ହରଡ଼ & ମସୁର

ବନ୍ଧ୍ୟାତ୍ଵ ମୋଜାଇକ ଭୂତାଣୁ

PPSMV

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ରରେ ଫିକା ଓ ଗାଢ ସବୁଜ ମୋଜାଇକ ଦାଗ ଦେଖାଯାଏ। ଗଛ ଫୁଲ ଓ ଛୁଇଁ ବିନା ବୁଦାଳିଆ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ହରଡ଼ & ମସୁର

ଲକ୍ଷଣ

ରୋଗର ସହଳ ଅବସ୍ଥାରେ, ନୂଆ ପତ୍ରର ଶିରା ଫିକା ସବୁଜ ରଙ୍ଗରେ ପରିଣତ ହୋଇଥାଏ। ଅଧିକ ବଢିଲେ ଫିକା ଓ ଗାଢ ସବୁଜ ମୋଜାଇକ ଦାଗ ବିକଶିତ ହୋଇଥାଏ। ପତ୍ର ଓ ଶାଖା ଛୋଟ ହୋଇଥାଏ, ଯାହାକି ଗଛକୁ ରୁଗୁଡିଆ ବୃଦ୍ଧି ଦେଇ ବୁଦାଳିଆ କରିଥାଏ। ଗଛ ଫୁଲ କିମ୍ବା ଛୁଇଁ ଉତ୍ପାଦନ କରିପାରେ ନାହିଁ।

Recommendations

ଜୈବିକ ନିୟନ୍ତ୍ରଣ

ଭୂତାଣୁ ରୋଗର ପ୍ରତ୍ୟକ୍ଷ ଉପଚାର ସମ୍ଭବ ନୁହେଁ, କିନ୍ତୁ ମାଇଟ ବା ଅଷ୍ଟପଦୀ ଦ୍ଵାରା ସଂକ୍ରମଣର ଆଶଙ୍କାକୁ ହ୍ରାସ କରିବା ସମ୍ଭବ ଅଟେ। ବାହାକ ମାଇଟର ପରଭକ୍ଷୀ ବ୍ରେଭିପାଲ୍ପସ ଜାତି ସମାନ ପରିବେଶରେ ବାରମ୍ବାର ଦେଖାଯାଏ। ଏହି ସଂଖ୍ୟା ହ୍ରାସ କରିବା ପାଇଁ ମେଟାରିଜିଅମ କିମ୍ବା ହିର୍ସୁଟେଲା ଥମ୍ପସନୀ ଭଳି ପ୍ରଜାତିର କୀଟ ବିରୋଧୀ କବକ ଥିବା ଦ୍ରବଣ ପ୍ରୟୋଗ କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଭୂତାଣୁ ରୋଗର ପ୍ରତ୍ୟକ୍ଷ ଉପଚାର ସମ୍ଭବ ନୁହେଁ, କିନ୍ତୁ ମାଇଟ ବା ଅଷ୍ଟପଦୀ ଦ୍ଵାରା ସଂକ୍ରମଣର ଆଶଙ୍କାକୁ ହ୍ରାସ କରିବା ସମ୍ଭବ ଅଟେ। କେଲଥେନ, ଟେଡିଆନ ଭଳି ଅଷ୍ଟପଦୀନାଶକ 1 ଲିଟର ଜଳରେ 1 ମିଲି ହାରରେ ଅଷ୍ଟପଦୀ ବା ମାଇଟ ମାରିବା ପାଇଁ ଆପଣ ବ୍ୟବହାର କରି ପାରିବେ।

ଏହାର କାରଣ କଣ

ବନ୍ଧ୍ୟାତ୍ଵ ମୋଜାଇକ ଭୂତାଣୁ ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ଏରିଓଫାଇଡ ମାଇଟ ଦ୍ଵାରା ଏହି ଭୂତାଣୁ ପରିବାହିତ ହୋଇଥାଏ। ଯେତେବେଳେ କ୍ଷୁଦ୍ରଶସ୍ୟ କିମ୍ବା ଜୋଆର ସହିତ ହରଡ ଅନ୍ତଃ ଫସଲ କରାଯାଏ, ସଂକ୍ରମଣର ଆଶଙ୍କା ବଢିଥାଏ। ଉଷ୍ମ ଓ ଶୁଷ୍କ ସମୟରେ, ଲକ୍ଷଣ ଦବି ରହିଥାଏ, ଯେଉଁ ସ୍ଥଳେ, ଛାୟା ଓ ଆର୍ଦ୍ରତା ଭୁତାଣୁର ବଂଶ ବୃଦ୍ଧିକୁ ଉତ୍ସାହିତ କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ICP 7035, VR3, ପର୍ପଲ 1, DA11, DA32, ICP 6997, ବାହାର, BSMR 235, ICP 7198, PR 5149, ICP 8861 ଏବଂ ଭବାନୀ ସାଗର 1ପରି ପ୍ରତିରୋଧି କିସମ ବ୍ୟବହାର କରନ୍ତୁ। ଧାଡିରୁ ଧାଡି ମଧ୍ୟରେ 30-40 ସେମି ଦୂରତା ରକ୍ଷା କରନ୍ତୁ। ମାଇଟ ସଂଖ୍ୟା ନିୟନ୍ତ୍ରଣ କରନ୍ତୁ। ସହଳ ଅବସ୍ଥାରେ ଭୂତାଣୁର ଅଧିକ ବିସ୍ତାର ଏଡାଇବା ପାଇଁ ଆପଣ ସଂକ୍ରମିତ ଗଛ ଉପାଡି ଦିଅନ୍ତୁ ଏବଂ ନଷ୍ଟ କରନ୍ତୁ। ଅମଳ ପରେ ସବୁ ପ୍ରଭାବିତ ଗଛର ଅବଶେଷ କାଢି ସଫା କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ