶକୁ ଆଚ୍ଛାଦନ କରନ୍ତି ଏବଂ ସେମାନଙ୍କ ଧାରରେ ଛୋଟ କଳା ବିନ୍ଦୁଗୁଡ଼ିକର ଏକାଗ୍ର ବଳୟ ସୃଷ୍ଟି କରନ୍ତି। ପରିଶେଷରେ, ଫଳଗୁଡିକ ପଚି ଯାଏ। ପତ୍ର ଏବଂ ଡାଳରେ ଥିବା ପୁରୁଣା କ୍ଷତରେ ଛୋଟ କଳା ବିନ୍ଦୁ ମଧ୍ୟ ଦେଖାଯାଏ। ଯଦି ଅବସ୍ଥା ଶୁଷ୍କ ହୋଇଥାଏ, ସଂକ୍ରମିତ ଫଳ ଗଛ ଶୁକୁଟି ଯାଏ, ଶୁଖିଯାଏ ଏବଂ ମମି ଭଳି ହୋଇଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଜୈବିକ କବକନାଶୀ ସହିତ ଉପଚାର ଏହି ରୋଗର ତୀବ୍ରତା ଏବଂ ଗମ୍ଭୀରତା ହ୍ରାସ କରିବାରେ ଉପଯୋଗୀ ହୋଇପାରେ। କପର ଦ୍ରବଣ ଆଧାରିତ ଉତ୍ପାଦଗୁଡିକ (ଯଥା ବୋର୍ଡୋକ୍ସ ମିଶ୍ରଣ) ପତ୍ର ସିଞ୍ଚନ ଭାବରେ ପ୍ରୟୋଗ କରାଯାଇପାରିବ। ନିମ ନିର୍ଯ୍ୟାସ ଏକ ନିରାପଦ ଏବଂ ପରିବେଶ ଅନୁକୂଳ ଦ୍ରବଣ ଯାହା ଏହି ରୋଗର ପରିଚାଳନାରେ ବ୍ୟବହୃତ ହୋଇଛି। ଗରମ ପାଣି ସହିତ ବିହନ ଉପଚାର ମଧ୍ୟ ବିଚାର କରାଯାଇପାରେ (56 ° C ରେ 15 ମିନିଟ ପାଇଁ )।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯଦି କ୍ଷେତ୍ରରେ ରୋଗ ଚିହ୍ନଟ ହୁଏ ଏବଂ ଅର୍ଥନୈତିକ ସୀମା ପହଞ୍ଚେ, ତେବେ କବକନାଶୀ ଉପଚାର ସୁପାରିଶ କରାଯାଏ। ପତ୍ର ସିଞ୍ଚନ ଭାବରେ ପ୍ରୟୋଗ କରାଯାଉଥିବା ଅଧିକ ସାଧାରଣ କବକନାଶୀ ହେଉଛି ଆଜୋକ୍ସିଷ୍ଟ୍ରୋବିନ୍, ବସ୍କାଲିଡ୍, କ୍ୟାପଟନ୍, କ୍ଲୋରୋଥାଲୋନିଲ୍, କପର ଅକ୍ସାଇକ୍ଲୋରାଇଡ୍, ଡିଟିଓକାର୍ବାମେଟସ୍, ମାନେବ, ମାନକୋଜେବ୍, ଥିଓଫାନେଟ୍-ମିଥାଇଲ୍, ଟୋଲ୍କୋଫୋସ୍-ମିଥାଇଲ୍, ପିରାକ୍ଲୋଷ୍ଟ୍ରୋବିନ୍। ଚାଷ ଭିତ୍ତିକ ନିୟନ୍ତ୍ରଣ ପଦ୍ଧତି ସହିତ ମିଳିତ ହେଲେ କବକନାଶୀ ଅଧିକ ପ୍ରଭାବଶାଳୀ ହୋଇଥାଏ। ବିହନ ଉପଚାର ମଧ୍ୟ ବ୍ୟବହୃତ ହୋଇପାରେ, ଉଦାହରଣ ସ୍ୱରୂପ ଥିଓଫେନେଟ୍ ମିଥାଇଲ୍ (0.2%) ସହିତ।

ଏହାର କାରଣ କଣ

ଏହି ଲକ୍ଷଣଗୁଡିକ ଫୋମୋପସିସ୍ ଭେକ୍ସାନ୍ସ ନାମକ କବକ ଦ୍ଵାରା ଘଟିଥାଏ, ଏହି ଜୀବାଣୁ ବାଇଗଣ ଗଛରେ ସୀମିତ ଥିବା ପରି ମନେହୁଏ (ଟମାଟୋ ଏବଂ ଲଙ୍କା ସଂକ୍ରମଣର କେତେକ ରିପୋର୍ଟ ସତ୍ତ୍ୱେ)। କବକ ଫସଲ ଅବଶେଷରେ ବଞ୍ଚିଥାଏ ଏବଂ ଏହାର ସ୍ପୋରସ୍/ରେଣୁ ପବନ ଏବଂ ବର୍ଷା ଦ୍ୱାରା ସୁସ୍ଥ ଗଛ ଉପରେ ବିସ୍ତାର ହୁଏ। ଏହା ମଧ୍ୟ ବିହନ ଦ୍ଵାରା ବାହିତ ହୋଇଥାଏ ବୋଲି ଅନୁମାନ କରାଯାଏ। ଏହି ରୋଗ ନିୟନ୍ତ୍ରଣ କରିବାକୁ ଏହା ପ୍ରାମାଣିକ ଏବଂ ସୁସ୍ଥ ବିହନ ବ୍ୟବହାରକୁ ଗୁରୁତ୍ୱ ଦେଇଥାଏ। ପତ୍ର ଟିସୁର ଅନୁପ୍ରବେଶ 6-12 ଘଣ୍ଟା ମଧ୍ୟରେ ହୋଇପାରେ ଏବଂ ସଂକ୍ରମଣ ଏବଂ ରୋଗ ବିକାଶ (27-35 ° C) ପାଇଁ ଗରମ ଏବଂ ଅପେକ୍ଷାକୃତ ଆର୍ଦ୍ର ଅବସ୍ଥା ଆବଶ୍ୟକ। ଫଳ କ୍ଷତଗୁଡିକର ବିକାଶ 30 ° C ଏବଂ ଷ୍ଟୋରେଜ୍ ଚାମ୍ବରରେ 50% ଆପେକ୍ଷିକ ଆର୍ଦ୍ରତା ଥିଲେ ହୋଇପାରେ।


ସୁରକ୍ଷାତ୍ମକ ଉପାୟ

  • ନିର୍ଭରଯୋଗ୍ୟ ଉତ୍ସରୁ ଉଚ୍ଚ-ଗୁଣାତ୍ମକ ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ବିକଳ୍ପ ଭାବେ, ସୁସ୍ଥ ଗଛରୁ ମଞ୍ଜି ସଂଗ୍ରହ କରନ୍ତୁ। ଯଦି ଉପଲବ୍ଧ ଏବଂ ଆପଣଙ୍କ ବଜାର ଆବଶ୍ୟକତା ପାଇଁ ଉପଯୁକ୍ତ ତେବେ ପ୍ରତିରୋଧକ କିସମ ଲଗାନ୍ତୁ। ଦୁଇ ଧାଡି ମଧ୍ୟରେ ଏବଂ ଗଛ ଗଛ ମଧ୍ୟରେଏକ ବଡ଼ ବ୍ୟବଧାନ ରଖନ୍ତୁ। ପତ୍ରଗୁଡିକ ଶୀଘ୍ର ଶୁଖିବାକୁ ସୁବିଧା ଦେବା ପାଇଁ ପ୍ରବାହିତ ପବନ ଦିଗ ସହିତ ସମାନ୍ତରାଳ ଭାବରେ ଲଗାନ୍ତୁ। ଏପରି ଜଳସେଚନ ଯୋଜନା କରନ୍ତୁ ଯାହା ଦ୍ଵାରା ପତ୍ରଗୁଡ଼ିକ ସନ୍ଧ୍ୟା ପୂର୍ବରୁ ଶୁଖିବାକୁ ସମୟ ପାଇବ। କମ୍ ଯାବକ୍ଷାରଜନ ଏବଂ ଅଧିକ ଫସଫରସ୍ ଏବଂ ପୋଟାସିୟମ୍ ସାର ବ୍ୟବହାର କରନ୍ତୁ। ଅମଳ ପରେ ଫସଲର ଅବଶିଷ୍ଟାଂଶଗୁଡିକ ବାହାର କରନ୍ତୁ ଏବଂ ନଷ୍ଟ କରନ୍ତୁ (ଗଭୀର ହଳ କରିବା କିମ୍ବା ଜାଳିଦେବା)। ଫଳଗୁଡିକ ଉପଯୁକ୍ତ ସଂରକ୍ଷଣ ତାପମାତ୍ରାରେ ରଖନ୍ତୁ (ଥଣ୍ଡା ଏବଂ ଶୁଖିଲା)। ଫସଲ ପର୍ଯ୍ୟାୟ ପାଳନ କରନ୍ତୁ (3 ବର୍ଷ କିମ୍ବା ଅଧିକ)।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ