ଅମୃତଭଣ୍ଡା

ଅମୃତ ଭଣ୍ଡା ମାଟିଆ ଦାଗ

Corynespora cassiicola

ଫିମ୍ପି

5 mins to read

ସଂକ୍ଷେପରେ

  • ପୁରୁଣା ପତ୍ରରେ ଛୋଟ ମାଟିଆ ଦାଗ ଦେଖାଯାଏ ଏବଂ ଧୀରେ ଧୀରେ ଏହା ଉପରକୁ ବଢି ଥାଏ। ଦାଗ ବଡ ହୁଏ ଏବଂ ଏକ ଗାଢ ଧାର ହଳଦିଆ ବଳୟ ସହିତ ଫିକା ଧୂସର ରଙ୍ଗରେ ପରିଣତ ହୋଇଥାଏ। ତାହାର କେନ୍ଦ୍ର ବିଗଳିତ ହୋଇଥାଏ ଏବଂ ଝଡି ପଡେ। ଆର୍ଦ୍ର ପାଣିପାଗରେ ଫଳ ଉପରେ ଖାଲୁଆ ମାଟିଆ ଦାଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅମୃତଭଣ୍ଡା

ଲକ୍ଷଣ

ପ୍ରାଥମିକ ଭାବରେ, ଛୋଟ କୋଣିୟ ମାଟିଆ ଦାଗ ପୁରୁଣା ପତ୍ରରେ ଦେଖାଯାଏ ଏବଂ ଏହା ଧୀରେ ଧୀରେ ଉପରକୁ ଯାଇଥାଏ। ରୋଗ ବଢିବା ସହିତ, ଦାଗ ବଡ ହୁଏ ଏବଂ ଏକ ଗାଢ ଧାର ହଳଦିଆ ବଳୟ ସହିତ ଫିକା ଧୂସର ରଙ୍ଗରେ ପରିଣତ ହୋଇଥାଏ। ତାହାର କେନ୍ଦ୍ର ବିଗଳିତ ହୋଇଥାଏ ଏବଂ ଝଡି ପଡେ ଓ ପତ୍ରକୁ ଏକ ଛିନ୍ନ ବିଛିନ୍ନ ରୂପ ଦେଇଥାଏ। ଆର୍ଦ୍ର ପରିସ୍ଥିତିରେ, ଦାଗ ବଡ ହୋଇ ପରସ୍ପର ମିଶିଥାଏ ଏବଂ ଶଣ୍ଢ ଆଖି ସଦୃଶ ଦେଖାଯାଏ। ଡେମ୍ଫ ଓ କାଣ୍ଡରେ ମଧ୍ୟ ଦୀର୍ଘବୃତ୍ତାକାର, ଗାଢ ମାଟିଆ ଦାଗ ଦେଖାଯାଇ ପାରେ। ସାଧାରଣତଃ ଫଳରେ ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ କିଛି କ୍ଷେତ୍ରରେ, ଦୀର୍ଘ ଦିନ ଆର୍ଦ୍ର ପାଣିପାଗ ରହିଲେ ମାଟିଆ ଖାଲୁଆ ଦାଗ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ସିଲୋନ ଡାଲଚିନି (0.52 μL/mL) ର ତେଲର ନିର୍ଯ୍ୟାସ ମଧ୍ୟ ପତ୍ରରେ ଏହି ଦାଗର ଆକାର କମାଇବା ପାଇଁ ପ୍ରୟୋଗ କରାଯାଇ ପାରେ। ଫଳ ସଂକ୍ରମିତ ହେବା ପୂର୍ବରୁ ଫସଲର ଉପଚାର ଆବଶ୍ୟକ ଅଟେ, ନଚେତ ଉପଚାରର କୌଣସି ପ୍ରଭାବ ରହେ ନାହିଁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯଦି ଲକ୍ଷଣ ଅଧିକ ଥାଏ, ଉଦାହରଣ ସ୍ୱରୂପ- ପତ୍ର ଅଧିକ ଛିନ୍ନ ବିଛିନ୍ନ ହୋଇଥାଏ ମାଙ୍କୋଜେବ, କପର କିମ୍ବା କ୍ଳୋରୋଥାଲୋନିଲ ଥିବା କବକନାଶକର ପର୍ଯ୍ୟାୟ ପ୍ରୟୋଗ ଏହି ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରେ। ବେଞ୍ଜିମିଡାଜୋଲ କବକନାଶକ ପ୍ରତି କିଛି ପ୍ରତିରୋଧକତା ଦେଖା ଦେଇଛି।

ଏହାର କାରଣ କଣ

କୋରିନେସ୍ପୋରା କାଶିକୋଲା ନାମକ କବକ ଯୋଗୁଁ ଏହି ରୋଗ ହୋଇଥାଏ। କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳରେ ଏହା ସାଧାରଣ ଅଟେ। ଏହା ଟମାଟୋ ଓ କାକୁଡିର ଏକ ମୁଖ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁ ଏବଂ ବେଳେବେଳେ ଅମୃତଭଣ୍ଡାକୁ ପ୍ରଭାବିତ କରିଥାଏ। ଏହା ରେଣୁ ଦ୍ଵାରା ବିସ୍ତାର ଲାଭ କରିଥାଏ ଯାହାକି ପତ୍ରର ତଳ ପଟେ ବିକଶିତ ହୋଇଥାଏ। ପବନ ଓ ବର୍ଷା ଦ୍ଵାରା ଏହି ରେଣୁ ପରିବାହିତ ହୋଇଥାଏ। ଓଦା, ଆର୍ଦ୍ର ପାଣିପାଗ ଦ୍ଵାରା ଏହି ସଂକ୍ରମଣ ତ୍ୱରାନ୍ୱିତ ହୋଇଥାଏ। ଅଧିକ ମାତ୍ରାରେ ପତ୍ର କ୍ଷୟ ହେଲେ, ଅମଳ କ୍ଷତି ହୋଇଥାଏ ଓ ଫଳର ଗୁଣବତ୍ତା ହ୍ରାସ ହୋଇଥାଏ। ଅନ୍ୟ ପୋଷକ ଭାବରେ ଅନେକ ବାଳୁଙ୍ଗା ଓ ଆଭୋକାଡୋ, ବ୍ରେଡଫ୍ରୁଟ, କାସାଭା, ସୋୟାବିନ କିମ୍ବା ବାଇଗଣ ଆଦି ଅନ୍ତର୍ଭୁକ୍ତ ଅଟେ।


ସୁରକ୍ଷାତ୍ମକ ଉପାୟ

  • ଅମୃତ ଭଣ୍ଡାରେ ଏହି ରୋଗ ନିୟନ୍ତ୍ରଣ ଆବଶ୍ୟକ କରିବା ଭଳି ମାରାତ୍ମକ ହୋଇ ନଥାଏ। ଟମାଟୋ ଓ କାକୁଡି ଲାଗିଥିବା ଜମି ନିକଟରେ ଏହା ଲଗାଇବା ବାରଣ କରନ୍ତୁ। ଉପଯୁକ୍ତ ବାଳୁଙ୍ଗା ପରିଚାଳନା ଫସଲରୁ ଫସଲକୁ ବିସ୍ତାର କରିବାରେ ବାଧା ସୃଷ୍ଟି କରିଥାଏ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ