ଅମୃତଭଣ୍ଡା

ଅମୃତଭଣ୍ଡା ଫଳ ମାଛି

Toxotrypana curvicauda

ପୋକ

5 mins to read

ସଂକ୍ଷେପରେ

  • ଫଳ ଚୋପାରେ କଣା ଥାଏ। ଫଳ ହଳଦିଆ ହୋଇଯାଏ। ଅକାଳରେ ଫଳ ଝଡିଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅମୃତଭଣ୍ଡା

ଲକ୍ଷଣ

ଅତି କଷି କିମ୍ବା ଛୋଟ ଫଳରେ ମାଇମାନେ ଅନେକ ଅଣ୍ଡା ଦିଅନ୍ତି। କଣା ହୋଇଥିବା ଚୋପାରେ ଧଳା ମହମ ଭଳି ବିନ୍ଦୁ ନିର୍ଗତ ହୋଇଥାଏ। ଲାର୍ଭା ଫୁଟି ବାହାରେ ଏବଂ ରସ ଦେଇ ମଞ୍ଜି ପାଖରେ ପହଞ୍ଚିବା ପାଇଁ ସୁଡଙ୍ଗ ଖୋଳିଥାଏ ଓ ବଢୁଥିବା ମଞ୍ଜିକୁ ଖାଇଥାଏ। ଫଳ ପୃଷ୍ଠରେ ପ୍ରସ୍ଥାନ କଣା ସ୍ପଷ୍ଟ ଦେଖାଯାଏ। ଅଧିକ ସଂଖ୍ୟାରେ ସୁଡଙ୍ଗ ହେଲେ, ଫଳ ମାଂସ ପଚି ଯାଏ ଯାହାକି ମାଟିଆ ଓ ବେଳେବେଳେ କ୍ଷୟ ବୃଦ୍ଧି ହେଲେ କଳା ଦାଗ ରୂପେ ଦେଖାଯାଏ। ତାପରେ ଫଳରୁ ଖରାପ ଗନ୍ଧ ଓ ରସ ଭଳି ପଦାର୍ଥ ବାହାରି ଥାଏ। ଚୋପା ହଳଦିଆ ହୋଇଯାଏ ଏବଂ ଯାଦୁରା କିମ୍ବା କଣା କଣା ଦେଖା ଯାଇପାରେ। ଫଳ ପାଚିଯାଏ ଓ ଅକାଳରେ ଝଡି ଯାଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ଡୋରିକ୍ଟୋବ୍ରାକନ ଟୋକ୍ସୋଟ୍ରିପାନେ ନାମକ ପରଜୀବୀ ବିରୁଡି ଏହାର ନିୟନ୍ତ୍ରଣ ପାଇଁ ସାମର୍ଥ୍ୟ ଧାରଣ କରିଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଏହି ମାଛି ପାଇଁ କୌଣସି କୀଟନାଶକ ଫଳପ୍ରସୂ ହେବା ବୋଧହୁଏ ନାହିଁ। କୀଟନାଶକ ( ଯଥା- ମାଲାଥିଆନ କିମ୍ବା ଡେଲ୍ଟାମେଥ୍ରିନ) ଥିବା ନିର୍ଦ୍ଧିଷ୍ଟ ଥୋପ ସଂଯୁକ୍ତ ଜନ୍ତା ପରୀକ୍ଷା କରା ଯାଉଛି (ଉଭୟ ମାଈ ଓ ଅଣ୍ଡିରା ପାଇଁ)। ଅମୃତଭଣ୍ଡା ଫଳ ମାଛି ମାରିବା ପାଇଁ କୀଟନାଶକର ଗରମ ବାଷ୍ପ ଦ୍ଵାରା ଫଳ ଉପଚାରିତ ହୋଇପାରେ।

ଏହାର କାରଣ କଣ

ଟୋକ୍ସୋଟ୍ରିପାନା କର୍ଭିକାଡା ନାମକ ମାଛି ଦ୍ଵାରା ଏହି ଲକ୍ଷଣ ହୋଇଥାଏ ଯାହାକି ଛୋଟ ସବୁଜ ଫଳରେ ଅଣ୍ଡା ଦେଇଥାଏ। ସେମାନଙ୍କ ଆକାର, ବର୍ଣ୍ଣ ଓ ଆଚରଣ ଯୋଗୁଁ ବୟସ୍କମାନଙ୍କୁ ଭୁଲ କ୍ରମେ ବିରୁଡି ଭାବେ ନିଆଯାଇଥାଏ। ବକ୍ଷ ସ୍ଥଳରେ ପ୍ରତିସମ ଭାବରେ ଥିବା କଳା ଦାଗ ସହିତ ସେମାନଙ୍କ ଶରୀର ହଳଦିଆ ହୋଇଥାଏ। ଏକ ସମ୍ପ୍ରସାରିତ ବକ୍ର ଅଣ୍ଡା ଦେବା ଅଙ୍ଗ ସହିତ ମାଇ ମାନଙ୍କ ଏକ ଲମ୍ବ ସରୁଆ ଉଦର ଥାଏ। ଲାର୍ଭା ଧବଳ ଓ ନରମ, 13-15 ମିମି ଲମ୍ବ ଅଟେ। ଫଳକୁ କେତେକ ଲାର୍ଭା ଆକ୍ରମଣ କରିଥାଏ ଓ ଅମଳ ପରେ ଲକ୍ଷଣ ଦେଖାଇଥାଏ। ବର୍ଷା ଋତୁ ଯିବା ପରେ ଫଳର ଅଧିକ କ୍ଷତି ହୋଇଥାଏ। ଆମେରିକା ମହାଦେଶର କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳରେ ଅମୃତଭଣ୍ଡା ଫଳମାଛି ଏକ ମୁଖ୍ୟ କୀଟ ଅଟେ।


ସୁରକ୍ଷାତ୍ମକ ଉପାୟ

  • କ୍ଷତି ନିରୀକ୍ଷଣ କରନ୍ତୁ କିମ୍ବା ମାଛି ସଂଖ୍ୟା ନିରୀକ୍ଷଣ କରିବାକୁ ଫେରୋମୋନ ଜନ୍ତା ସ୍ଥାପନ କରନ୍ତୁ। ଫଳ ଘୋଡାଇବା ପାଇଁ କାଗଜ ବ୍ୟବହାର କରନ୍ତୁ ଓ ଅଣ୍ଡା ଦେବାରେ ବାଧା ସୃଷ୍ଟି କରନ୍ତୁ। ଜମିରେ ପଡିଥିବା ଝଡା ଓ ଅକାଳ ପାଚିଲା ଫଳ କାଢନ୍ତୁ। ସଂକ୍ରମିତ ନୂଆ ଫଳ କାଢନ୍ତୁ ଓ ନଷ୍ଟ କରନ୍ତୁ। ମାଛିକୁ ଆକର୍ଷିତ କରିବା ପାଇଁ ଜମି ଚାରିପାଖରେ ଜନ୍ତା ଫସଲ ବ୍ୟବହାର କରନ୍ତୁ। ଅଧିକ କ୍ଷତି ଏଡାଇବା ପାଇଁ ସହଳ ଅମଳ କରନ୍ତୁ। 13 ଓ 16°C ତାପମାତ୍ରା ମଧ୍ୟରେ ଫଳ ଗଚ୍ଛିତ କରନ୍ତୁ। ଗଛ ଚାରିପଟେ ହଳ କଲେ ଭୁଇଁରେ ବିକଶିତ ହେଉଥିବା ବୟସ୍କ ମାଛି ବାହାରିବା ପୂର୍ବରୁ ମରିଯାଏ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ