CBSV
ଭୁତାଣୁ
5 mins to read
କାସାଭା କିସମ ଏବଂ ପାରିପାର୍ଶ୍ଵିକ ପରିସ୍ଥିତି ମଧ୍ୟରେ ଏହି ରୋଗର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ, ଯାହା ଫଳରେ ନିଦାନ କଷ୍ଟକର ହୋଇଥାଏ। ସହଳ ଲକ୍ଷଣ ମାଟିଆ କ୍ଷତ ଦାଗ ବା ପଟ୍ଟୀ ହୋଇପାରେ ଯାହାକି ବେଳେ ବେଳେ ନୂଆ ସବୁଜ କାଣ୍ଡରେ ଦେଖାଯାଏ। କିନ୍ତୁ ନିର୍ଦ୍ଦିଷ୍ଟ ହଳଦିଆ କିମ୍ବା ବିଗଳିତ ଶିରା ପଟ୍ଟୀ ଯାହା ପତ୍ର ଉପରେ ଅଧିକ ଥର ଏବଂ ସ୍ପଷ୍ଟ ଭାବରେ ଦେଖାଦିଏ। ପରେ, ପାଣ୍ଡୁରତା ଏକ ବଡ ହଳଦିଆ ଦାଗରେ ସମ୍ପ୍ରସାରିତ ହୋଇଥାଏ। ପରବର୍ତ୍ତୀ ଅବସ୍ଥାରେ, ସଂପୂର୍ଣ୍ଣ ପତ୍ର ପାଣ୍ଡୁର ହୋଇପାରେ ଓ ପତ୍ରଝଡା ଆସିଥାଏ। ସାଧାରଣ ଭାବରେ, ପକ୍ଵ ଏବଂ ପ୍ରାୟ ପକ୍ଵ ପତ୍ର ପ୍ରଭାବିତ ହୋଇଥାଏ, କିନ୍ତୁ ବିକାଶଶୀଳ ଓ ଅପରିପକ୍ଵ ପତ୍ର ପ୍ରଭାବିତ ହୁଏନାହିଁ। ଚେର ଆକାର ସାଧାରଣତଃ କମିଯାଏ ଏବଂ କନ୍ଦ ବା ଟ୍ଯୁବର ମଧ୍ୟରେ ଗାଢ- ମାଟିଆ ଜାଗା ସୃଷ୍ଟି ହୋଇଥାଏ। ଚେରରେ ଥିବା କ୍ଷତ ଚିହ୍ନ ଫସଲର ଅମଳ ପରବର୍ତ୍ତୀ ଗୁଣ ହ୍ରାସ କରିଥାଏ। କନ୍ଦ ବା ଟ୍ୟୁବରରେ ଲକ୍ଷଣ ବିକାଶ ବିନା ପତ୍ର ଏବଂ/ କିମ୍ବା କାଣ୍ଡ ଲକ୍ଷଣ ଦେଖାଯାଇଥାଏ।
ଥରେ ଗଛକୁ ସଂକ୍ରମିତ କରିବା ପରେ, ଏହି ଭୂତାଣୁ ପାଇଁ ସିଧାସଳଖ ଜୈବିକ ନିୟନ୍ତ୍ରଣ ନାହିଁ। ରୋଗ ବିସ୍ତାର କମାଇବା ପାଇଁ ଏକ ଉପାୟ ହେଉଛି ଅତ୍ୟଧିକ କୀଟନାଶକ ବ୍ୟବହାରରୁ ଦୂରରେ ରହିବା ଯାହାକି ଧଳାମାଛି, ମାଇଟ, ଓ ଜଉପୋକ ଭଳି ବାହକର ପ୍ରାକୃତିକ ଶତ୍ରୁମାନଙ୍କ ପାଇଁ ହାନିକାରକ ହୋଇଥାଏ।
ଯଦି ଉପଲବ୍ଧ ଥାଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବା ବିଷୟ ବିଚାର କରନ୍ତୁ। ଭୂତାଣୁ ରୋଗ ରାସାୟନିକ ପ୍ରୟୋଗ ଦ୍ଵାରା ଉପଚାରିତ ହୋଇପାରେ ନାହିଁ। ଯାହାହେଲେ ମଧ୍ୟ, ଧଳାମାଛି, ମାଇଟ, ଓ ଜଉପୋକ ଭଳି ବାହକ ସଂଖ୍ୟା କମାଇବା ଏବଂ ଏହି ରୋଗର ପ୍ରାଦୁର୍ଭାବ କମାଇବା ପାଇଁ କୀଟନାଶକ ବ୍ୟବହାର କରାଯାଇପାରେ।
କାସାଭା ମାଟିଆ ଦାଗ ଭୂତାଣୁ (ସିବିଏସଭି) ଦ୍ଵାରା ଏହି ଲକ୍ଷଣ ହୋଇଥାଏ, ଯାହାକୁ କେବଳ କାସାଭା ଏବଂ ଏହା ସହିତ ଜଡିତ ଗଛ (ଯାହାଠାରୁ ରବର ଉତ୍ପାଦନ କରାଯାଏ, ସିରା ରବର ଗଛ)କୁ ସଂକ୍ରମଣ କରେ। ସିବିଏସଭି ମାଇଟ ଓ ଜଉପୋକ ଏବଂ ବେମିସିଆ ଟାବାକି ନାମକ ଧଳାମାଛି ଦ୍ଵାରା ପରିବାହିତ ହୋଇଥାଏ। ଯାହାହେଲେ ମଧ୍ୟ, ଏହି ରୋଗ ବିସ୍ତାରର ପ୍ରମୁଖ ମାର୍ଗ ହେଉଛି ମଣିଷ ଦ୍ଵାରା ସଂକ୍ରମିତ କଟିଙ୍ଗ ପରିବହନ ଏବଂ ଜମିର ପରିଚ୍ଛନ୍ନତାର ଅଭାବ, ଉଦାହରଣ ସ୍ୱରୂପ କୃଷି ଉପକରଣର ବ୍ୟବହାର ଦ୍ଵାରା। ସେମାନଙ୍କ ସମ୍ବେଦନଶୀଳତା ଏବଂ ସଂକ୍ରମଣ ପ୍ରତି ପ୍ରତିକ୍ରିୟା ଅନୁସାରେ କାସାଭା ଗଛ ଭିନ୍ନତା ଦେଖାଇଥାଏ, ଯେଉଁଠି ସଂକ୍ରମଣର ଅଞ୍ଚଳ ଓ ପାରିପାର୍ଶ୍ଵିକ ପରିସ୍ଥିତି ଅନୁସାରେ ଅମଳ କ୍ଷତି 18 - 70 % ମଧ୍ୟରେ ରହିଥାଏ। ପ୍ରଭାବିତ ଅଞ୍ଚଳରୁ ସଂକ୍ରମିତ କଟିଙ୍ଗ ପ୍ରଭାବିତ ନଥିବା(ଯେଉଁଠି କାସାଭା ମାଟିଆ ଦାଗ ରୋଗ ଦେଖାଯାଇ ନାହିଁ) ଅଞ୍ଚଳକୁ ପରିବହନ ସୀମିତ କରିବା ପାଇଁ କ୍ଵାରାଣ୍ଟାଇନ ପଦକ୍ଷେପ ନେବା ଆବଶ୍ୟକ।