ହରଡ଼ & ମସୁର

ହରଡର କାଣ୍ଡ ପଚା ରୋଗ

Phytophthora drechsleri f. sp. cajani

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ପାଣି ଭିଜା କ୍ଷତ ଦାଗ ଥାଏ। ମାଟିଆ ରୁ କଳା ଖାଲୁଆ ଦାଗ କାଣ୍ଡ ଓ ଡେମ୍ଫରେ ଥାଏ। ସଂକ୍ରମିତ ଚାରାର ହଠାତ ମୃତ୍ୟୁ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ହରଡ଼ & ମସୁର

ଲକ୍ଷଣ

ଚାରାରେ ସଂକ୍ରମଣ ତଳି ସଢା ରୋଗ କରିଥାଏ ଓ ଚାରାର ହଠାତ ମୃତ୍ୟୁ ହୋଇଥାଏ। ଯଦି ଗଛ ମରେ ନାହିଁ, କାଣ୍ଡରେ ବଡ ଆବୁ ସୃଷ୍ଟି ହୋଇଥାଏ। ସଂକ୍ରମିତ ଗଛ ପତ୍ରରେ ପାଣି ଭିଜା କ୍ଷତ ଦାଗ ଥାଏ। କାଣ୍ଡ ଓ ଡେମ୍ଫରେ ମାଟିଆ ରୁ କଳା ଖାଲୁଆ କ୍ଷତ ଦାଗ ଦେଖାଯାଏ। କାଣ୍ଡର କ୍ଷତ ଦାଗ ଉପର ଅଂଶ ଝାଉଁଳିବାକୁ ଆରମ୍ଭ କରେ ଏବଂ ପରେ ମରିଯାଇ ପାରେ।

Recommendations

ଜୈବିକ ନିୟନ୍ତ୍ରଣ

ସୁଡୋମୋନାଶ ଫ୍ଲୋରେସେନ୍ସ ଏବଂ ବେଶିଲସ ସବ୍ଟାଇଲିସ ଓ ଟ୍ରାଇକୋଡର୍ମା ଭିରିଡେ ଏବଂ ହମାଟମ ଆଦି କାଣ୍ଡ ପଚା ରୋଗ ପାଇଁ ଫଳପ୍ରସୂ ଅଟେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଫାଇଟୋଫାଥୋରା ପୋଡା ରୋଗ ନିରାକରଣ ପାଇଁ ପ୍ରତି 1 କେଜି ବିହନକୁ 4 ଗ୍ରାମ ମେଟାଲାକ୍ସିଲ ଦ୍ଵାରା ଉପଚାର କରି ପାରିବେ।

ଏହାର କାରଣ କଣ

ଫାଇଟୋଫାଥୋରା ଡ୍ରେଚସ୍ଲେରୀ ନାମକ ମୃତ୍ତିକା ବାହିତ କବକ ଯୋଗୁଁ ଏହି ଲକ୍ଷଣ ହୋଇଥାଏ। ଏହା ଗଛ ଅବଶେଷରେ ଶୀତସୁପ୍ତି କରିଥାଏ। ଝିପି ଝିପି ବର୍ଷା ଏବଂ ପ୍ରାୟ 25°C ତାପମାତ୍ରା ଭଳି ଆର୍ଦ୍ର ପରିସ୍ଥିତି ସଂକ୍ରମଣକୁ ଅନୁକୂଳ କରାଏ। ସଂକ୍ରମଣ ପାଇଁ 8 ଘଣ୍ଟାର ପତ୍ର ଆର୍ଦ୍ରତା ଆବଶ୍ୟକ ଅଟେ। କିଛି ସମୟ ପରେ ହରଡ ଏହି ରୋଗ ପ୍ରତିରୋଧକତା ବିକାଶ କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ପ୍ରତିରୋଧୀ କିସମ ବ୍ୟବହାର କରନ୍ତୁ। ସନ୍ତସନ୍ତିଆ ମାଟିରେ ଓ ଦୁର୍ବଳ ନିଷ୍କାସନ ସୁବିଧା ଥିବା ସ୍ଥାନରେ ଜଳ ଜମିବା ଏଡାଇବା ପାଇଁ ଉଚ୍ଚ ଶଯ୍ୟା ପ୍ରସ୍ତୁତ କରନ୍ତୁ। ପୂର୍ବରୁ ପୋଡା ରୋଗ ହୋଇଥିବା ଜମିରେ ହରଡ ଲଗାନ୍ତୁ ନାହିଁ। ଲଗାଇବା ସମୟରେ ବିହନ ରୁ ବିହନ କିମ୍ବା ଚାରା ରୁ ଚାରା ମଧ୍ୟରେ ଅଧିକ ବ୍ୟବଧାନ ରଖନ୍ତୁ। ଛାଦି କରଣ କିମ୍ବା ମୁଗ ଓ ବିରି ଭଳି ଫସଲ ସହିତ ଅନ୍ତଃ ଫସଲ କରିଲେ ପୋଡା ରୋଗ ହ୍ରାସ ହୋଇପାରେ। ପୋଟାସିୟମ ସାର ପ୍ରୟୋଗ କରି ମଧ୍ୟ ସଂକ୍ରମଣ ଆଶଙ୍କା ହ୍ରାସ କରାଯାଇ ପାରେ। ପୋଷକ ନଥିବା ଫସଲ ସହିତ ଫସଲ ପର୍ଯ୍ୟାୟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ