PapMV
ଭୁତାଣୁ
5 mins to read
ନୂଆ ପତ୍ରରେ ସଂକ୍ରମଣର ଲକ୍ଷଣ ଅଧିକ ଥାଏ ଏବଂ ହାଲୁକା ପତ୍ର ମୋଜାଇକ ଢାଞ୍ଚା ଓ ସାମାନ୍ୟ ବିକୃତି ଦେଖାଯାଏ। ହଳଦିଆ ସବୁଜ ପତ୍ର ଫଳକ ଉପରେ ଗାଢ ସବୁଜ ଫୋଟକା ଭଳି ପ୍ୟାଚ ଦେଖାଯାଏ। ରୋଗର ବିଳମ୍ବ ଅବସ୍ଥାରେ, ପତ୍ର ଶିରା ସ୍ପଷ୍ଟ ହୋଇଥାଏ, ଡେମ୍ଫ ଛୋଟ ହୋଇଥାଏ ଓ ପତ୍ର ଉପରକୁ ସିଧା ରହି ତଳ ଆଡକୁ ଗୁଡେଇ ହୋଇଥାଏ। ଗଛର ଅନ୍ୟ ଅଂଶ (କାଣ୍ଡ, ଫୁଲ) ପ୍ରଭାବିତ ହୁଏନାହିଁ। ଗଛ ମଧ୍ୟମ ଧରଣର ରୁଗୁଡିଆ ବୃଦ୍ଧି ଦେଖାଏ, ଯାହାକି ଯେତେବେଳେ ସୁସ୍ଥ ଗଛ ସହିତ ତୁଳନା କଲେ ଜଣା ପଡିଥାଏ।
କାମ କରୁଥିବା ଉପକରଣକୁ ବିଶୋଧନ କରନ୍ତୁ କିମ୍ବା ଭୂତାଣୁ ମାରିବା ପାଇଁ 150°C ରେ ଓଭନରେ ଗରମ କରନ୍ତୁ। ଉପକରଣ କିମ୍ବା ଗ୍ଲୋବକୁ ସୋଡିଅମ ହାଇପୋକ୍ଳୋରାଇଟର 0.525% ରେ ବୁଡା ଯାଇପାରେ ଏବଂ ପରେ ପାଣିରେ ଧୁଆ ଯାଇପାରେ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଭୂତାଣୁ ପାଇଁ କୌଣସି ରାସାୟନିକ ଉପଚାର ନାହିଁ।
ଏହି ଭୂତାଣୁ ଅମୃତଭଣ୍ଡା ଓ ଅନ୍ୟ ଫସଲ ଉଦାହରଣ ସ୍ୱରୂପ, କୁକୁରବିଟ ପରିବାରର ଫସଲ କୁ ପ୍ରଭାବିତ କରିଥାଏ। ଯାନ୍ତ୍ରିକ ଆଘାତ ଦ୍ଵାରା ଏହା ଗୋଟିଏ ଗଛରୁ ଅନ୍ୟ ଗଛକୁ ବିସ୍ତାର ଲାଭ କରିଥାଏ। ରୋଗ ବିସ୍ତାରର ଅନ୍ୟ ଉପାୟ ହେଲା ସଂକ୍ରମିତ ରୋପଣ ସାମଗ୍ରୀ ସହିତ କଲମିକରଣ। ଅନେକ ସମୟରେ ଏହା ଅନ୍ୟ ଭୂତାଣୁ ଜନିତ ରୋଗ ସହିତ ମିଶି ରହିଥାଏ ଏବଂ ସେହି କ୍ଷେତ୍ରରେ ଲକ୍ଷଣ ବଦଳି ପାରେ। ଅମୃତଭଣ୍ଡାରେ ଏହି ଭୂତାଣୁ କମ ଗୁରୁତ୍ଵ ବହନ କରିଥାଏ, କିନ୍ତୁ ଯଦି ଉପଯୁକ୍ତ ପରିସ୍ଥିତି ମିଳିଥାଏ, ଏହା ଅଧିକ ଅମଳ କ୍ଷତି ଘଟାଇ ଥାଏ।