ବାଇଗଣ

ବାଇଗଣର ଛୋଟ ପତ୍ର ରୋଗ

Phytoplasma

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ରର ଆକାର ହ୍ରାସ ହୋଇଥାଏ। ପତ୍ର ହଳଦିଆ ହୋଇଥାଏ। ଫଳ ଉତ୍ପାଦନ ହେବାରେ ବାଧା ଆସିଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବାଇଗଣ

ଲକ୍ଷଣ

ସଂକ୍ରମିତ ଗଛଗୁଡିକରେ ହାଲୁକା ହଳଦିଆ ରଙ୍ଗର ଛୋଟ, ନରମ, ପତଳା ଏବଂ ବିକୃତ ପତ୍ର ଥାଏ। କଣ୍ଟା କିସମର ଗଛ ଚିକ୍କଣ ହୋଇ କଣ୍ଟା ହରାଇ ଥାଏ। ଗଛ ସାଧାରଣତଃ ଅଭିବୃଦ୍ଧିରେ ରୁଗୁଡିଆ ହୋଇଥାଏ ଏବଂ ଛୋଟ ପବ ଏବଂ ଡେମ୍ଫ ଥାଏ। ସେମାନେ ସୁସ୍ଥ ଗଛ ଅପେକ୍ଷା ବିପୁଳ ପରିମାଣର ଶାଖା ଏବଂ ଚେର ବିକାଶ କରନ୍ତି ଯାହା ସେମାନଙ୍କୁ ଏକ ବୁଦା ରୂପ ଦେଇଥାଏ ଏବଂ ସେଥିପାଇଁ ''ଡାହାଣୀ ପହଁରା'' ବୋଲି ମଧ୍ୟ ଜଣାଯାଏ। ଫୁଲର ଅଂଶଗୁଡିକ (ଫାଇଲୋଡି) ବିକୃତ ହୋଇଯାଏ ଏବଂ ପ୍ରାୟତଃ ବନ୍ଧ୍ୟା ହୋଇଯାଏ। ବିକାଶଶୀଳ ଫଳଗୁଡ଼ିକ ଟାଣ ହୋଇଯାଏ ଏବଂ ପରିପକ୍ୱ ହେବାରେ ବିଫଳ ହୁଏ। ଏହି ରୋଗ ଅଗ୍ରଗତି କଲାବେଳେ ନୂତନ ଭାବରେ ବଢୁଥିବା ପତ୍ରଗୁଡ଼ିକ ଏହାର ପ୍ରକୃତ ଆକାରର 1/3 - 1/4 ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଉପକାରୀ କୀଟ ଯେପରିକି ଲେସୱିଙ୍ଗ୍/ଝାଲର ଡେଣା , ଡାମସେଲ ବଗ୍/ଭୃଙ୍ଗ, ମାଇନୁଟ୍ ପାଇରେଟ ବଗ୍/ଭୃଙ୍ଗ ଏହି କୀଟମାନଙ୍କର ଉଭୟ ଅଣ୍ଡା ଏବଂ ଲାର୍ଭାଲ୍ ପର୍ଯ୍ୟାୟର ପରଭକ୍ଷୀ ଅଟନ୍ତି।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବାହକ କୀଟକୁ ଦମନ କରିବା ପାଇଁ ଇମିଡାକ୍ଲୋପ୍ରିଡ୍, ସାଇପରମେଥ୍ରିନ ଏବଂ ଡାଇମେଥୋଏଟ୍ ବ୍ୟବହାର କରାଯାଇପାରେ।

ଏହାର କାରଣ କଣ

ଏହି ଲକ୍ଷଣଗୁଡିକ ଫାଇଟୋପ୍ଲାଜମା ନାମକ ବ୍ୟକ୍ଟେରିଆ ପରି ପରଜୀବୀ ଦ୍ଵାରା ହୋଇଥାଏ। ଗଛରୁ ଗଛକୁ ସଂକ୍ରମଣ ମୁଖ୍ୟତଃ ବାହାକ କୀଟ, ବିଭିନ୍ନ ପ୍ରଜାତିର ପତ୍ର, ବିଶେଷକରି ହିସିମୋନାସ୍ ଫାଇସାଇଟିସ୍ ମାଧ୍ୟମରେ ହୋଇଥାଏ। ଏହା ଫସଲର ସମସ୍ତ ବୃଦ୍ଧି ଅବସ୍ଥାରେ ଗଛ ଉପରେ ପ୍ରଭାବ ପକାଇପାରେ।


ସୁରକ୍ଷାତ୍ମକ ଉପାୟ

  • ପାଦାଗୋଡା ପରି ରୋଗ ପ୍ରତିରୋଧକ କିସମ ଲଗାନ୍ତୁ। ଲଙ୍କା ପରି ବିକଳ୍ପ ପୋଷକ ଫସଲ ଚାଷରୁ ଦୂରେଇ ରୁହନ୍ତୁ। 90x75 ସେମି ହିସାବରେ ରୋପଣ କରି ପର୍ଯ୍ୟାପ୍ତ ବ୍ୟବଧାନ ପ୍ରଦାନ କରନ୍ତୁ। ବାହକ କୀଟର ସର୍ବାଧିକ ସଂଖ୍ୟା ଏଡ଼ାଇବା ପାଇଁ ବୁଣିବା ସମୟକୁ ପରିବର୍ତ୍ତନ କରନ୍ତୁ। ପତ୍ର ଡିଆଁ ପୋକ ଆକ୍ରମଣର ଚିହ୍ନ ପାଇଁ କ୍ଷେତ୍ରକୁ ନିୟମିତ ନୀରିକ୍ଷଣ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଏହା ରୋଗମୁକ୍ତ ଅଟେ। ସଂକ୍ରମିତ ଗଛଗୁଡ଼ିକୁ ତୁରନ୍ତ ବାହାର କରି ନଷ୍ଟ କରନ୍ତୁ। ସଂକ୍ରମିତ ପୋଷକ ଗଛ (ବାଳୁଙ୍ଗା) ନଷ୍ଟ କରନ୍ତୁ। ଆପଣଙ୍କ କ୍ଷେତ୍ରର ଚାରିପାଖରେ ପ୍ରତିବନ୍ଧକ ଫସଲ ବ୍ୟବହାର କରନ୍ତୁ ଯାହା ବାହକକୁ ସିଧାସଳଖ ଆପଣଙ୍କ ଫସଲକୁ ସଂକ୍ରମିତ କରିବାରେ ବାଧା ଦେଇଥାଏ। ପ୍ରାକୃତିକ ଶତ୍ରୁ ଏବଂ ଉପକାରୀ କୀଟ ସଂରକ୍ଷଣ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ