ଅମୃତଭଣ୍ଡା

ଅମୃତଭଣ୍ଡା ପତ୍ର ମୋଡା ଭୂତାଣୁ

PaLCV

ଭୁତାଣୁ

5 mins to read

ସଂକ୍ଷେପରେ

  • ଅଗ ପତ୍ର ଭିତର ଆଡକୁ ଗୁଡେଇ ହୋଇଥାଏ। ଶିରା ମୋଟା ଓ ସ୍ପଷ୍ଟ ଦେଖାଯାଏ। ପତ୍ର ଚମଡା ଭଳି ଓ ଭଙ୍ଗୁରପ୍ରବଣ ହୋଇଥାଏ। ପତ୍ରଝଡା ଯୋଗୁଁ ରୁଗୁଡିଆ ବୃଦ୍ଧି ହୋଇଥାଏ। ଅଳ୍ପ, ଛୋଟ କ୍ଷତ ବିକ୍ଷତ ଫଳ ଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅମୃତଭଣ୍ଡା

ଲକ୍ଷଣ

ଏହି ରୋଗର ସବୁଠାରୁ ସ୍ପଷ୍ଟ ଲକ୍ଷଣ ହେଉଛି ପତ୍ର ତଳ ଆଡକୁ କିମ୍ବା ଭିତର ଆଡକୁ ଗୁଡେଇ ହେବା। ଅନ୍ୟ ଲକ୍ଷଣ ମଧ୍ୟରେ ପତ୍ର ଶିରା ମୋଟା ହେବା, ବେଳେବେଳେ ବାହ୍ୟ ବୃଦ୍ଧି ହୋଇଥାଏ। ପତ୍ର ଚମଡା ଭଳି ଓ ଭଙ୍ଗୁରପ୍ରବଣ ଓ ଡେମ୍ଫ ବିକୃତ, ବେଳେବେଳେ ମୋଡି ହୋଇଥାଏ। ଉପର ଅଗ୍ର ପତ୍ର ଗୁଡୁକ ଅଧିକ ପ୍ରଭାବିତ ହୋଇଥାଏ। ରୋଗର ବିଳମ୍ବ ଅବସ୍ଥାରେ ପତ୍ରଝଡା ଦେଖା ଦେଇପାରେ। ଗଛର ବୃଦ୍ଧି ରୁଗୁଡିଆ ହୋଇଯାଏ ଓ ଫୁଲ ଓ ଫଳ ପ୍ରଭାବିତ ହୋଇଥାଏ। ଯଦି ଫୁଲ ଓ ଫଳ ଆସେ, ଫଳ ଛୋଟ ଓ କ୍ଷତ ବିକ୍ଷତ ହୋଇଯାଏ ଓ ଅକାଳରେ ପଡିବାର ସମ୍ଭାବନା ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏଫିଡ ବା ଜଉପୋକ ଦ୍ଵାରା ଭୂତାଣୁ ପରିବହନ ଓ ଖାଦ୍ୟ ନେବାରେ ବାଧା ଦେବାକୁ ଧଳା ତେଲ(1%) ସିଞ୍ଚନ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଭୂତାଣୁ ସଂକ୍ରମଣ ପାଇଁ କୌଣସି ରାସାୟନିକ ନିୟନ୍ତ୍ରଣ ନାହିଁ। କିନ୍ତୁ ଧଳା ମାଛିର ସଂଖ୍ୟା ସୀମିତ କଲେ, ସଂକ୍ରମଣ ମାତ୍ର କମିଥାଏ। ଲଗାଇବା ସମୟରେ ମୃତ୍ତିକା ପ୍ରୟୋଗ ଏବଂ ଡାଇମେଥୋଏଟ କିମ୍ବା ମେଟାସିଷ୍ଟକ୍ସ 10 ଦିନ ଅନ୍ତରରେ 4-5 ଟି ପତ୍ର ସିଂଚନ ଧଳା ମାଛି ସଂଖ୍ୟା ଯଥେଷ୍ଟ କମାଇ ଥାଏ।

ଏହାର କାରଣ କଣ

ବେମିସିକା ଟାବାକି ନାମକ ଧଳା ମାଛି ଏହି ଭୂତାଣୁର ମୁଖ୍ୟ ବାହକ ଅଟେ। ଏହା ଭୁତାଣୁକୁ ଗଛରୁ ଗଛକୁ ଅଳ୍ପ ସମୟ ମଧ୍ୟରେ ବିସ୍ତାର କରିଥାଏ। ଅର୍ଥାତ, ବାହକ ଦେହରେ ଭୂତାଣୁ ସକ୍ରିୟ ଥିବାର କିଛି ସେକଣ୍ଡ ମଧ୍ୟରେ ପରିବହନ ହୋଇଥାଏ। ଅନ୍ୟ ଉପାୟ ଗୁଡିକ ହେଲା, ସଂକ୍ରମିତ ଚାରା, ବିହନ ଓ କଲମୀ ସାମଗ୍ରୀ ଦ୍ଵାରା ବିସ୍ତାର ହେବା। ଅମୃତଭଣ୍ଡା ପତ୍ର ମୋଡା ଭୂତାଣୁ ଯାନ୍ତ୍ରିକ କାର୍ଯ୍ୟ ଦ୍ଵାରା ପରିବାହିତ ହୁଏନାହିଁ। ଟମାଟୋ ଓ ଧୂଆଁ ପତ୍ର ହେଉଛି ଅନ୍ୟ ବିକଳ୍ପ ପୋଷକ ଗଛ। ଏହି ଭୂତାଣୁ ବ୍ୟାପକ ଭାବରେ ବଣ୍ଟିତ ହୋଇଥାଏ, କିନ୍ତୁ ଆଜିକାଲି ଏହାର ସୀମିତ ପ୍ରଭାବ ଅଛି। ଯାହାହେଲେବି, କିଛି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଏହା ଅଧିକ ଅର୍ଥନୈତିକ କ୍ଷତି କରିପାରେ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ ପ୍ରତିରୋଧୀ ବିହନ ଦେଖନ୍ତୁ। ଅମୃତଭଣ୍ଡା ପାଖରେ ବିକଳ୍ପ ପୋଷକ ବଢାନ୍ତୁ ନାହିଁ। ଉପକାରୀ କୀଟକୁ ଉତ୍ସାହିତ କରିବା ପାଇଁ କୀଟନାଶକର ବହୁଳ ବ୍ୟବହାର ଏଡାନ୍ତୁ। ସଂକ୍ରମିତ ଗଛ ଉପାଡନ୍ତୁ ଓ ନଷ୍ଟ କରନ୍ତୁ। ଅମଳ ପରେ ଯେପରି କୌଣସି ଗଛ ଅବଶେଷ ରହିବ ନାହି, ସତର୍କ ରୁହନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ